www.samajalive.in
Friday, December 12, 2025
15.1 C
Bhubaneswar

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କଲେ ରାମ ମନ୍ଦିର ଟ୍ରଷ୍ଟର ସଦସ୍ୟ

ନୂଆଦିଲ୍ଲୀ : ରାମ ମନ୍ଦିର ଟ୍ରଷ୍ଟର ସଦସ୍ୟମାନେ ଗୁରୁବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ଟ୍ରଷ୍ଟର ଅଧ୍ୟକ୍ଷ ନୃତ୍ୟ ଗୋପାଳ ଦାସ ଏବଂ ଅନ୍ୟ ମହାସଚିବ ଚମ୍ପତ ରାୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କରିଛନ୍ତି।
ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣର ତତ୍ତ୍ୱାବଧାନ ପାଇଁ ଶ୍ରୀ ରାମ ଜନ୍ମଭୂମି ତିର୍ଥକ୍ଷେତ୍ର ଟ୍ରଷ୍ଟ ସ୍ଥାପନ ହେବାର ଦିନକ ପରେ ଏହି ସାକ୍ଷାତ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଛି। ବୁଧବାର ମହନ୍ତ ନୃତ୍ୟ ଗୋପାଳ ଦାସଙ୍କୁ ଟ୍ରଷ୍ଟର ଅଧ୍ୟକ୍ଷ ନିର୍ବାଚିତ କରାଯାଇଥିବା ବେଳେ ଚମ୍ପତ ରାୟଙ୍କୁ ସହାସଚିବ ନିର୍ବାଚିତ କରାଯାଇଥିଲା। ଗତ ବର୍ଷ ନଭେମ୍ବରରେ ଅଯୋଧ୍ୟା ବିବାଦ ସଂପର୍କରେ ସୁପ୍ରିମକୋର୍ଟଙ୍କ ଆଦେଶ(ରାୟ)କୁ ପାଳନ କରି ଏହି ଟ୍ରଷ୍ଟ ଗଠନ କରାଯାଇଥିଲା।
ସୂଚନାଯୋଗ୍ୟ, ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ନିମନ୍ତେ ଗଠିତ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ପ୍ରଥମ ବୈଠକ ବୁଧବାର ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କୁ ଟ୍ରଷ୍ଟର ଅଧ୍ୟକ୍ଷ ନିର୍ବାଚିତ କରାଯାଇଥିଲା। ସେହିପରି ଚମ୍ପତ ରାୟ ସମ୍ପାଦକ ଓ ସ୍ବାମୀ ଗୋବିନ୍ଦ ଦେବ ଗିରି କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ମହନ୍ତ ନୃତ୍ୟ ଗୋପାଳ ହେଉଛନ୍ତି ରାମ ମନ୍ଦିର ନିର୍ମାଣ ଓ ଅଯୋଧ୍ୟା ଆନ୍ଦୋଳନର ପ୍ରଥମ ସୂତ୍ରଧର। ସୁପ୍ରିମକୋର୍ଟର ବରିଷ୍ଠ ଓକିଲ କେ. ପରାସରନଙ୍କ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପୂର୍ବତନ କ୍ୟାବିନେଟ ସଚିବ ନୃପେନ୍ଦ୍ର ମିଶ୍ରଙ୍କୁ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ କରାଯାଇଛି।
ବୈଠକରେ ମନ୍ଦିର ନିର୍ମାଣ ସମ୍ପର୍କରେ ଆଗାମୀ ୧୫ ରୁ ୨୦ଦିନ ମଧ୍ୟରେ ନିଷ୍ପତ୍ତି ନିଆଯିବ। ମନ୍ଦିର ନିର୍ମାଣ କାମକୁ କିପରି ତ୍ବରାନ୍ବିତ କରାଯିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ମନ୍ଦିର ନିର୍ମାଣ ପାଇଁ ଭକ୍ତଙ୍କ ଠାରୁ ଦାନ ଗ୍ରହଣ ଲାଗି ଅଯୋଧ୍ୟାର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ଏକ ଆକାଉଣ୍ଟ ଖୋଲାଯିବାକୁ ନିଷ୍ପତ୍ତି ହୋଇଥିବା ଚମ୍ପତ ରାୟ କହିଥିଲେ। ବୈଠକରେ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଭାବେ ସ୍ବରାଷ୍ଟ୍ର ବିଭାଗ ଅତିରିକ୍ତ ସଚିବ ଜ୍ଞାନେଶ କୁମାର, ଉତ୍ତରପ୍ରଦେଶ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅବିନାଶ ଅୱସ୍ତି ଓ ଅଯୋଧ୍ୟା ଜିଲାପାଳ ଅଞ୍ଜୁ କୁମାର ଝା ଉପସ୍ଥିତ ରହିଥିଲେ। ଫେବୃଆରୀ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଗଠନ ସମ୍ପର୍କରେ ସଂସଦରେ ସୂଚନା ଦେଇଥିଲେ। ଟ୍ରଷ୍ଟରେ ମୋଟ ୧୫ଜଣ ସଦସ୍ୟ ରହିବେ। ଏଥିରୁ ୯ଜଣ ସ୍ଥାୟୀ ସଦସ୍ୟ ଓ ୬ଜଣ ମନୋନୀତ ସଦସ୍ୟ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories