www.samajalive.in
Saturday, December 13, 2025
26.1 C
Bhubaneswar

ବିମାନ ଯାତ୍ରୀଙ୍କ ପାଇଁ ଖୁସୀ ଖବର : ମିଳିବ ୱାଇ-ଫାଇ ସୁବିଧା

ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କ ପାଇଁ ଖୁସୀ ଖବର। ଏଣିକି ବିମାନ ଯାତ୍ରା ସମୟରେ ପାଇବେ ୱାଇ-ଫାଇ ସୁବିଧା। ମୋବାଇଲ, ଲାପଟପ୍, ଏବଂ ଅନ୍ୟ ଉପକରଣ ବ୍ୟବହାର ପାଇଁ ବିମାନ କମ୍ପାନୀ ତରଫରୁ ୱାଇଫାଇ ସେବା ପ୍ରଦାନ କରାଯିବ। ଏଥିପାଇଁ କେନ୍ଦ୍ର ସରକାର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ପରେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ତରଫରୁ ଏୟାର ଲାଇନ୍ସ କମ୍ପାନୀକୁ ଏନେଇ ଅବଗତ କରାଯିବ। ଯାହା ଦ୍ବାରା ଯାତ୍ରୀମାନେ ବିମାନ ଯାତ୍ରା ସମୟରେ ଇଣ୍ଟରନେଟ୍ ବ୍ୟବହାରର ସୁବିଧା ପାଇପାରିବେ।

ବିଜ୍ଞପ୍ତିରେ ପ୍ରକାଶ ଯେ, ବିମାନ ଉଡାଣ ଭରିବା ସମୟରେ ଲାପଟପ୍, ସ୍ମାଟଫୋନ୍ ଟ୍ୟାବଲେଟ୍, ସ୍ମାର୍ଟୱାଚ୍, ଇ-ରିଡର୍ ଏବଂ ଅନ୍ୟ ଉପକରଣ ଫ୍ଲାଇଟ୍ ମୋଡରେ ଥିବା ବେଳେ ଯାତ୍ରୀମାନେ ୱାଇ-ଫାଇ ମାଧ୍ୟମରେ ଇଣ୍ଟରନେଟ୍ ବ୍ୟବହାର କରିପାରିବେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories