www.samajalive.in
Saturday, December 6, 2025
26.1 C
Bhubaneswar

ଶାରିରୀକ ପରୀକ୍ଷା ପାଇଁ ୧୦ ମହିଳାଙ୍କୁ ଉଲଗ୍ନ କରାଇଲେ ଡାକ୍ତର, ତଦନ୍ତ ନିର୍ଦେଶ ଦେଲା ଏସଏମସି

ସୁରଟ: ଗୁଜରାଟର ଭୁଜ୍‌ ସହରରେ ଏକ କଲେଜରେ ଛାତ୍ରୀମାନଙ୍କ ଋତୁସ୍ରାବ ଯାଞ୍ଚ ପାଇଁ ହଷ୍ଟେଲ କର୍ତ୍ତୃପକ୍ଷ ସେମାନଙ୍କୁ ଉଲଗ୍ନ କରାଇବା ଘଟଣାକୁ ଦେଶବ୍ୟାପୀ ନିନ୍ଦା କରାଯାଉଥିବାବେଳେ ପୁଣି ଅନୁରୂପ ଏକ ଘଟଣା ସାମ୍ନାକୁ ଆସିଛି। ଏଥର ଶାରିରୀକ ଏବଂ ମାନସିକ ଅତ୍ୟାଚାରର ଶିକାର ହୋଇଛନ୍ତି ୧୦ ମହିଳା ପ୍ରଶିକ୍ଷିକା। ସୁରଟ ମହାନଗର ନିଗମ(ଏସଏମସି)ରେ ନିଯୁକ୍ତି ପୂର୍ବରୁ ଶାରିରୀକ ପରୀକ୍ଷା ଲାଗି ପ୍ରଶିକ୍ଷିକାମାନଙ୍କୁ ଉଲଗ୍ନ କରାଯାଇ ଗୋଟିଏ ରୁମରେ ରଖାଯିବା ପରେ ଏହାକୁ ନେଇ ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଛି। ଏ ନେଇ ଅଭିଯୋଗ ହେବା ପରେ ଏସଏମସି କମିଶନର ବାଚ୍ଛାନିଧି ପାଣି ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି। ଏସଏମସି ଦ୍ବାରା ପରିଚାଳିତ ସୁରଟ ମ୍ୟୁନିସିପାଲ ଇନଷ୍ଟିଚ୍ୟୁଟ୍‌ ଅଫ ମେଡିକାଲ ଏଜୁକେଶନ ଆଣ୍ଡ ରିସର୍ଚ୍ଚ(ଏସଏମଆଇଏମଇଆର) ହସ୍ପିଟାଲରେ ଏହି  ଲଜ୍ଜାଜନକ ଘଟଣା ଘଟିଛି।

ନିୟମ ଅନୁସାରେ, ଏସଏମସିରେ କାର୍ଯ୍ୟରତ ସମସ୍ତ ପ୍ରଶିକ୍ଷିକା କର୍ମଚାରୀଙ୍କୁ ଶାରିରୀକ ପରୀକ୍ଷା ଦେବାକୁ ପଡ଼ିଥାଏ। ଟ୍ରେନିଂ ସମୟ ଶେଷ ହେବା ପରେ ସେମାନେ ଫିଟ୍‌ ଅଛନ୍ତି କି ନାହିଁ ତାହାର ପରୀକ୍ଷା କରାଯାଏ। ଏଥିପାଇଁ ପ୍ରାୟ ୧୦ ଜଣ ମହିଳା ପ୍ରଶିକ୍ଷିକା ଏସଏମସି ଦ୍ବାରା ପରିଚାଳିତ ହସ୍ପିଟାଲକୁ ଶାରିରୀକ ପରୀକ୍ଷା ପାଇଁ ଆସିଥିଲେ। ଏହି ପରୀକ୍ଷା ବାଧ୍ୟତାମୂଳକ ଥିଲା। ତେବେ ଏସଏମସି କର୍ମଚାରୀ ସଂଘ ଅଭିଯୋଗ କରିଛି ଯେ, ମହିଳା ପ୍ରଶିକ୍ଷିକାମାନେ ଶାରିରୀକ ପରୀକ୍ଷାକୁ ବିରୋଧ କରି ନ ଥିଲେ। କିନ୍ତୁ ହସ୍ପିଟାଲର ସ୍ତ୍ରୀ ରୋଗ ବିଭାଗରେ ଯେଉଁ ଭଳି ଭାବେ ସେମାନଙ୍କର ପରୀକ୍ଷା କରାଗଲା ତାହା ଦୁଃଖଦାୟକ। ଯେପରି ପରୀକ୍ଷା କରାଯିବା କଥା ତାହା କରାଯାଇ ନ ଥିଲା। ବିଭାଗୀୟ ଡାକ୍ତର ଏବଂ ମେଡିକାଲ କର୍ମଚାରୀ ଜଣେ ଜଣେ କରି ମହିଳାମାନଙ୍କୁ ପରୀକ୍ଷା କରିବା ବଦଳରେ ସମସ୍ତଙ୍କୁ ପରସ୍ପର ସାମ୍ନାରେ ଉଲଗ୍ନ କରି ଗୋଟିଏ ରୁମ୍‌ରେ ଛିଡ଼ାହେବାକୁ ବାଧ୍ୟ କରିଥିଲେ। ଏପରି କି ଅବିବାହିତ ମହିଳାମାନେ ଗର୍ଭବତୀ ଅଛନ୍ତି କି ନାହିଁ ତାହା ପରୀକ୍ଷା କରାଯାଇଥିଲା। ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ସଂଘ ଅଭିଯୋଗ କରିଛି।

- Advertisement -

ଘଟଣାର ତଦନ୍ତ ପାଇଁ ଏସଏମସି କମିଶନର ୩ ଜଣିଆ କମିଟି ଗଠନ କରିଛନ୍ତି। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସଏମସି ମେୟର ଜଗଦୀଶ ପଟେଲ କହିଛନ୍ତି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories