www.samajalive.in
Saturday, December 13, 2025
26.1 C
Bhubaneswar

ସଂକଟରେ ନେତାନ୍ୟାହୁଙ୍କ ରାଜନୈତିକ ଜୀବନ

ଜେରୁଜେଲମ୍‌ : ଦୁର୍ନୀତି ମାମଲାରେ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସମ୍ପୃକ୍ତି ଅଭିଯୋଗ ଜୋର ଧରିବା ପରେ ଏବେ ତାଙ୍କ ରାଜନୈତିକ ଜୀବନ ପ୍ରତି ସଂକଟ ସୃଷ୍ଟି ହୋଇଛି। ସ୍ଥାନୀୟ ପୁଲିସ ଶୁକ୍ରବାର ବହୁ ଚର୍ଚ୍ଚିତ ଟେଲିକମ୍‌ ଦୁର୍ନୀତି ମାମଲାରେ ତାଙ୍କୁ ଜେରା କରିବା ଘଟଣା ପ୍ରକାଶ ପାଇବା ପରେ ପ୍ରଧାନମନ୍ତ୍ରୀ ପଦରୁ ତାଙ୍କ ଇସ୍ତଫା ଦାବିରେ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଟେଲି ଯୋଗାଯୋଗ କମ୍ପାନୀ ଇସ୍ରାଏଲ୍‌ ରାଡିଓ ପକ୍ଷରୁ ତାଙ୍କୁ ଜେରା ବିଷୟରେ ସୂଚନା ଦିଆଯାଇଛି। ଏହି ଦୁର୍ନୀତି ମାମଲାରେ ନେତାନ୍ୟାହୁଙ୍କ ସମ୍ପୃକ୍ତି ଥିବା ନେଇ ପୂର୍ବରୁ ସନ୍ଦେହ କରାଯାଉଥିଲା। ଏଥିସହ ଅନ୍ୟ ଦୁଇଟି ଦୁର୍ନୀତି ମାମଲାରେ ସମ୍ପୃକ୍ତି ନେଇ ସେ ସନ୍ଦେହ ଘେରକୁ ଆସିଥିଲେ। ଏଥିରେ ନେତାନ୍ୟାହୁ ଲାଞ୍ଚ କାରବାର କରିଥିବା ଅଭିଯୋଗ ହୋଇଥିବା ବେଳେ ଫେବୃଆରୀରେ ଏହି ମାମଲାରେ ତଦନ୍ତ ଘୋଷଣା କରାଯାଇଥିଲା। ଫଳରେ ଚତୁର୍ଥ ଥର ଲାଗି ଦେଶର ପ୍ରଧାନମନ୍ତ୍ରୀ ପଦ ଅଧିକାର କରିଥିବା ନେତାନ୍ୟାହୁଙ୍କ ରାଜନୈତିକ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। କିନ୍ତୁ ଏହି ସବୁ ମାମଲାରେ କୌଣସି ତ୍ରୁଟିପୂର୍ଣ୍ଣ କାମ କରି ନ ଥିବା ନେତାନ୍ୟାହୁ କହିଛନ୍ତି। କେସ୍‌ ୪୦୦୦ ଶୀର୍ଷକ ମାମଲାରେ ବେଜେକ୍‌ ଇସ୍ରାଏଲ୍‌ ଟେଲିକମ୍‌ ମାଲିକ ନିଜ ୱେବ୍‌ସାଇଟ୍‌ରେ ନେତାନ୍ୟାହୁ ଏବଂ ତାଙ୍କ ପତ୍ନୀଙ୍କ ସପକ୍ଷରେ ଖବର ପ୍ରସାର କରିଥିଲେ। ପ୍ରତିବଦଳରେ ତାଙ୍କୁ ଯୋଗାଯୋଗ ନିୟନ୍ତ୍ରକଙ୍କଠାରୁ ସହଯୋଗ ମିଳିଥିଲା। କିନ୍ତୁ କମ୍ପାନୀ ପକ୍ଷରୁ ଅଭିଯୋଗକୁ ଅସ୍ୱୀକାର କରାଯାଇଛି। ନେତାନ୍ୟାହୁଙ୍କୁ ଜେରା କରାଯିବା ବିଷୟରେ ପୁଲିସ ମୁଖପାତ୍ର କୌଣସି ଉତ୍ତର ଦେବାକୁ ମନା କରିଦେଇଛନ୍ତି। ମାତ୍ର ନେତାନ୍ୟାହୁଙ୍କ ପତ୍ନୀ ସାରାଙ୍କୁ ତେଲ ଅଭିଭ୍‌ ନିକଟସ୍ଥ ଏକ ଥାନାରେ ଜେରା କରାଯାଇଥିବା ତାଙ୍କ ଓକିଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ନେତାନ୍ୟାହୁଙ୍କ ପୂର୍ବତନ ସହଯୋଗୀ ନିର ହେଫେଜ୍‌ଙ୍କ ସମେତ ବେଜେକ୍‌ ଟେଲିକମ୍‌ର ଅଂଶୀଦାରଙ୍କୁ ପୁଲିସ ଜେରା କରିଛି। ଏମାନେ ଏବେ ହାଜତରେ ଥିବା ବେଳେ କୌଣସି ତ୍ରୁଟିପୂର୍ଣ୍ଣ କାରବାରକୁ ଅସ୍ୱୀକାର କରିଛନ୍ତି। ଟେଲିକମ ମନ୍ତ୍ରଣାଳୟର ପୂର୍ବତନ ନିର୍ଦେଶକ ତଥା ନେତାନ୍ୟାହୁଙ୍କ ବିଶ୍ୱସ୍ତ ଶାଲୋମୋ ଫିଲବର୍‌ଙ୍କୁ ଇତିମଧ୍ୟରେ ଗିରଫ କରାଯାଇଥିବା ବେଳେ ସେ ସରକାରୀ ସାକ୍ଷୀ ହେବାକୁ ରାଜି ଥିବା ଜଣାପଡିଛି। ନେତାନ୍ୟାହୁଙ୍କ ବିରୋଧରେ ଥିବା ଅନ୍ୟ ଦୁଇଟି ମାମଲା ହେଲା, କେସ୍‌ ୧୦୦୦ ଯେଉଁଥିରେ ସେ ଜଣେ ବ୍ୟବସାୟୀଙ୍କଠାରୁ ୩,୦୦,୦୦୦ ଡଲାରର ଲାଞ୍ଚ ନେଇଥିବା ଅଭିଯୋଗ ରହିଛି। ସେହିଭଳି କେସ୍‌ ୨୦୦୦ରେ ତାଙ୍କ ବିରୋଧୀ ଥିବା ଏକ ଦୈନିକ ଖବର କାଗଜକୁ ପଛରେ ପକାଇବା ଲାଗି ଷଡଯନ୍ତ୍ର କରିଥିବା ନେଇ ନେତାନ୍ୟାହୁଙ୍କ ବିରୋଧରେ ଅଭିଯୋଗ ରହିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories