ଆତଙ୍କବାଦର ମୁକାବିଲା ପାଇଁ ପାକିସ୍ତାନ ଆମର ସହାୟତା ନେଇପାରେ: ରାଜନାଥ

0

ଶ୍ରୀନଗର : ପାକିସ୍ତାନ ଯଦି ନିଜ ମାଟିରେ ଆତଙ୍କବାଦର ମୁକାବିଲା କରିପାରୁ ନାହିଁ; ତେବେ ଭାରତର ସହାୟତା ନେବା ଉଚିତ। ଏଥିପାଇଁ ଭାରତ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ। କାଶ୍ମୀର ସମସ୍ୟା ପ୍ରସଙ୍ଗରେ ସେ କହିଛନ୍ତି ଯେ ଭାରତ ସରକାର ପାକିସ୍ତାନ ଓ କାଶ୍ମୀରର ସମସ୍ତ ସଠିକ ମନୋଭାବାପନ୍ନ ପକ୍ଷଙ୍କ ସହିତ ଆଲୋଚନା ପାଇଁ ପ୍ରସ୍ତୁତ; କିନ୍ତୁ ଏହା ପୂର୍ବରୁ ପଡ଼ୋଶୀ ରାଷ୍ଟ୍ର ନିଜ ମାଟିରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେବାରୁ ନିବୃତ୍ତ ରହିବା ଉଚିତ। ଗୁରୁବାର ସନ୍ଧ୍ୟାରେ ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ସହିତ ଏଠାରେ ଆଲୋଚନା ସମୟରେ ରାଜନାଥ କହିଛନ୍ତି ଯେ ସମସ୍ତଙ୍କ ସହିତ ଆଲୋଚନା କରାଯାଇପାରିବ; କିନ୍ତୁ ସମ୍ପୃକ୍ତ ପକ୍ଷ ପରିସ୍ଥିତି ପ୍ରତି ସଚେତନ ଓ ବିଚାରବନ୍ତ ହୋଇଥିବା ଜରୁରୀ। କେନ୍ଦ୍ର ସରକାର ଆଲୋଚନା ପାଇଁ ସ୍ୱତନ୍ତ୍ର ପ୍ରତିନିଧି ଦିନେଶ୍ୱର ଶର୍ମାଙ୍କୁ ନିଯୁକ୍ତ କରିଥିବା ମଧ୍ୟ ସେ ଚେତାଇ ଦେଇଛନ୍ତି। ଦିନେଶ୍ୱର ଗତ ଅକ୍ଟୋବରଠାରୁ ଅଦ୍ୟାବଧି ୧୧ଥର କାଶ୍ମୀର ଗସ୍ତକରି ଆଲୋଚନା ପାଇଁ ଆଗ୍ରହ ପ୍ରକାଶ କରିଥିବା ସେ କହିଛନ୍ତି।

Leave A Reply