ମହାକାଶ କାର୍ଯ୍ୟକ୍ରମ ପାଇଁ ୧୦,୯୦୦କୋଟି ଟଙ୍କା ଅନୁମୋଦନ

0

ନୂଆଦିଲ୍ଲୀ : ଭାରତୀୟ ମହାକାଶ କାର୍ଯ୍ୟକ୍ରମ ପାଇଁ କେନ୍ଦ୍ର କ୍ୟାବିନେଟ ୧୦,୯୦୦କୋଟି ଟଙ୍କା ଅନୁମୋଦନ କରିଛି। ଅନୁମୋଦିତ ଅର୍ଥରେ ଆଗାମୀ ୪ବର୍ଷରେ ୩୦ ପିଏସଏଲଭି ଓ ୧୦ ଜିଏସଏଲଭି ଏମକେ ୩ ରକେଟ୍‍ ଉତ୍‍କ୍ଷେପଣ ହେବ। ୩୦ ପିଏସଏଲଭି ଉତ୍‍କ୍ଷେପଣ ବାବଦକୁ ୬୫୭୩ କୋଟି ଟଙ୍କା ଓ ୧୦ ଜିଏସଏଲଭି ଏମକେ ୩ ଉତ୍‍କ୍ଷେପଣ ପାଇଁ ୪,୩୩୮ କୋଟି ଟଙ୍କା ଅନୁମୋଦନ କରାଯାଇଛି। ଆଗାମୀ ଦିନରେ ଇସ୍ରୋ ୪ଟନ୍‍ ଓଜନ ବିଶିଷ୍ଟ ଉପଗ୍ରହ ଉତ୍‍କ୍ଷେପଣ ପାଇଁ ଯୋଜନା କରିବ।

Leave A Reply