ପଶ୍ଚିମବଙ୍ଗ ବିଜେପି କର୍ମୀଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଆବେଦନ ଅଗ୍ରାହ୍ୟ

0

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ପୁରୁଲିଆରେ ପଞ୍ଚାୟତ ନିର୍ବାଚନ ଅବସରରେ ଦୁଇ ଜଣ ବିଜେପି କର୍ମୀଙ୍କୁ ହତ୍ୟା କରାଯିବା ଘଟଣାର ସିବିଆଇ ତଦନ୍ତ ଦାବିକୁ ସୁପ୍ରିମକୋର୍ଟ ଶୁକ୍ରବାର ଅଗ୍ରାହ୍ୟ କରିଦେଇଛନ୍ତି। ବିଚାରପତି ଏକେ ଗୋଏଲ ଓ ଅଶୋକ ଭୂଷଣଙ୍କୁ ନେଇ ଗଠିତ ପୀଠ ଏହି ପ୍ରସଙ୍ଗରେ କୋଲକାତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ଆବେଦନକାରୀଙ୍କୁ କହିଛନ୍ତି। ଆବେଦନକାରୀଙ୍କ ଓକିଲ ଗୌରବ ଭାଟିଆ କହିଛନ୍ତି ଯେ ପଞ୍ଚାୟତ ନିର୍ବାଚନ ପରେ ବିଜେପି କର୍ମୀଙ୍କୁ ହତ୍ୟା କରାଯିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଏହାର ସିବିଆଇ ତଦନ୍ତ ହେବା ଦରକାର। ମେ ୩୦ରେ ତ୍ରିଲୋଚନ ମାହୋତ (୧୮ବର୍ଷ) ଓ ଜୁନ୍‍ ୨ରେ ଦୁଲାଲ କୁମାର ନାମକ ଦୁଇ ବିଜେପି କର୍ମୀଙ୍କୁ ହତ୍ୟା କରାଯାଇଥିଲା।

Leave A Reply