www.samajalive.in
Wednesday, December 10, 2025
26.1 C
Bhubaneswar

ଦିଲ୍ଲୀରେ ସିଏଏ ହିଂସା: କନଷ୍ଟେବଳଙ୍କ ସମେତ ୪ ମୃତ

ନୂଆଦିଲ୍ଲୀ : ଦିଲ୍ଲୀର ଜାଫରାବାଦ ଏବଂ ମୌଜପୁରରେ ନାଗରିକତା ସଂଶୋଧନ ଆଇନ(ସିଏଏ) ଏବଂ ଏନଆରସିକୁ ନେଇ ସୋମବାର ବ୍ୟାପକ ହିଂସାକାଣ୍ଡ ଘଟିଛି। ହିଂସାକାଣ୍ଡରେ ଜଣେ କନଷ୍ଟେବଳଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ୧୦ଟି ଜିଲାରେ ୧୪୪ ଧାରା ଲାଗୁ କରାଯାଇଛି।

ସିଏଏ ସପକ୍ଷବାଦୀ ଏବଂ ବିପକ୍ଷବାଦୀଙ୍କ ମଧ୍ୟରେ ହୋଇଥିବା ଏହି ହିଂସାରେ ଗୁଳିମାଡ଼ ଏବଂ ପଥରମାଡ଼ ଯୋଗୁ ଦୁଇ ଗୋଷ୍ଠୀର ବହୁ ଲୋକ ଆହତ ହୋଇଛନ୍ତି। ଏପରି କି ସ୍ଥିତି ନିୟନ୍ତ୍ରଣ କରିବା ସମୟରେ ଜଣେ ପୁଲିସ କର୍ମଚାରୀ ରତନ୍‌ ଲାଲଙ୍କ ମୃତ୍ୟୁ ଘଟିଛି। ସେହିପରି ଟେକା ପଥର ମାଡ଼ରେ ଜଣେ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି। ହିଂସା ସୃଷ୍ଟିକାରୀମାନେ ଏକ ପେଟ୍ରୋଲ ପମ୍ପରେ ନିଆଁ ଲଗାଇଦେବା ଫଳରେ ତାହା ସମ୍ପୂର୍ଣ୍ଣ ଜଳିଯାଇଛି। ୬ରୁ ୮ କିଲୋମିଟର ରାସ୍ତାରେ ଏହି ହିଂସାକାଣ୍ଡ ଘଟିଥିଲା। ସନ୍ଧ୍ୟାରେ ଦଙ୍ଗାକାରୀ ବିଭିନ୍ନ ଗଳିକନ୍ଦିରେ ପଶି ଆତଙ୍କରାଜ ସୃଷ୍ଟି କରିବା ସହିତ ଦୋକାନବଜାର ଭଙ୍ଗାରୁଜା କରିଛନ୍ତି।

- Advertisement -

ଗୃହ ମନ୍ତ୍ରଣାଳୟ ପକ୍ଷରୁ ଦିଲ୍ଲୀ ହିଂସା ଉପରେ ବିବୃତି ଜାରି କରାଯାଇ କୁହାଯାଇଛି ଯେ, ଦିଲ୍ଲୀର କିଛି ଅଂଶରେ ହିଂସା ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁଚିନ୍ତିତ ଉପାୟରେ ହିଂସା ସୃଷ୍ଟି କରାଯାଇଥିବା ଆଶଙ୍କା କରାଯାଉଛି। ଦିଲ୍ଲୀ ପୁଲିସ ସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ପୂରା ଉଦ୍ୟମ କରିବା ସହିତ ଗୃହ ମନ୍ତ୍ରଣାଳୟ ସହିତ ସମ୍ପର୍କରେ ରହିଛି। ଦିଲ୍ଲୀ ପୁଲିସ କମିଶନର ପୁଲିସ କଂଟ୍ରୋଲ ରୁମ୍‌ରୁ ପରିସ୍ଥିତି ଉପରେ ନଜର ରଖିଛନ୍ତି।

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories