www.samajalive.in
Sunday, December 14, 2025
14.1 C
Bhubaneswar

ପ୍ରୋ-ଲିଗ୍‍ ହକି: ସୁଟ୍‌ଆଉଟ୍‌ରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ

ଭୁବନେଶ୍ୱର : ଏଫ୍‍ଆଇଏଚ୍‍ ପ୍ରୋ-ଲିଗ୍‍ ହକିର ୨ୟ ସଂସ୍କରଣର ୩ୟ ରାଉଣ୍ଡରେ ଘରୋଇ ଭାରତକୁ ପ୍ରଥମ ମ୍ୟାଚ୍‌ରେ ପରାସ୍ତ କରିଥିଲା ଅଷ୍ଟ୍ରେଲିଆ। ତେବେ ଶନିବାର କଳିଙ୍ଗ ଷ୍ଟାଡ଼ିୟମରେ ଶୁକ୍ରବାର ଖେଳା ଯାଇଥିବା ୨ୟ ମ୍ୟାଚ୍‌କୁ ପେନାଲ୍‌ଟି ସୁଟ୍‌ଆଉଟରେ ଜିତି ଭାରତ ପ୍ରତିଶୋଧ ନେଇପାରିଛି। ୬୦ ମିନିଟର ନିର୍ଦ୍ଧାରିତ ସମୟରେ ମ୍ୟାଚ୍‌ ୨-୨ ଗୋଲ୍‌ରେ ଶେଷ ହୋଇଥିଲା। ତେବେ ପେନାଲ୍‌ଟି ସୁଟ୍‌ ଆଉଟ୍‌ରେ ଭାରତ ୩-୧ ଗୋଲ୍‌ରେ ବିଜୟୀ ହୋଇଥିଲା। ଫଳରେ ଏହି ବିଜୟରୁ ଭାରତକୁ ୨ ପଏଣ୍ଟ ମିଳିଥିବା ବେଳେ ଅଷ୍ଟ୍ରେଲିଆ କୌଣସି ପଏଣ୍ଟ ପାଇନାହିଁ।
୩ୟ ରାଉଣ୍ଡ ପରେ ଭାରତ ଓ ଅଷ୍ଟ୍ରେଲିଆ ୬ଟି ଲେଖାଏଁ ମ୍ୟାଚ୍‌ ଖେଳିଥିବା ବେଳେ ଉଭୟେ ୧୦ ପଏଣ୍ଟ ଲେଖାଏଁ ପାଇଛନ୍ତି। ତେବେ ଗୋଲ୍‌ ବ୍ୟବଧାନରେ ଅଷ୍ଟ୍ରେଲିଆ ୩ୟ ସ୍ଥାନରେ ଥିବା ବେଳେ ଭାରତ ୪ର୍ଥ ସ୍ଥାନରେ ରହିଛି। ବିଶ୍ବ ଚମ୍ପିଆନ୍‌ ବେଲ୍‌ଜିୟମ୍ ୧୪ ପଏଣ୍ଟ ସହ ପ୍ରଥମ ସ୍ଥାନରେ ଥିବା ବେଳେ ୧୧ ପଏଣ୍ଟ ସହ ନେଦରଲାଣ୍ଡ୍‌ସ ୨ୟ ସ୍ଥାନରେ ରହିଛି। ବର୍ଲିନ୍‌ରେ ଏପ୍ରିଲ୍ ୨୫ ଓ ୨୬ରେ ଘରୋଇ ଜର୍ମାନୀ ବିପକ୍ଷରେ ଭାରତ ୪ର୍ଥ ରାଉଣ୍ଡର ୨ୟ ମ୍ୟାଚ୍ ଖେଳିବ। ପରେ କଳିଙ୍ଗ ଷ୍ଟାଡିୟମ୍‌ରେ ମେ’ ୨୩ ଓ ୨୪ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ୫ମ ରାଉଣ୍ଡ ମ୍ୟାଚ୍ ଖେଳିବ।
ଶୁକ୍ରବାର ପ୍ରଥମ ମ୍ୟାଚ୍‌ରେ କଡ଼ା ମୁକାବିଲା କରି ୩-୪ରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିବା ଭାରତ ଶନିବାର ୨ୟ ମ୍ୟାଚ୍‌ରେ ଲଢ଼ୁଆ ପ୍ରଦର୍ଶନ କରିଥିଲା। ପ୍ରଥମ କ୍ବାର୍ଟର ଖେଳ ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା। ଦ୍ବିତୀୟ କ୍ବାର୍ଟର​‌ରେ ଉଭୟ ଦଳ ଗୋଲ ଦେବା ନେଇ ଆକ୍ରମଣ ଓ ପ୍ରତି ଆକ୍ରମଣ କରିଥିଲେ। ଖେଳର ୨୩ ମିନିଟ୍‌ରେ ଅଷ୍ଟ୍ରେଲିଆ ପକ୍ଷରୁ ଟ୍ରେଣ୍ଟ ମିଟନ ପ୍ରଥମ ଗୋଲ ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ। ୨୫ ମିନିଟ୍‌ରେ ଭାରତକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା। ରୁପିନ୍ଦର ସିଂହ ପେନାଲ୍ଟି କର୍ଣ୍ଣର ସଟ୍‌କୁ ଗୋଲରେ ପରିଣତ କରି ମ୍ୟାଚକୁ ୧-୧ ବରାବର କରିଥିଲେ।୨୭ ମିନିଟ୍‌ର ଭାରତକୁ ଆଉ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଉକ୍ତ ପେନାଲ୍ଟି କର୍ଣ୍ଣରକୁ ହରମାନ୍‌ପ୍ରୀତ୍‌ ସିଂହ ଗୋଲରେ ପରିଣତ କରି ଦଳକୁ ୨-୧ରେ ଆଗୁଆ କରିଥିଲେ। ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ଭାରତ ୨-୧ରେ ଆଗୁଆ ରହିଥିଲା। ତୃତୀୟ କ୍ବାର୍ଟରରେ ଉଭୟ ଦଳ କେହି କାହାରିକୁଗୋଲ ଦେବାରେ ସକ୍ଷମ ହୋଇନଥିଲେ। ଅନ୍ତିମ କ୍ବାର୍ଟର ତଥ​‌ା ଖେଳର ୪୬ ମିିନିଟ୍‌ରେ ଅଷ୍ଟ୍ରେଲିଆ ପକ୍ଷରୁ ଆରନ ଜେଲସ୍କି ଗୋଲ ଦେଇ ମ୍ୟାଚକୁ ୨-୨ ବରାବର କରିଥିଲେ। ଖେଳ ଶେଷ ପର୍ଯ୍ୟନ୍ତ ଗୋଲ ବରାବର ରହିବାରୁ ପେନାଲ୍ଟି ସୁଟ୍‌ ଆଉଟ୍‌ ପଦ୍ଧତିରେ ନିର୍ଣ୍ଣୟ କରାଯାଇଥିଲା। ଏଥରେ ଭାରତ ୩-୧ ଗୋଲରେ ବିଜୟୀ ହୋଇଥିଲା। ହରମାନ୍‌ପ୍ରୀତ ସିଂହଙ୍କୁ ପ୍ଳେୟାର ଅଫ ଦି ମ୍ୟାଚ ପୁରସ୍କାର ମିଳିଥିଲା।

Hot this week

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Related Articles

Popular Categories