www.samajalive.in
Monday, December 8, 2025
27.1 C
Bhubaneswar

ଦଳର ସ୍ଥିତି ଦୁର୍ବଳ… କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ :୩ ଗୁରୁତର

ପୁରୀ: ଓଡିଶାରେ ଦଳର ସ୍ଥିତି ଦୁର୍ବଳ ଏହା ପରେ ମଧ୍ୟ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଚାଲିଛି ଗଣ୍ଡଗୋଳ। ଏହାପୁଣି ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ ଏବଂ ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଘଟିଛି। ଘଟଣାଟି ଘଟିଛି ପୁରୀ କଂଗ୍ରେସ କାର୍ଯ୍ୟାଳୟ ପରିସରରେ। ଯେତେବେଳେ ସୋମବାର ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ ଏବଂ ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପୁରୀ ଗସ୍ତରେ ଯାଇଥିଲେ। ସେତେବେଳେ ପୁରୀରେ କଂଗ୍ରେସର ଦୁଇ ଯୁବଗୋଷ୍ଠୀଙ୍କ ମଧ୍ୟରେ କୌଣସି କାରଣରୁ ପ୍ରବଳ ମାରପିଟି ଆରମ୍ଭ ହୋଇଥିଲା। ଏହି ମାରପିଟି ଧିରେ ଧିରେ ଉଗ୍ରରୂପ ଧାରଣ କରିଥିଲା। ଏହି ମାରପିଟିରେ ୩ ଜଣ କଂଗ୍ରେସ କର୍ମୀ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସମସ୍ତ ଆହତ ମାନଙ୍କ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିବା ବଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାକୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ବେଳେ ପୁଲିସ ଏହି ଘଟଣାରେ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

ଅନ୍ୟପଟେ କଂଗ୍ରେସ ଏହି ଗଣ୍ଡଗୋଳ କର୍ମୀଙ୍କ ମଧ୍ୟରେ ହୋଇନଥିବା ପୁରୀ କଂଗ୍ରେସ ସଭାପତି କହିଛନ୍ତି। ତାଙ୍କ କହିବା କଥା କିଛି ଦୁବୁର୍ତ୍ତ ହଠାତ ପୁରୀ ଇନ୍ଦିରା ଭବନ ସ୍ଥିତ କଂଗ୍ରେସ କର୍ଯ୍ୟାଳୟରେ ପହଞ୍ଚି କଂଗ୍ରେସର ଯୁବ କର୍ମୀଙ୍କୁ ମାରପିଟ କରିଥିଲେ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories