www.samajalive.in
Friday, December 12, 2025
16.1 C
Bhubaneswar

ଏଫଏଟିଏଫ: ପୁଣି ଧୂସର ତାଲିକାରେ ରହିଲା ପାକିସ୍ତାନ

ଇସଲାମାବାଦ : ଫାଇନାନ୍ସିଆଲ ଆକ୍ସଟ ଟାକ୍ସ ଫୋର୍ସ (ଏଫଏଟିଏଫ୍‌)ର ଧୂସର ତାଲିକାରେ ପାକିସ୍ତାନ ପୁନର୍ବାର ନିଜ ନାମ ବଜାୟ ରଖିଛି। ଫ୍ରାନ୍ସର ପ୍ୟାରିସରେ ଚାଲିଥିବା ଏଫଏଟିଏଫ ବୈଠକରେ ପାକିସ୍ତାନ ସମ୍ପର୍କରେ ମଙ୍ଗଳବାର ଏହି ନିଷ୍ପତ୍ତି ନିଆଯାଇଛି। ଏଫଏଟିଏଫର ସହଯୋଗୀ ସଂଗଠନ ଆନ୍ତର୍ଜାତିକ ସମନ୍ବୟ ସମୀକ୍ଷା ଗୋଷ୍ଠୀ (ଆଇସିଆରଜି) ପାକିସ୍ତାନର ଆତଙ୍କବାଦ ଦମନ ନୀତି ଉପରେ ଅନୁଧ୍ୟାନ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା। ବିଶ୍ବବ୍ୟାପୀ ଆତଙ୍କବାଦୀ ସଂଗଠନଗୁଡିକୁ ପାଣ୍ଠି ଯୋଗାଣ ବନ୍ଦ ଉପରେ ଗୁରୁତ୍ବ ଦେଉଥିବା ଏଫଏଟିଏଫ୍ ପାକିସ୍ତାନ ଧୂସର ତାଲିକାରେ ରଖିବା ସହିତ କଡା ଚେତାବନୀ ଦେଇଛି। ଆଗାମୀ ଦିନରେ ଆତଙ୍କବାଦ ଦମନ ନୀତିକୁ ଆହୁରି କଠୋର କରିବା ଲାଗି ପାକିସ୍ତାନକୁ ନିର୍ଦେଶ ଦିଆଯାଇଛି।

ବିଶେଷକରି ଆତଙ୍କବାଦୀ ସଂଗଠନଗୁଡିକୁ ଯେପରି ପାଣ୍ଠି ଯୋଗାଣ ନ ହେବ ଏବଂ ଆତଙ୍କବାଦୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି। ରିପୋର୍ଟ ଅନୁଯାୟୀ ପାକିସ୍ତାନର ଆତଙ୍କବାଦ ଦମନ କାର୍ଯ୍ୟ ଉପରେ ଏଫଏଟିଏଫ୍ ସନ୍ତୋଷ ବ୍ୟକ୍ତ କରିବା ସତ୍ତ୍ବେ ଆଗାମୀ ଦିନରେ ଏହାକୁ ଅଧିକ କଡାକଡି କରିବାକୁ କୁହାଯାଇଛି। ଆତଙ୍କବାଦ ଦମନ ଲାଗି ଧାର୍ଯ୍ୟ ୨୭ଟି ମାନଦଣ୍ଡରୁ ୧୪ଟି ମାନଦଣ୍ଡକୁ ପାକିସ୍ତାନ ପୂରଣ କରିଛି। ବେଆଇନ ଅର୍ଥ କାରବାର ନିରୋଧ ଆଇନ ଓ ଆତଙ୍କବାଦୀ ସଂଗଠନକୁ ଅର୍ଥ ଚାଲାଣକୁ ନିୟନ୍ତ୍ରଣ ଲାଗି ପାକ୍ ଅନୁଷ୍ଠାନ ମଧ୍ୟରେ ସମନ୍ବୟ ଅଭାବ ରହିଥିବା ଏଫଏଟିଏଫ କହିଛି। ୨୦୧୮ ଜୁନ୍‌ରେ ପାକିସ୍ତାନ ପ୍ରଥମ କରି ଧୂସର ତାଲିକାଭୁକ୍ତ ହୋଇଥିଲା। ଏଥିପାଇଁ ଆବଶ୍ୟକ ମାନଦଣ୍ଡ ପୂରଣ କରିବାକୁ କୁହାଯାଇଥିଲା। ଅନ୍ୟଥା ଏହା କଳାତାଲିକାଭୁକ୍ତ ହେବାର ଧମକ ଦିଆଯାଇଥିଲା। ଧୂସର ତାଲିକାରୁ ଧଳାକୁ ଆସିବା ଲାଗି ପାକିସ୍ତାନକୁ ଏଫଏଟିଏଫର ୩୯ ସଦସ୍ୟଙ୍କ ମଧ୍ୟରୁ ୧୨ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ। ଧୂସର ତାଲିକାରେ ରହିବା ଦ୍ବାରା ପାକିସ୍ତାନ ବିଶ୍ବବ୍ୟାଙ୍କ, ଆଇଏମଏଫ, ଏଡିବି ଓ ୟୁରୋପୀୟ ୟୁନିୟନ ଠାରୁ ଆବଶ୍ୟକ ଆର୍ଥିକ ସହାୟତା ପାଇବା କଷ୍ଟକର ହେବ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories