ଉତ୍ତରପ୍ରଦେଶ, ବିହାର ଏବଂ ଝାରଖଣ୍ଡରେ ବଜ୍ରପାତ: ୫୧ ମୃତ

0

ପାଟନା/ଲକ୍ଷ୍ନୌ/ରାଞ୍ଚି : ଉତ୍ତରପ୍ରଦେଶ, ବିହାର ଏବଂ ଝାରଖଣ୍ଡରେ ଶୁକ୍ରବାର ବଜ୍ରପାତ ଘଟି ୫୧ ଜଣ ପ୍ରାଣ ହରାଇଛନ୍ତି। ବଜ୍ରପାତରେ ଉତ୍ତରପ୍ରଦେଶରେ ୨୪, ବିହାରରେ ୧୭ ଏବଂ ଝାରଖଣ୍ଡରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଉତ୍ତରପ୍ରଦେଶରେ ବିଭିନ୍ନ ପ୍ରାନ୍ତରେ ଶୁକ୍ରବାର ପ୍ରବଳ ବର୍ଷା ସହ ବଜ୍ରପାତ ଘଟିଥିଲା। ବଜ୍ରପାତରେ ସୁଲତାନପୁରରେ ୫, ରାୟବରେଲିରେ ୨, ଅମେଠିରେ ଜଣେ, ବାରାଣାସୀ ବ୍ଲକ୍‍ରେ ୧୦ ଏବଂ ଉନ୍ନାଓରେ ୩ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ୧୧ଜଣଙ୍କର ମୃତ୍ୟୁ ହେବା ସହ ୧୩ଜଣ ଆହତ ହୋଇଛନ୍ତି। ବିହାର ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଅଧିକାରୀଙ୍କ କହିବା ଅନୁଯାୟୀ ବଜ୍ରପାତରେ ସହର୍ସା ଜିଲାରେ ୬, ଦରଭଙ୍ଗା ଏବଂ ମୋତିହାରରେ ୫ଜଣ, ମାଧେପୁରା, ଖଗଡ଼ିୟା ଏବଂ ଅରରିଆରେ ଜଣେ ଲେଖାଁଏ ପ୍ରାଣ ହରାଇଥିବାବେଳେ ୧୭ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାିଛି। ମୃତ ବ୍ୟକ୍ତିଙ୍କ ପରିବାରକୁ ରାଜ୍ୟ ସରକାର ୪ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି। ଝାରଖଣ୍ଡରେ ବଜ୍ରପାତରେ ପଲାମୁ, ହଜାରିବାଗ ଏବଂ ବୋକାରୋରେ ୨ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି। ଲାତିହାର ଏବଂ ଧନବାଦରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ଭାରତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ ସହ ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ମୌସୁମୀ ଏବେ ଗୋଆ, କର୍ଣ୍ଣାଟକ, ରାୟଲସୀମା, ଆନ୍ଧ୍ର ଉପକୂଳ, ଦକ୍ଷିଣ କୋଙ୍କଣ, ଦକ୍ଷିଣ ମଧ୍ୟ ମହାରାଷ୍ଟ୍ର, ମାରାଠାୱାଡା, ବିଦର୍ଭ, ଦକ୍ଷିଣ ଛତିଶଗଡ଼, ଦକ୍ଷିଣ ଓଡ଼ିଶା, ତେଲେଙ୍ଗାନା ଏବଂ ମଧ୍ୟ-ପଶ୍ଚିମ ଏବଂ ଉତ୍ତର ପଶ୍ଚିମବଙ୍ଗର କେତେକ ଅଂଶରେ ପହଞ୍ଚିଛି। ତେଣୁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏଥିମଧ୍ୟରୁ କେତେକ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Leave A Reply