www.samajalive.in
Sunday, December 14, 2025
14.1 C
Bhubaneswar

ମାଟ୍ରିକ ଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ : ଆଡମିଟ କାର୍ଡ ନ ଆସିବାରୁ ପରୀକ୍ଷା ଦେଇ ପାରିଲେନି ଛାତ୍ରୀ

ଖୁଣ୍ଟା: ଖୁଣ୍ଟା ବ୍ଲକ ଅର୍ନ୍ତଗତ ବଡଫେଣି ପଞ୍ଚାୟତ ହାଇସ୍କୁଲର ଜନୈକା ଛାତ୍ରୀ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଖାମ ଖିଆଲି ନୀତି ପାଇଁ ମାଟ୍ରିକ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି। ଛାତ୍ରୀ ଜଣଙ୍କ ହେଉଛନ୍ତି ଟଭାଗଡି ଗ୍ରାମର ହରିଶ୍ଚନ୍ଦ୍ର ନାଏକଙ୍କ କନ୍ୟା ସୁଦେସ୍ନା ନାଏକ। ପରୀକ୍ଷା ପାଇଁ ସୁଦେସ୍ନାର ଠିକ ସମୟରେ ଆବଶ୍ୟକ ଫର୍ମ ପୂରଣ କରାଯାଇଥିବା ବେଳେ ସେଥିପାଇଁ ନିର୍ଦ୍ଧାରୀତ ପରିମାଣର ଅର୍ଥ ମଧ୍ୟ ପୈଠ ହୋଇଥିଲା। ମାଟ୍ରିକ ପରୀକ୍ଷା ୧୯ ତାରିଖ ଆରମ୍ଭ ହୋଇଥିବା ବେଳେ ସୁଦେସ୍ନାର ଆଡମିଟ କାର୍ଡ ଦିଆଯାଉନଥିବାରୁ ୧୮ ତାରିଖରେ ସେମାନେ ସ୍କୁଲ ପ୍ରଧାନ ଶିକ୍ଷକ ଅଶୋକ ଦାସଙ୍କୁ ଭେଟିଥିଲେ। ତେବେ ସୁଦେସ୍ନାର ଅନଲାଇନ ଫର୍ମ ପୂରଣ ସମୟରେ କୌଣସି ତୃଟି ଯୋଗୁ ସୁଦେସ୍ନାର ଏଡମିଟ କାର୍ଡ ଆସିନଥିବା ପ୍ରଧାନ ଶିକ୍ଷକ କହିଥିଲେ।

ତୃଟି ସଂଶୋଧନ ପାଇଁ ଚେଷ୍ଟା କରି ବିଫଳ ହୋଇଥିବା ସମ୍ପର୍କରେ ଶ୍ରୀ ଦାସ ତାଙ୍କୁ କହିବା ସହ ଝିଅ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବା ପାଇଁ ତାଙ୍କୁ ପ୍ରସ୍ତାବ ଦେଇଛନ୍ତି ବୋଲି ବାପା ହରିଶ୍ଚନ୍ଦ୍ର କହିଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ସ୍କୁଲର ଆଉଜଣେ ପିଲା ମାଟ୍ରିକ ପରୀକ୍ଷା ଦେବାକୁ ଯୋଗ୍ୟ ବିବେଚିତ ହୋଇନଥିବା ସତ୍ତ୍ବେ ତା ନାମରେ ଏଡମିଟ କାର୍ଡ ଆସିଛି। ଏହି ଘଟଣାକୁ ନେଇ ଅଭିଭାବକ ଓ ଗ୍ରାମବାସୀ ମାନଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିବା ବେଳେ ଗୁରୁବାର ସେମାନେ ସ୍କୁଲ ସମ୍ମୁଖରେ ରୁଣ୍ଡ ହୋଇ ପ୍ରଧାନ ଶିକ୍ଷକ ଛାତ୍ରୀ ଜଣଙ୍କ ଭବିଷ୍ୟତ ସହ ଖେଳ ଖେଳୁଥିବା ଅଭିଯୋଗ କରିଥିଲେ। ଛାତ୍ରୀ ଜଣଙ୍କ ପରୀକ୍ଷା ଦେଇ ନପାରି ହତାଶ ହୋଇପଡିଥିବା ବେଳେ ଅଭିଭାବକ ନିଜ ଝିଅର ଭଭିଷ୍ୟତ ନେଇ ଚିନ୍ତାରେ ପଡିଛନ୍ତି। ଏଭଳି ଦାୟୀତ୍ୱ ହୀନତା ପାଇଁ ଅଭିଭାବକ ଓ ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ନେଇ ଆଜି ବୈଠକ ବସି ଥିବା ବେଳେ ପ୍ରଧାନ ଶିକ୍ଷକ ଶ୍ରୀ ଦାସ ସପ୍ଲିମେଣ୍ଟାରୀ ପରୀକ୍ଷା ଶେଷ ହେବା ଯାଏ ଛାତ୍ରୀ ଜଣଙ୍କର ସମସ୍ତ ଦାୟିତ୍ୱ ଭାର ବହନ କରିବେ ବୋଲି ନିଷ୍ପତ୍ତି ହୋଇଥିବା ସମ୍ପର୍କରେ ବୈଠକରେ ଉପସ୍ଥିତ ଥିବା ସରପଞ୍ଚ ଶ୍ରୀନୀବାସ ନାଏକ ଜଣାଇଁଛନ୍ତି।

Hot this week

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Related Articles

Popular Categories