କାଶ୍ମୀର ଭାରତର ଅଂଶ ଲେଖାଥିବା ସାମାଜିକ ବହି ପାକିସ୍ତାନରେ ନିଷିଦ୍ଧ

0

ଇସଲାମାବାଦ : ଜାମ୍ମୁ-କାଶ୍ମୀରକୁ ଭାରତର ଅଂଶ ଦର୍ଶାଯାଇଥିବା ସାମାଜିକ ବିଜ୍ଞାନ ବହିକୁ ପାକିସ୍ତାନ ସରକାର ନିଷିଦ୍ଧ କରିଛନ୍ତି। ପାକିସ୍ତାନ ପଞ୍ଜାବ ପ୍ରଦେଶର କେତେକ ଘରୋଇ ସ୍କୁଲରେ ପଢାଯାଉଥିବା ସାମାଜିକ ବହିରେ କାଶ୍ମୀରକୁ ଭାରତର ଅଂଶ ବୋଲି ଦର୍ଶାଯାଇଛି। ଏ ସମ୍ପର୍କରେ ପାକିସ୍ତାନ ସରକାର ଜାଣିବା ପରେ ଉକ୍ତ ପୁସ୍ତକକୁ ନିଷିଦ୍ଧ କରିଛନ୍ତି। ପଞ୍ଜାବ କରିକୁଲମ୍‍ ଆଣ୍ଡ ଟେକ୍ସଟ ବୁକ୍‍ ବୋର୍ଡ (ପିସିଟିବି) ଏ ନେଇ ଘରୋଇ ସ୍କୁଲ ଓ ବହିର ପ୍ରକାଶକଙ୍କ ବିରୋଧରେ ମାମଲା ରୁଜୁ କରିଛି।

Leave A Reply