କେଜିଏମ୍‍ୟୁରେ ଛାତ୍ର- କର୍ମଚାରୀ ଗଣ୍ଡଗୋଳ ଯୋଗୁଁ ୩ ମୃତ

0

ଲକ୍ଷ୍ନୌ : କେଜିଏମ୍‍ୟୁରେ ଏମ୍‍ବିବିଏସ୍‍ ଛାତ୍ର ଏବଂ କର୍ମଚାରୀଙ୍କ ଗଣ୍ଡଗୋଳ ଯୋଗୁ ଗୁରୁବାର ୩ ରୋଗୀ ପ୍ରାଣ ହରାଇଛନ୍ତି। ଗଣ୍ଡଗୋଳ ବଢିବାରୁ କର୍ମଚାରୀମାନେ ଟ୍ରମା ସେଣ୍ଟରରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିଲେ। ଚିକିତ୍ସା ଅବହେଳାରୁ ୩ ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। କର୍ମଚାରୀମାନେ ଓପିଡ଼ି ବନ୍ଦ କରିବା ସହ ରୋଗୀଙ୍କୁ ସେଠାରୁ ତଡ଼ି ଦେଇଥିଲେ। ସୂଚନା ଅନୁସାରେ ମଙ୍ଗଳବାର ପିଆରଓ କାର୍ଯ୍ୟାଳୟ କାଉଣ୍ଟର ୬ରେ ନିଯୁକ୍ତ କର୍ମଚାରୀ ଏବଂ ଏମ୍‍ବିବିଏସ୍‍ ଛାତ୍ରଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ବୁଧବାର ୫୦ରୁ ଊର୍ଦ୍ଧ୍ବ ଛାତ୍ର ଏହି କାଉଣ୍ଟରକୁ ଆସି ଭଙ୍ଗାରୁଜା କରିବା ସହ କର୍ମଚାରୀଙ୍କୁ ମାଡ଼ ମାରିଥିଲେ। ଏଥିରେ କ୍ଷୁବ୍ଧ କର୍ମଚାରୀ ମଙ୍ଗଳବାର କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିଲେ। କେଜିଏମ୍‍ୟୁ ପ୍ରଶାସନ ବୁଧବାର ଜଣେ ଛାତ୍ରକୁ ନିଲମ୍ବନ କରି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ। ତେବେ ଗୁରୁବାର ସକାଳେ ଏମ୍‍ବିବିଏସ୍‍ ଛାତ୍ରଛାତ୍ରୀ କାଉଣ୍ଟର ୬କୁ ଆସି ପାଟିତୁଣ୍ଡ କରିଥିଲେ। ଫଳରେ କର୍ମଚାରୀ ପୁନର୍ବାର କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ। ଓପିଡ଼ି ଓ ଟ୍ରମା ସେଣ୍ଟର ବନ୍ଦ କରିଦେବାରୁ ଅନେକ ରୋଗୀ ହନ୍ତସନ୍ତ ହୋଇଥିଲା। ଅକ୍ସିଜେନ୍‍ ଅଭାବରୁ ଜଣେ ଶିଶୁର ମୃତ୍ୟୁ ଘଟିଥିଲା। ସେହିପରି ଅନ୍ୟ ୨ ରୋଗୀଙ୍କ ଚିକିତ୍ସା ଅବହେଳାରୁ ମୃତ୍ୟୁ ଘଟିଥିଲା।

Leave A Reply