ସିରିଆର ବିଦ୍ରୋହୀ ଶିବିର ଉପରେ ରୁଷ୍‍ର ଆକ୍ରମଣ, ୪୪ ମୃତ

0

ମସ୍କୋ : ସିରିଆର ବାସର ଅଲ ଅସାଦଙ୍କ ନେତୃତ୍ୱ ସରକାରକୁ ବିରୋଧ କରୁଥିବା ବିଦ୍ରୋହୀଙ୍କ ଉପରେ ରୁଷ୍‍ ଯୁଦ୍ଧବିମାନ ଆକ୍ରମଣ କରିଛି। ଯୁଦ୍ଧ ବିମାନ ଆକ୍ରମଣରେ ପ୍ରାୟ ୪୪ଜଣଙ୍କର ମୃତ୍ୟୁ ହୋଇଛି। ଶୁକ୍ରବାର ଇଡଲିବ୍‍ ପ୍ରଦେଶର ହୋଇଥିବା ଆକ୍ରମଣରେ ଗୋଟିଏ ଦିନ ଆକ୍ରମଣରେ ସର୍ବାଧିକ ମୃତ୍ୟୁ ବୋଲି ବିବେଚନା କରାଯାଇଛି। ମାନବାଧିକାର ସଂଗଠନର କହିବା ଅନୁଯାୟୀ ରୁଷ୍‍ର ଯୁଦ୍ଧବିମାନଗୁଡିକ ଗ୍ରାମାଞ୍ଚଳକୁ ଲକ୍ଷ୍ୟ କରି ଆକ୍ରମଣ କରିଥିଲା। ତେବେ ଏପରି ଆକ୍ରମଣ ରିପୋର୍ଟକୁ ରୁଷ୍‍ ପ୍ରତିରକ୍ଷା ମନ୍ତ୍ରଣାଳୟ ଖଣ୍ଡନ କରିଛି। ସାଧାରଣ ଲୋକଙ୍କୁ ଲକ୍ଷ୍ୟ କରି ରୁଷ୍‍ ସେନା କୌଣସି ଆକ୍ରମଣ କରି ନାହିଁ।

Leave A Reply