www.samajalive.in
Monday, December 8, 2025
14.1 C
Bhubaneswar

ସାମ୍ବାଦିକଙ୍କ ମହାନତା : ହଜିଥିବା ଏକ ଦାମୀ ମୋବାଇଲକୁ ପାଇ ଫେରସ୍ତ କଲେ

ଯାଜପୁର: ଅନେକ ସମୟରେ ଦେଖାଯାଏ ଯେ କିଛି ଲୋକ ଲୋଭର ବଶବର୍ତ୍ତୀ ହୋଇ ମାନବିକତାକୁ ମାରିଦିଅନ୍ତି।। ନିଜର ନ୍ୟସ୍ତ ସ୍ୱାର୍ଥ ପାଇଁ ଅନ୍ୟର ତଣ୍ଟି ଚିପିବାକୁ ମଧ୍ୟ ପଛାନ୍ତି ନାହିଁ। ହେଲେ ଆଜି ମଧ୍ୟ ଏମିତି ଲୋକ ଅଛନ୍ତି ନିଜର ମାନବିକତାକୁ ଶ୍ରେଷ୍ଠ ସମ୍ପତି ଭାବି ନିଃସ୍ୱାର୍ଥପର ପରୋପକାରିତାକୁ ନିଜର ବ୍ରତ କରିଥାନ୍ତି। ଏଭଳି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ଯାଜପୁର ଜିଲା ଧର୍ମଶାଳା ଅଞ୍ଚଳର ସାମ୍ବାଦିକ କିଶୋର କୁମାର ରାଉତ।

ଶୁକ୍ରବାର କିଶୋର ଜାରକା ଆସୁଥିବା ସମୟରେ ସିନେମା ହଲ ନିକଟରୁ ଏକ ମୋବାଇଲ ପାଇଥିଲେ। ପାଇବା ସମୟରେ ମୋବାଇଲଟି ସୁଇଚ ଅଫ ଥିଲା। ପରେ ମୋବାଇଲଟିର ସୁଇଚ ଅନ କରି କଲ ଲିଷ୍ଟକୁ ଦେଖିଥିଲେ। ଏହି ଲିଷ୍ଟରେ ରାମକୋ କମ୍ପାନୀର ଅନେକ କର୍ମଚାରୀଙ୍କ ନମ୍ବର ଥିବା ଦେଖିବାକୁ ପାଇଥିଲେ। ସେଥି ମଧ୍ୟରୁ ଏକ ନମ୍ବର ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ହେଁ ତାହା ସମ୍ଭବ ହୋଇନଥିଲା। ପରେ ନିଜ ମୋବାଇଲରୁ ଜଣେ କର୍ମଚାରୀଙ୍କୁ ଫୋନ କରିବାରୁ ଉକ୍ତ ମୋବାଇଲଟି ରାମକୋ କମ୍ପାନୀର ଅଫିସର ଆଶିଷ ଗୋୟେଲଙ୍କର ବୋଲି ଜାଣିବାକୁ ପାଇଥିଲେ। ତୁରନ୍ତ ମୋବାଇଲଟିକୁ ଆସି ନେଇଯିବାକୁ କହିଥିଲେ।

- Advertisement -

ସୂଚନା ଅନୁଯାୟୀ, ଗତ ୪ଦିନ ତଳେ ଆଶିଷ କମ୍ପାନୀରୁ ଫେରୁଥିବା ସମୟରେ ସିନେମା ହଲ ନିକଟରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏହି ସମୟରେ ମୋବାଇଲଟି ତାଙ୍କ ପକେଟରୁ ବାହାରି ରାସ୍ତା କଡ଼କୁ ଛିଟିକି ପଡି ସୁଇଚ ଅଫ ହୋଇଯାଇଥିଲା। ପରେ ସେ ଜାରକା ବିଟ ହାଉସରେ ଲିଖିତ ଅଭିଯୋଗ କରିବାସହ କମ୍ପାନୀ ସହ କଥାବାର୍ତ୍ତା ହୋଇ ମୋବାଇଲ ସୀମକୁ ବ୍ଲକ କରିଦେଇଥିଲେ। ଯେଉଁଥିପାଇଁ କିଶୋର ମୋବାଇଲ ପାଇବା ପରେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ତାହା ସମ୍ଭବ ପର ହୋଇନଥିଲା। ତେବେ ଆଜି ଆଶିଷ ଖବର ପାଇ ଜାରକା ଆସି କିଶୋରଙ୍କ ଠାରୁ ନିଜ ହଜିଥିବା ମୋବାଇଲଟିକୁ ଗ୍ରହଣ କରି ବେଶ ଖୁସି ଅନୁଭବ କରିଛନ୍ତି। କିଶୋରଙ୍କ ଏଭଳି ମାନବିକତା ପଣିଆକୁ ସମସ୍ତେ ପ୍ରଶଂସା କରିବା ସହ ଧର୍ମଶାଳା ପ୍ରେସ କ୍ଲବର ସମସ୍ତ ସାମ୍ବାଦିକ ବନ୍ଧୁମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories