www.samajalive.in
Sunday, December 14, 2025
26.1 C
Bhubaneswar

ଆଇସିସି ଟେଷ୍ଟ ରାଙ୍କିଙ୍ଗ; ୧ ନମ୍ବର ସ୍ଥାନରୁ ଖସିଲେ କୋହଲି, ଦଖଲ କଲେ ସ୍ମିଥ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଦ୍ବାରା ପ୍ରକାଶିତ ଟେଷ୍ଟ ରାଙ୍କିଙ୍ଗ୍‌ ତାଲିକାର ୧ ନମ୍ବର ସ୍ଥାନରୁ ବାଦ୍‌ ପଡ଼ିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ନ୍ୟୁଜିଲାଣ୍ଡ ଗସ୍ତରେ ଖରାପ ପ୍ରଦର୍ଶନ ଯୋଗୁ କୋହଲିଙ୍କୁ ଶୀର୍ଷ ସ୍ଥାନ ହରାଇବାକୁ ପଡୁଛି। କୋହଲି ପ୍ରଥମ ସ୍ଥାନରୁ ତଳକୁ ଖସି ୨ୟ ସ୍ଥାନରେ ରହିଛନ୍ତି। ଅନ୍ୟପଟେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଷ୍ଟିଭ୍‌ ସ୍ମିଥ ୧ ନମ୍ବର ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ସ୍ମିଥ ଶେଷ ଥର ଲାଗି ୨୦୧୫ରେ ୧ ନମ୍ବର ସ୍ଥାନ ଅଧିକାର କରିଥିଲେ। ଏବେ ସ୍ମିଥ ୯୧୧ ପଏଣ୍ଟ ସହ ତାଲିକାର ଶୀର୍ଷରେ ରହିଥିବାବେଳେ କୋହଲି ୯୦୬ ପଏଣ୍ଟ ସହ ୨ୟ ସ୍ଥାନରେ ରହିଛନ୍ତି। କୋହଲି ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ବିଫଳ ହେବା ସହିତ ମାତ୍ର ୨୧ ରନ୍‌ ସଂଗ୍ରହ କରିବା ଫଳରେ ରାଙ୍କିଙ୍ଗରେ ତଳକୁ ଖସିଛନ୍ତି।

କୋହଲିଙ୍କ ବ୍ୟତୀତ ଅନ୍ୟ ୩ ଭାରତୀୟ କ୍ରିକେଟର ତାଲିକାର ଶୀର୍ଷ ୧୦ଟି ସ୍ଥାନରେ ରହିଛନ୍ତି। ଆଜିଙ୍କ୍ୟ ରାହାଣେ(୭୬୦ ପଏଣ୍ଟ) ୮ମ ସ୍ଥାନରେ ରହିଥିବାବେଳେ ଚେତେଶ୍ବର ପୂଜାରା(୭୫୭ ପଏଣ୍ଟ) ୯ମ ଏବଂ ମୟଙ୍କ ଅଗ୍ରୱାଲ ୭୨୭ ପଏଣ୍ଟ ସହିତ ୧୦ମ ସ୍ଥାନରେ ଅଛନ୍ତି। ତେବେ ୩ୟ ସ୍ଥାନରେ ନ୍ୟୁଜିଲାଣ୍ଡର କେନ୍‌ ୱିଲିୟମସନ(୮୫୩), ଅଷ୍ଟ୍ରେଲିଆର ମାରନସ୍‌ ଲାବୁସଚାଗ୍ନେ(୮୨୭) ୪ର୍ଥ,  ପାକିସ୍ତାନର ବାବର ଆଜମ(୮୦୦) ୫ମ, ଅଷ୍ଟ୍ରେଲିଆର ଡେଭିଡ୍‌ ୱାର୍ନର(୭୯୩) ୬ଷ୍ଠ ଏବଂ ଇଂଲଣ୍ଡର ଜୋ ରୁଟ୍‌(୭୬୪) ତାଲିକାର ୭ମ ସ୍ଥାନରେ ରହିଛନ୍ତି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories