www.samajalive.in
Thursday, December 11, 2025
13.1 C
Bhubaneswar

ଦିଲ୍ଲୀ ହିଂସା : ରାତି ଅଧରେ ହାଇକୋର୍ଟଙ୍କ ଶୁଣାଣି, ଆହତଙ୍କୁ ବଡ ହସ୍ପିଟାଲରେ ଭର୍ତ୍ତି କରିବାକୁ ନିର୍ଦେଶ

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ଭୟଙ୍କର ରୂପ ନେଇଥିବା ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଚାଲିଥିବା ହିଂସା ଥମିବାର ନାଁ ନେଉନାହିଁ ।ଅନ୍ୟପଟେ ହିଂସାରେ ଆହତ ହୋଇଥିବା ଲୋକମାନଙ୍କୁ ଉନ୍ନତ ଧରଣର ଚିକିତ୍ସା ଆବଶ୍ୟକ ଥିଲେ ମଧ୍ୟ ହିଂସା କାରଣରୁ ସେମାନଙ୍କୁ ବଡ ମେଡିକାଲକୁ ନିଆଯାଇପାରୁନାହିଁ। ଏଣୁ ଗତକାଲି ରାତି ଅଧରେ ଦିଲ୍ଲୀ ହାଇକୋର୍ଟ ଏନେଇ ଶୁଣାଶି କରି ଆହତମାନଙ୍କୁ ତୁରନ୍ତ ଉନ୍ନତ ଚିକିତ୍ସା ପାଇଁ ବଡମେଡିକାଲରେ ଭର୍ତ୍ତି କରିବା ପାଇଁ ଦିଲ୍ଲୀ ପୁଲିସକୁ ନିର୍ଦେଶ ଦେଇଛନ୍ତି। ଗତରାତି ୧୨: ୩୦ରେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଏସ୍. ମୁରଲୀଧରଙ୍କ ବାସଭବନରେ ଏଥିପାଇଁ ଜରୁରୀ ଶୁଣାଣି ହୋଇଥିଲା। ଯୁଗ୍ମ କମିସନର୍ ଆଲୋକ କୁମାର, ଡିସିପି (କ୍ରାଇମ୍) ରାଜେଶ ଦେଓ ଓ ଦିଲ୍ଲୀ ସରକାରଙ୍କ କାଉନ୍ସେଲ୍ ସଞ୍ଜୟ ଘୋଷ ଏହି ଶୁଣାଣି ସମୟରେ ଉପସ୍ଥିତ ଥିଲେ।

ଆଡଭୋକେଟ ସୁରୂର ମନ୍ଦରଙ୍କ କହିଥିଲେ କି, ନିଉ ମୁସ୍ତାଫାବାଦ ଅଞ୍ଚଳରେ ଥିବା ‘ଅଲ୍ ହିନ୍ଦ୍ ହସ୍ପିଟାଲ୍’ରେ କେତେକ ଆହତ ବ୍ୟକ୍ତି ଭର୍ତ୍ତି ହୋଇଛନ୍ତି। ସେମାନଙ୍କର ଉନ୍ନତ ଓ ଜରୁରୀ ଚିକିତ୍ସା ଆବଶ୍ୟକ। ସେମାନେ ‘ଜିଟିବି’ ହସ୍ପିଟାଲ ଯିବା ଜରୁରୀ କିନ୍ତୁ, ଯିବାକୁ ଅସମର୍ଥ।
‘ଅଲ୍ ହିନ୍ଦ୍ ହସ୍ପିଟାଲ୍’ରୁ ନିରାପଦ ରାସ୍ତାରେ ଆମ୍ବୁଲାନ୍ସ୍ ଯୋଗେ ଆହତମାନଙ୍କୁ ନେବା ଆଣିବା କରିବାକୁ ବ୍ୟବସ୍ଥା କରାଯାଉ ବୋଲି ମନ୍ଦର୍ ଅଦାଲତରେ ପିଟିସନ୍ ଦାଏର କରିଥିଲେ।
ଏହି ଶୁଣାଣି ସମୟରେ ଆଡଭୋକେଟ ମନ୍ଦର୍ ବିଚାରପତିଙ୍କୁ ‘ଅଲ୍ ହିନ୍ଦ୍ ହସ୍ପିଟାଲ୍’ର ଡାକ୍ତର ଅନ୍ଓ୍ଵାର୍ଙ୍କ ଫୋନ୍ ଜରିଆରେ କଥାବାର୍ତ୍ତା କରାଇ ଦେଇଥିଲେ। ଡାକ୍ତର ବିଚାରପତିଙ୍କୁ କହିଥିଲେ ଯେ ଡାକ୍ତରଖାନାରେ ୨ଜଣ ମୃତ ଓ ୨୨ ଜଣ ଆହତ ବ୍ୟକ୍ତି ଅଛନ୍ତି। ଦଙ୍ଗାକାରୀମାନେ ଆମ୍ବୁଲାନ୍ସ ଛାଡୁନାହାନ୍ତି। ମଙ୍ଗଳବାର ଅପରାହ୍ଣ ୪ଟାରୁ ସେମାନେ ପୁଲିସ ସହାୟତା ଚାହୁଁଛନ୍ତି କିନ୍ତୁ, ସହାୟତା ମିଳୁନାହିଁ।

- Advertisement -

ଏହାପରେ ନିରାପଦ ଆମ୍ବୁଲାନ୍ସ ଯାତ୍ରା ବ୍ୟବସ୍ଥା କରାଇବା ପାଇଁ ଅଦାଲତ ଦିଲ୍ଲୀ ପୁଲିସକୁ ଆଦେଶ ଦେଇଥିଲେ। ଯଦି ‘ଜିଟିବି’ ହସ୍ପିଟାଲ୍ରେ ଆହତମାନଙ୍କ ଚିକିତ୍ସା ନ ହୋଇ ପାରେ ତେବେ ‘ଏଲ୍ଏନ୍ଜେପି’ କିଂବା ‘ମୌଲାନା ଆଜାଦ୍’ କିଂବା ଅନ୍ୟ କୌଣସି ସରକାରୀ ଡାକ୍ତରଖାନାରେ ଆହତମାନଙ୍କର ଚିକିତ୍ସା ବ୍ୟବସ୍ଥା କରାଇବାକୁ ଅଦାଲତ ନିର୍ଦେଶ ଦେଇଥିଲେ।

ଏହାପରେ ପୁଲିସ ବିହିତ ପଦକ୍ଷେପ ଗ୍ରହଣ କରି ଆହତମାନଙ୍କୁ ‘ଅଲ୍ ହିନ୍ଦ୍ ହସ୍ପିଟାଲ୍’ରୁ ସ୍ଥାନାନ୍ତରଣ ଆରମ୍ଭ କରିଦେଇଥିବା ସୂଚନାମିଳିଛି ।
ସୂଚନାଯୋଗ୍ୟ ଦେଶର ରାଜଧାନୀ ଦିଲ୍ଲୀରେ ସିଏଏ ସପକ୍ଷ ଓ ବିପକ୍ଷବାଦୀଙ୍କ ମଧ୍ୟରେ ସଂଘର୍ଷ କ୍ରମଶଃ ଉଗ୍ର ରୂପ ନେଉଛି। ବିଶେଷ କରି ଉତ୍ତର-ପୂର୍ବ ଦିଲ୍ଲୀରେ ଏହି ହିଂସା ଭୀଷଣ ଆକାର ଧାରଣ କରୁଛି । ଏହି ହିଂସାରେ ମୃତ୍ୟୁ ସଂଖ୍ୟା ୧୩ ରେ ପହଞ୍ଚିଛିଥିବା ବେଳେ ୧୮୬ରୁ ଅଧିକ ଲୋକ ଆହତ ହୋଇଥିବା ଜଣାଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories