www.samajalive.in
Friday, December 12, 2025
15.1 C
Bhubaneswar

ଇରାକ୍‍ର ୫ଟି ପ୍ରଦେଶକୁ ଯାତ୍ରା ନ କରିବା ପାଇଁ ବିଦେଶ ମନ୍ତ୍ରଣାଳୟର ପରାମର୍ଶ

ନୂଆଦିଲ୍ଲୀ : ଭାରତୀୟ ନାଗରିକମାନେ ଇରାକ୍‍ର ୫ଟି ପ୍ରଦେଶ – ନିନେବେଃ, ସଲାହୁଦ୍ଦିନ୍‍, ଦିୟାଲା, ଅନବର ଓ କିର୍‍କୁକ୍‍କୁ ଛାଡ଼ି ବାକି ଅନ୍ୟ ସ୍ଥାନଗୁଡ଼ିକୁ ଗସ୍ତ କରିପାରିବେ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏକ ଗସ୍ତ ପରାମର୍ଶ ସୂଚୀ ଜାରି କରି ମନ୍ତ୍ରଣାଳୟ କହିଛି, ଇରାକ୍‍ର ସାମ୍ପ୍ରତିକ ନିରାପତ୍ତା ପରିସ୍ଥିତି ଦୃଷ୍ଟିରୁ ସେହି ୫ଟି ପ୍ରଦେଶ ଅସୁରକ୍ଷିତ ବୋଲି ବିବେଚନା କରାଯାଉଛି। ଯେଉଁ ଭାରତୀୟମାନେ କାମ ପାଇଁ ଇରାକ୍‍ ଗସ୍ତ କରୁଛନ୍ତି କିମ୍ବା ସେଠାକୁ ଗସ୍ତ କରିବା ପାଇଁ ଅନୁମତି ପାଇସାରିଛନ୍ତି ସେମାନେ ନିରାପଦ ସ୍ଥାନରେ କାମ କରିବାକୁ ପରାମର୍ଶ ଦିଆଯାଇଛି।

ଇରାକ୍‍ ଗସ୍ତ କରିବା ପୂର୍ବରୁ ସେମାନେ ବାଗ୍‍ଦାଦ ସ୍ଥିତ ଭାରତୀୟ ଦୂତାବାସ ଓ ଇରିବିଲ ସ୍ଥିତ ବାଣିଜ୍ୟ ଦୂତାବାସ ସହ ଯୋଗାଯୋଗ କରିବାକୁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି। ଯେଉଁ ଭାରତୀୟ ନାଗରିକମାନେ ତୀର୍ଥଯାତ୍ରା ଉଦ୍ଦେଶ୍ୟରେ ଇରାକ୍‍ ଗସ୍ତ କରିବାକୁ ଚାହୁଁଛନ୍ତି, ଯଦି ସେମାନଙ୍କ ପାଖରେ ଉପଯୁକ୍ତ ଭିସା ଓ ଫେରନ୍ତା ଟିକଟ ରହିଛି ତେବେ ସେମାନେ ନଜଫ୍‍ ଓ କରବଲା ଗସ୍ତ କରିପାରନ୍ତି। ତେବେ ସେମାନେ ସିରିଆକୁ ଗସ୍ତ ନ କରିବା ପାଇଁ ପରାମର୍ଶ ଦିଆଯାଇଛି। ଗତ ମାସ ୮ ତାରିଖରେ ଭାରତ ଏହାର ନାଗରିକମାନଙ୍କୁ ବିଶେଷ ଜରୁରୀ ନ ଥିଲେ ଇରାକ୍‍ ଗସ୍ତ ନ କରିବା ପାଇଁ ପରାମର୍ଶ ଦେଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories