ଭାରତ ଗସ୍ତ ପାଇଁ ପାକିସ୍ତାନ ପ୍ରତିନିଧିଙ୍କୁ ଅନୁମତି ମିଳିଲାନି

0

ନୂଆଦିଲ୍ଲୀ : ଭାରତରେ ଆୟୋଜିତ ଏକ ସମ୍ମିଳନୀରେ ଯୋଗଦେବା ପାଇଁ ଆଗ୍ରହ ପ୍ରକାଶ କରୁଥିବା ଏକ ପାକିସ୍ତାନୀ ପ୍ରତିନିଧି ଦଳକୁ ଏଥିପାଇଁ ମନା କରିଦିଆଯାଇଛି। ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏ ବାବଦରେ କୁହାଯାଇଛି ଯେ ଦୁଇ ଦେଶ ମଧ୍ୟରେ ବର୍ତ୍ତମାନ ସମ୍ପର୍କ ଯାହା ସେ ଦୃଷ୍ଟିରୁ ପାକିସ୍ତାନର କାହାରିକୁ ଭାରତ ପରିଦର୍ଶନ ପାଇଁ ଅନୁମତି ଦେବା ସମ୍ଭବ ନୁହେଁ। ଉଲ୍ଲେଖଯୋଗ୍ୟ ଯେ ଅଶୋକା ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏକ ସମ୍ମିଳନୀରେ ଏହି ପ୍ରତିନିଧି ଦଳ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା।

Leave A Reply