www.samajalive.in
Sunday, December 14, 2025
19.1 C
Bhubaneswar

କରୋନା ମୃତ୍ୟୁସଂଖ୍ୟା ୨୮୦୦କୁ ବୃଦ୍ଧି; ଚୀନରୁ ୭୬, ଜାପାନରୁ ୧୧୪ ଭାରତୀୟ ଉଦ୍ଧାର

ବେଜିଂ: କରୋନା ଭୂତାଣୁ ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ୨୮୦୩କୁ ବୃଦ୍ଧିପାଇଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୮୨,୦୦୦ରେ ପହଞ୍ଚିଛି। କେବଳ ଚୀନରେ ୨୭୨୭ଙ୍କର ମୃତ୍ୟୁ ହୋଇଥିବାବେଳେ ବିଶ୍ବର ଅନ୍ୟାନ୍ୟ ଦେଶରେ ୭୬ଙ୍କର ମୃତ୍ୟୁ ହୋଇଛି। ଅନ୍ୟାନ୍ୟ ଦେଶ ମଧ୍ୟରେ ଇରାନରେ ୨୬, ଦକ୍ଷିଣ କୋରିଆରେ ୧୩, ଇଟାଲୀରେ ୧୪, ଜାପାନରେ ୪, ଫ୍ରାନ୍ସରେ ୨, ତାଇୱାନ, ହଂକଂ, ଫିଲିପାଇନ୍ସରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ଇରାନରେ ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ଉପରାଷ୍ଟ୍ରପତି ମାସୋମେ ଏବତେକର ଏଥିରେ ସଂକ୍ରମିତ ହୋଇଛନ୍ତି। ଏବତେକରଙ୍କ ରକ୍ତ ନମୁନା ପଜେଟିଭ୍‌ ରହିଥିବା ଜଣାଯାଇଛି। କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିରୋଧ ଲାଗି ଫ୍ରାନ୍ସ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଦେଶର ସମସ୍ତ ସ୍କୁଲକୁ ମାର୍ଚ୍ଚ ୨ରୁ ଛୁଟି ଘୋଷଣା କରିଛନ୍ତି। ଇରାନ ଫେରନ୍ତା ଦୁଇ ପାକିସ୍ତାନୀ ନାଗରିକ ସଂକ୍ରମିତ ହୋଇଥିବା ଜଣାଯାଇଛି। ଏହାକୁ ନେଇ ବେଲୁଚିସ୍ତାନ ଓ ସିନ୍ଧ ପ୍ରଦେଶରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି। ସେହିପରି ସାଉଦି ଆରବ ସରକାର ବିଦେଶୀ ତୀର୍ଥଯାତ୍ରୀଙ୍କ ଆଗମନକୁ ବାରଣ କରିଛନ୍ତି।
ଅନ୍ୟପଟେ ଜାପାନର ପର୍ଯ୍ୟଟକ ଜାହାଜ ଡାଇମଣ୍ଡ ପ୍ରିନ୍ସେସ୍‌ରେ ଫସି ରହିଥିବା ୧୧୪ଜଣ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି। ଗୁରୁବାର ବାୟୁସେନାର ସ୍ବତନ୍ତ୍ର ବିମାନ ଏହି ଭାରତୀୟଙ୍କୁ ନେଇ ଆସିଛି। ଏହି ଭାରତୀୟଙ୍କ ମଧ୍ୟରେ ୧୦୫ ପୁରୁଷ ଓ ୯ଜଣ ମହିଳା ଅଛନ୍ତି। ଭାରତୀୟଙ୍କ ବ୍ୟତୀତ ଶ୍ରୀଲଙ୍କାର ୨ଜଣ, ନେପାଳ, ପେରୁ, ଦକ୍ଷିଣ ଆଫ୍ରିକାର ଜଣେ ଲେଖାଏଁ ନାଗରିକଙ୍କୁ ଭାରତ ଫେରାଇ ଅଣାଯାଇଛି। ଉଦ୍ଧାର ଭାରତୀୟଙ୍କୁ ହରିୟାଣାର ମାନେସାରସ୍ଥିତ ସେନାର ସ୍ବତନ୍ତ୍ର ଚିକିତ୍ସା ଶିବିରରେ ରଖାଯାଇଛି। ଏହି ଶିବିରରେ ଭାରତୀୟଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ସେହିପରି ଗୁରୁବାର ଚୀନର ଉହାନରୁ ବାୟୁସେନା ସ୍ବତନ୍ତ୍ର ବିମାନରେ ୭୬ଜଣ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାରଙ୍କ କହିବା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଚୀନ ଓ ଜାପାନରୁ ମୋଟ ୮୪୨ଜଣ ଭାରତୀୟ ଓ ୪୮ଜଣ ବିଦେଶୀ ନାଗରିକଙ୍କୁ ଉଦ୍ଧାର କରାଯାଇଛି। ଇରାନରେ ଫସି ରହିଥିବା ୬୦୦ ଭାରତୀୟ ମତ୍ସ୍ୟଜୀବୀ ଉଦ୍ଧାର ଲାଗି ସରକାରଙ୍କୁ ନିବେଦନ କରିଛନ୍ତି। ଏହି ମତ୍ସ୍ୟଜୀବୀମାନେ ତାମିଲନାଡୁ ଓ ଗୁଜରାଟର ବାସିନ୍ଦା। ମତ୍ସ୍ୟଜୀବୀଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ଇରାନରେ କରୋନା ଭୂତାଣୁ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହି ଭାରତୀୟମାନେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବାକୁ ଚାହଁୁଛନ୍ତି। କରୋନା ଭୂତାଣୁ ସଂକ୍ରମଣ ପରିପ୍ରେକ୍ଷୀରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଶିଳ୍ପପତିଙ୍କ ସହିତ ବୈଠକ କରିଛନ୍ତି। ବୈଠକରେ ଶିଳପତିମାନେ ବର୍ତ୍ତମାନ ସୁଦ୍ଧା କଞ୍ଚାମାଲର ଆବଶ୍ୟକତା ନେଇ କୌଣସି ଅସୁବିଧା ନ ଥିବା କହିଥିଲେ। ତେବେ ଏହି ସମସ୍ୟା ଆଉ ୨ମାସ ଲାଗି ରହିଲେ ପରିସ୍ଥିତି ବିଷମ ହେବାର ଆଶଙ୍କା ରହିଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories