www.samajalive.in
Monday, December 8, 2025
13.1 C
Bhubaneswar

କରୋନା ଅପଡେଟ୍ : ଇରାନରେ ଆଉ ୨ଜଣଙ୍କର ମୃତ୍ୟୁ ଓ ୧୩ଟି ନୂଆ ସଂକ୍ରମଣ ମାମଲା

ତେହେରାନ : ଇରାନରେ ୨ଜଣ ବରିଷ୍ଠ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବା ପରେ ସେଠାରେ ୧୩ଟି  ନୂଆ କରୋନା ଭୂତାଣୁରେ ସଂକ୍ରମଣ ଘଟଣା ବିଷୟକୁ ଇରାନ ନିଶ୍ଚିତ କରିଛି। ଫଳରେ କରୋନା ଭୂତାଣୁରେ ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଥିବା ବେଳେ ମୋଟ୍ ସଂକ୍ରମଣ ସଂଖ୍ୟା ୧୮ରେ ପହଞ୍ଚିଛି।

ଇରାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ମୃତ୍ୟୁ ଘଟିଥିବା ୨ ଜଣ ଲୋକ ଇରାନର ନାଗରିକ ଓ ସେମାନେ କୋମ୍‍ ସହରର ବାସିନ୍ଦା ଥିଲେ। କରୋନା ଭୂତାଣୁରେ ମୃତ୍ୟୁ ଘଟିବା ସମଗ୍ର ପଶ୍ଚିମ ଏସିଆରେ ଏହା ପ୍ରଥମ ଘଟଣା। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି, ଭୂତାଣୁରେ ସଂକ୍ରମିତ ହୋଇଥିବା ୩ଜଣଙ୍କ ମଧ୍ୟରୁ ୨ ଜଣ କୋମ୍‍ ସହରର ବୋଲି ଜଣାପଡ଼ିଛି। ଅନ୍ୟଜଣଙ୍କର ଘର ଆରାକ୍‍ ସହରରେ ବୋଲି କୁହାଯାଉଛି। କୋମ୍‍ ହେଉଛି ଇସ୍‍ଲାମୀୟ ଅଧ୍ୟୟନର କେନ୍ଦ୍ରସ୍ଥଳୀ ଏବଂ ଏକ ପର୍ଯଟନସ୍ଥଳୀ ଯେଉଁଠିକୁ ଇରାନ ଓ ବାହାରୁ ବିଦ୍ୱାନମାନେ ଆସିଥାନ୍ତି।

- Advertisement -

ଇରାନରେ ଦୁଇଜଣ ଲୋକଙ୍କର ମୃତ୍ୟୁ ଘଟଣା ବିଷୟ ପ୍ରକାଶ ପାଇବା ପରେ ଇରାକ, ଇରାନକୁ ଯାତ୍ରା କରିବା ଓ ଇରାନରୁ ଇରାକକୁ ଯାତ୍ରା ଉପରେ କଟକଣା ଲାଗୁ କରିଛି। ଇତିମଧ୍ୟରେ କୁଏତ୍‍ର ରାଷ୍ଟ୍ରୀୟ ବିମାନଚଳାଚଳ ସଂସ୍ଥା- କୁଏତ୍‍ ଏୟାରୱେଜ୍‍ ଇରାନକୁ ଏହାର ସମସ୍ତ ବିମାନ ଚଳାଚଳକୁ ବାତିଲ କରିବା ବିଷୟ ଘୋଷଣା କରିଛି।
ଇରାନରୁ ଆସୁଥିବା ଜାହାଜ ଯାତ୍ରୀମାନଙ୍କ ପାଇଁ ଏହା ନିଜର ବନ୍ଦରଗୁଡ଼ିକୁ ବନ୍ଦ କରିଦେଇଛି। କୁଏତ ଏହାର ନାଗରିକମାନଙ୍କୁ କୋମ୍‍କୁ ଗସ୍ତ ନ
କରିବା ପାଇଁ ପରାମର୍ଶ ଜାରି କରିବା ସହ ସେଠାରୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ପୃଥକ୍‍ ସ୍ଥାନରେ ରଖାଯାଇ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା
କରାଯିବାକୁ ନିର୍ଦ୍ଦେଶ ଦେଇଛି।

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories