www.samajalive.in
Wednesday, December 10, 2025
26.1 C
Bhubaneswar

ସାଲେଇବେଡା ଠାରେ ପେସା ଆଇନ ଉଲଂଘନ ପ୍ରତିବାଦରେ ଗ୍ରାମସଭା

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ସାଲେଇବେଡା ଠାରେ ଏକ ‘ପେସା ଆଇନ‘ ଉଲଂଘନ ପ୍ରତିବାଦରେ ଏକ ଗ୍ରାମସଭା ବୁଧୁରାମ ଗାଗରାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲାର ପେସା ଆଇନ ଉପଦେଷ୍ଟା ତଥା ବରିଷ୍ଠ ଓକିଲ ସୁଶୀଲ କୁମାର ପାତ୍ର ଯୋଗ ଦେଇଥିଲା ବେଳେ, ମୁଖ୍ୟ ବକ୍ତା ଭାବେ ଇଣ୍ଡିଜିନିୟସ ପିପୁଲ ଫୋରମ ରାଜ୍ୟ ସଭାପତି ପିଓପିଲ ଗମାଙ୍ଗ ଯୋଗ ଦେଇ ବିସ୍ତୃତ ଭାବରେ ଆଦିବାସୀ ମାନଙ୍କ ଅଧିକାର ସମ୍ପର୍କରେ ଅବଗତ କରାଇଥିଲେ। ସମ୍ମାନିତ ଅତିଥି ଭାବେ ପେସା ଆଇନ ଜିଲ୍ଲା ସଂଯୋଜକ ମଦନ ମୋହନ ଟୁଡୁ,ସାଲେଇବେଡା ସରପଞ୍ଚ ସୁଖୁଲାଲ ହୋ , ମୁଣ୍ଡା ଯୁବ ସମାଜ ଅଧ୍ୟକ୍ଷ ଦେବାଶିଷ ସିଂ , ଓକିଲ ଗଣେଶ୍ବର ଗାଗରାଇ, ସମାଜସେବୀ ତପନ ବାରିକ ପ୍ରମୁଖ ଯୋଗ ଦେଇ ପେସା ଆଇନ ସମ୍ବନ୍ଧରେ ଅବଗତ କରାଇଥିଲେ।

ଭାରତ ବର୍ଷ ରେ ଆଦିବାସୀଙ୍କର ଜଙ୍ଗଲ ,ଜମି ,ପାଣି ଅଧିକାର ଏବଂ ସାଂସ୍କୃତିକ ସୁ ରକ୍ଷା ପାଇଁ ବହୁ ସମ୍ବିଧାନିକ ଏବଂ ଆଇନ ଗତ ବିଧିବ୍ୟବସ୍ଥା ପ୍ରଦାନ କରାଯାଇ ଅଛି। ସରକାର ସମ୍ପୂର୍ଣ୍ଣ ରୂପେ ଲାଗୁ କରି ନାହାନ୍ତି ବା ଯାହାବି ଲାଗୁ କରୁଛନ୍ତି ,ତାହା ପାଳନ କରୁ ନାହାନ୍ତି। ଯାହାକୁ ଅନୁସୂଚିତ ଅଞ୍ଚଳକୁ ପାଞ୍ଚୟତ ସଂପ୍ରସାରଣ ଆଇନ ବା ସଂକେତ ରେ “ପେସା ଆଇନ” କୁହାଯାଏ। ଗ୍ରାମସଭାକୁ ଶାସନର ପ୍ରାଣକେନ୍ଦ୍ର ଭାବେ ଵିଵେଚନ କରାଯାଇଛି । ଯେ କୌଣସି ଉନ୍ନୟନ ମୂଳକ କାର୍ୟ୍ୟ,ଜମି ଅଧିଗ୍ରହଣ , ହସ୍ତାନ୍ତର,ଗାଁରେ ବାହାର ଲୋକଙ୍କୁ ଥଇଥାନ ଆଦି କାର୍ୟ୍ୟ ଗ୍ରାମସଭାର ଅନୁମୋଦନ ବିନା ସରକାର କିଛି କରିପାରିବେ ନାହିଁ। ଏହା ପେସା ଆଇନ ଧାରା (୪) ରେ ଉଲ୍ଲେଖ କରାଯାଇଅଛି। ସେହି ପରି ଜମି ଅଧିଗ୍ରହଣ ଆଇନ -୨୦୧୩ ଧାରା (୪୧) ଏବଂ (୪୨) ଆଦିବାସୀ ଅଞ୍ଚଳରେ ଜମିର ଅଧିଗ୍ରହଣ ପୂର୍ବରୁ ଗ୍ରାମସଭାରେ ଅନୁମୋଦନ କଥା ଉଲ୍ଲେଖ ଅଛି।
ତେବେ ପରିତାପର ବିଷୟ ଏହି ସବୁ ଆଇନର ଖୋଲାଖୋଲି ଉଲଂଘନ କରା ଯାଇଛି ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ତରଫରୁ ସାଲାଇବେଡାର (ମାଣିକସାହି ) ଠାରେ ଗତ ମାସ୨୪-୦୧-୨୦୨୦ ରୁ ଶିମିଳିପାଳ ଭିତରୁ ୧୧୦ଜଣ ପରିବାରକୁ ଗ୍ରାମସଭାର ବିନା ଅନୁମଦନରେ ଥଇଥାନ କରିଛି ବନବିଭାଗ । ଯେଉଁ ଜମିରେ ଥଇଥାନ କରାଯାଇଛି ସେଗୁଡିକ ଗ୍ରାମବାସୀ ମାନେ ବହୁ ବର୍ଷ ଧରି ଦଖଲ କରି ଥିଲେ ମଧ୍ୟ , ସରକାର ଆଦିବାସୀ ମାନଙ୍କୁ ମାନ୍ୟତା ପ୍ରଦାନ କରିନାହାନ୍ତି।

- Advertisement -

ଅପର ପକ୍ଷରେ ଶିମିଳିପାଳରୁ ବିସ୍ଥାପିତ ହୋଇଥିବା ଆଦିବାସୀ ମାନଙ୍କୁ ମଧ୍ୟ କୌଣସି ପ୍ରକାର ମୌଳିକ ସୁବିଧା ଯେମିତି ବାସଗୃହ,ଗାଧୁଆ ପାଇଁ ପୋଖରୀ,ଜୀବିକାର କୌଣସି ବ୍ୟବସ୍ଥା କରି ନାହାନ୍ତି ଜିଲ୍ଲା ପ୍ରଶାସନ ନାଁ ବନବିଭାଗ ଯାହାଫଳରେ ସେମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ସେମାନେ ରନ୍ଧା ଖାଦ୍ୟ ଖାଉଥିଲା ବେଳେ ସେମାନଙ୍କର ଭବିଷ୍ୟତରେ ଜୀବନ ଧାରଣର କୌଣସି କାର୍ୟ୍ୟ ପନ୍ଥା ଦେଖା ଯାଉନାହିଁ ।

ଏହିଭଳି ପରିପ୍ରେକ୍ଷୀରେ ସରକାରଙ୍କର ସମ୍ବିଧାନ ବିରୋଧୀ ପଦକ୍ଷେପର ପ୍ରତିବାଦ ସୋର ସାଲାଇବେଡା ଗ୍ରାମବାସୀଙ୍କ ତରଫରୁ କରାଯାଇଛି ଜ୍ଝ ଏହି ସଭାରେ ସାଲେଇବେଡା ପୂର୍ବତନ ସରପଞ୍ଚ ରାମରାଇ ସୋଏ , ସଦନ ସିଂ ବାଙ୍କିରା, ନିମାଇଁ ମାଝୀ ସମାଜସେବୀ,ଆଇନଜୀବୀ ଓ ବହୁ ସଂଖ୍ୟାରେ ଗ୍ରାମବାସୀ ଆସି ତାଙ୍କର ଅଧିକାର ପାଇଁ ଲଢ଼ିବାକୁ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଥିଲା ।ତେବେ ଆଦିବାସୀ ଙ୍କ ଦଖଲ ଜିମି ପାଇଁ ଅଦାଲତ ଆଶ୍ରୟ ନିଆଯିବ ସର୍ବସମ୍ମତି କ୍ରମେ ପ୍ରତିବାଦ ଗ୍ରାମସଭା ରେ ଗୃହିତ ହୋଇଥିବ ପ୍ରକାଶ କରିଥିଲେ ।

Hot this week

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

Related Articles

Popular Categories