www.samajalive.in
Thursday, December 11, 2025
15.1 C
Bhubaneswar

କଳ୍ପନା ଓ ବବ୍‌ଲି ହତ୍ୟାକାଣ୍ଡ : ମୁହାଁମୁହିଁ ଜେରା ହେବେ ଅନୁପ-ବର୍ଦ୍ଧନ

ଝାରସୁଗୁଡ଼ା  : କଳ୍ପନା ଓ ବବ୍‌ଲି ହତ୍ୟାକାଣ୍ଡର ଅଧିକ ତଦନ୍ତ ନିମନ୍ତେ ପୂର୍ବତନ ବିଧାୟକ ଅନୁପ ସାଏ ଓ ତାଙ୍କ ଡ଼୍ରାଇଭର ବର୍ଦ୍ଧନ ଓରପ୍‌ ବର୍ମନକୁ ଏକାଠି ବସାଇ ସାମ୍ନାସାମ୍ନି ଜେରା କରିବାକୁ ଯୋଜନା କରିଛି ଛତିଶଗଡ଼ ପୁଲିସ । ଏହା ଏକ ସମ୍ବେଦନଶୀଳ ଘଟଣା ଓ ଅନୁପଙ୍କ ପରି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବାରୁ ମାମଲାକୁ ଗୁରୁତର ଭାବରେ ଗ୍ରହଣ କରିଛି ପୁଲିସ। ଅନୁପ ଓ ବର୍ଦ୍ଧନଙ୍କୁ ରିମାଣ୍ଡରେ ନେବା ଲାଗି ଓ ଅଧିକ ପ୍ରମାଣ ହାସଲ କରିବା ନିମନ୍ତେ ଉଭୟଙ୍କୁ ମଙ୍ଗଳବାର ରାୟଗଡ଼ ଅଦାଲତରେ ପୁଲିସ ହାଜର କରିଛି । ଅଦାଲତ ମାମଲାର ଶୁଣାଣି କରିବା ପରେ ବୁଧବାର ଏ ସମ୍ପର୍କରେ ପୁନର୍ବାର ଶୁଣାଣି ହେବ ।

ଏହି ହତ୍ୟାକାଣ୍ଡ ମାମଲାର ଅଧିକ ଜେରା ସହିତ ନାର୍କୋ ଟେଷ୍ଟ କରିବା ପାଇଁ ରାୟଗଡ଼ ପୁଲିସ ଅନୁପ ସାଏ ଓ ବର୍ଦ୍ଧନ ଟପ୍ପୋକୁ ୭ ଦିନ ରମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରାଯାଇଛି। ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଅଦାଲତ ନିଶ୍ଚିତ ଭାବରେ ଉଭୟଙ୍କୁ ରିମାଣ୍ଡ ମଞ୍ଜୁର କରିବେ ବୋଲି ସରକାରୀ ଓକିଲ ବେଦପ୍ରକାଶ ପଟେଲ କହିଛନ୍ତି । ଉଭୟ ଅଭିଯୁକ୍ତଙ୍କୁ ମୁହାମୁହିଁ ଜେରା କଲେ ହତ୍ୟାକାଣ୍ଡ ବିଷୟରେ ଅଧିକ ତଥ୍ୟ ମିଳି ପାରିବ । ଏହାଦ୍ୱାରା ହତ୍ୟାରେ ଜଡିତ ଥିବା ସମସ୍ତ ଅଭିଯୁକ୍ତ ଓ ମାରଣାସ୍ତ୍ର ପୁଲିସକୁ ମିଳି ପାରିବ ବୋଲି ଛତିଶଗଡ଼ ପୁଲିସ ପକ୍ଷରୁ କୁହାଯାଇଛି। କଳ୍ପନା ଓ ବବଲି କେମିତି ଓ କିଏ କିଏ ହତ୍ୟା କରିଥିଲେ ଏ ସମସ୍ତ ତଥ୍ୟ ଅଭିଯୁକ୍ତମାନେ ପ୍ରଦାନ କରି ନ ଥିବାରୁ ପୁଲିସ ପୁଣି ଅନୁପ ଓ ବର୍ଦ୍ଧନଙ୍କୁ ରିମାଣ୍ଡରେ ଆଣି ପଚରା ଉଚୁରା କରିବାର ଆବଶ୍ୟକତା ରହିଛି ବୋଲି ଛତିଶଗଡ ପୁଲିସ ପକ୍ଷରୁ କୁହାଯାଇଛି। ଏହାସହ ହତ୍ୟାକାଣ୍ଡରେ ଜଡିତ ଥିବା ଅନ୍ୟ ଅଭିଯୁକ୍ତ ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ ସନ୍ଦେହ ଘେରରେ ଥିବା ଅନୁପଙ୍କ ସମ୍ପର୍କୀୟ ଓ ସହଯୋଗୀମାନଙ୍କୁ ଥାନାରେ ହାଜର ହେବା ପାଇଁ ନୋଟିସ ଦିଆଯାଇଛି ବୋଲି ରାୟଗଡ ଏସପି ସନ୍ତୋଷ ସିଂହ ସୂଚନା ଦେଇଛନ୍ତି। ସେହିପରି ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ବୋଲେରୋ ଓ ଇନୋଭାକୁ ଜବତ କରିବା ପାଇଁ ପୁଲିସର ଭିନ୍ନ ଭିନ୍ନ ଦଳ ବିଭିନ୍ନ ସ୍ଥାନରେ ତଲାସୀ ଜାରି ରଖିଛି ବୋଲି ଏଏସପି ଅଭିଷେକ ବର୍ମା କହିଛନ୍ତି। ଅନ୍ୟପକ୍ଷରେ ଛତିଶଗଡ଼ ପୁଲିସର ଏକ ଟିମ ଭୁବନେଶ୍ୱର ଏୟାପୋର୍ଟରେ ଅନୁପ ଓ କଳ୍ପନା ବିମାନ ଯୋଗେ କେଉଁ କେଉଁ ସ୍ଥାନକୁ ଯାଇଛନ୍ତି ସେ ଦିଗରେ ତଦନ୍ତ ଆରମ୍ଭ କରିଛି। ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳରେ ଥିବା ଅନୁପ ବିକ୍ରି କରିଥିବା ଫ୍ଲାଟ, ଅନୁପଙ୍କ ଆକାଉଣ୍ଟଣ୍ଟ ଥିବା ଭୁବନେଶ୍ୱର ସ୍ଥିତ ବ୍ୟାଙ୍କ ଆଦରେ ତଥ୍ୟ ସଂଗ୍ରହ କରିଛି।

- Advertisement -

ଅନ୍ୟପଟେ କଳ୍ପନା ଦାଶଙ୍କ ଭାଉଜ ରୀନା ଦାଶଙ୍କୁ ଚକ୍ରଧରନଗର ଥାନାରେ ମଙ୍ଗଳବାର ଉପସ୍ଥିତ ହୋଇ ତଦନ୍ତରେ ସହଯୋଗ କରିବା ପାଇଁ ପୁଲିସ ନୋଟିସ ଦେଇଥିଲେ ହେଁ ଛତିଶଗଡରୁ କୌଣସି ମହିଳା ପୁଲିସ କର୍ମଚାରୀ ତାଙ୍କୁ ନେବା ପାଇଁ ଆସି ନଥିବାରୁ ସେ ମଙ୍ଗଳବାର ଥାନାକୁ ଯାଇ ନାହାନ୍ତି। ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ବୋଲେରୋ ଓ ଇନୋଭାକୁ ପୁଲିସ ହସ୍ତାନ୍ତର କରିବା ପାଇଁ ଛତିଶଗଡ ପୁଲିସ ଅନୁପଙ୍କ ପରିବାର ବର୍ଗଙ୍କୁ ନୋଟିସ ଦେଇଥିଲେ ହେଁ ଅନୁପଙ୍କ ଇନୋଭା ଗାଡ଼ି (ଓଡି୦୨ଭି୯୭୪୪) ଆଜି ତାଙ୍କ ଘରେ ଥିବାର ଦେଖିବାକୁ ମିଳିଛି। ଅନୁପଙ୍କ ଠାରୁ ବୋଲେରୋ (ଓଆର୦୨ଏୱଇ୮୫୯୬)କିଣି ପୁଣି ଅନ୍ୟଜଣଙ୍କୁ ବିକି୍ର କରିଥିବା ଅନୁପଙ୍କ ସମ୍ପର୍କୀୟ ସୁନିଲ ସାଏ ଦେଓ ଓ ସୁରେନ୍ଦ୍ର ସାଏଦେଓଙ୍କୁ ମଧ୍ୟ ଚକ୍ରଧରନଗର ପୁଲିସ ହାଜର ହେବାକୁ ନୋଟିସ ଦେଇଛି। ନୋଟିସ ପାଇ ସୁନିଲ ଓ ସୁରେନ୍ଦ୍ର ରାୟଗଡ଼ ପୁଲିସ ପାଖରେ ହାଜର ହୋଇଥିଲେ। ତେବେ ସେମାନଙ୍କଠାରୁ ପୁଲିସ କଣ ତଥ୍ୟ ପାଇଛି ତାହା ଏଯାଏ ଜଣାପଡ଼ିନାହିଁ। ଛତିଶଗଡର ହମିରପୁର ଜଙ୍ଗଲ ନିକଟରେ ୨୦୧୬ ମେ ୭ ତାରିଖରେ ହୋଇଥିବା ବବଲି ଦାସ ଓ କଳ୍ପନା ଦାସ (ମା, ଝିଅ) ହତ୍ୟାକାଣ୍ଡର ପ୍ରାୟ ୪ ବର୍ଷ ପରେ ଗତ ଶୁକ୍ରବାର ଛତିଶଗଡ ପୁଲିସ ପର୍ଦ୍ଦାଫାସ କରିଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories