www.samajalive.in
Wednesday, December 10, 2025
26.1 C
Bhubaneswar

ଟ୍ରମ୍ପଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତିଙ୍କ ଦ୍ବାରା ଆୟୋଜିତ ନୈଶ ଭୋଜିକୁ ଯିବେନି ମନମୋହନ ସିଂହ

ନୂଆଦିଲ୍ଲୀ: ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ମାନାର୍ଥେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ବାରା ଆୟାଜିତ ନୈଶ ଭୋଜିରେ ଯୋଗଦେବେ ନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ନୈଶ ଭୋଜିର ଆୟୋଜନ କରିଛନ୍ତି। ଏହି ଭୋଜିକୁ ଦେଶର ବଡ଼ ନେତା ଏବଂ ଶିଳ୍ପପତି ମାନଙ୍କୁ ଆମନ୍ତ୍ରଣ କରାଯାଇଛି। ଆମନ୍ତ୍ରଣକୁ ସ୍ୱୀକାର କରି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଭୋଜିରେ ଯୋଗ ଦେବେ ବୋଲି କହିଥିଲେ। ହେଲେ ସୋମବାର ଯୋଗଦେବେ ନାହିଁ ବୋଲି ରାଷ୍ଟ୍ରପତି ଭବନକୁ ଜଣାଇଛନ୍ତି ମନମୋହନ ସିଂହ। ଏଥିପାଇଁ ସେ ଦୁଃଖ ପ୍ରକାଶ କରିଛନ୍ତି।


କଂଗ୍ରେସର ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭୋଜି ପାଇଁ ନିମନ୍ତ୍ରଣ କରାଯାଇନଥିବାରୁ ମନମୋହନ ସିଂହ ଭୋଜିରେ ଯୋଗ ଦେବେ ନାହିଁ ବୋଲି ଜଣାପଡ଼ିଛି। ବିରୋଧୀଦଳ କଂଗ୍ରେସ ଚାହୁଁଥିଲେ ଆମେରିକାର ରାଷ୍ଟ୍ରପତିଙ୍କ ସହ କଂଗ୍ରେସର ବରିଷ୍ଠନେତାମାନେ ପରମ୍ପରା ଅନୁସାରେ ଏକ ବୈଠକ କରିବେ କିନ୍ତୁ ମୋଦୀ ସରକାର ଏହି ବୈଠକ ପାଇଁ ଅନୁମତି ଦେଇନଥିଲେ। ଲୋକସଭାରେ କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ କହିଥିଲେ ଟ୍ରମ୍ପଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତିଙ୍କ ଦ୍ବାରା ଆୟୋଜିତ ନୈଶ ଭୋଜିକୁ କଂଗ୍ରେସର ମୂଖ୍ୟନେତାମାନଙ୍କୁ ନିମନ୍ତ୍ରଣ କରାଯାଇନଥିବାରୁ କଂଗ୍ରେସ ଏହାକୁ ବିରୋଧି କରୁଛି ଏବଂ ଏହି ଭୋଜିରେ କୌଣସି କଂଗ୍ରେସ ନେତା ଯୋଗଦେବେ ନାହିଁ। ରାଜ୍ୟସଭାରେ ବିରୋଧୀଦଳ ଦଳ ନେତା ଗୁଲାମନବୀ ଆଜାଦ କହିଥିଲେ ସୋନିଆ ଗାନ୍ଧିଙ୍କୁ ନିମନ୍ତ୍ରଣ କରାଯାଇନଥିବାରୁ ବିରୋଧୀ ଦଳର କୌଣସି ନେତା ଟ୍ରମ୍ପଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତିଙ୍କ ନୈଶ ଭୋଜିରେ ଯୋଗ ଦେବେ ନାହିଁ। ଟ୍ରମ୍ପଙ୍କ ଗସ୍ତ ବେଳେ ମୋଦୀ ସରକାର ବିରୋଧୀଙ୍କୁ ଅଣଦେଖା କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories