www.samajalive.in
Friday, December 12, 2025
27.1 C
Bhubaneswar

ଆରଟିଓରୁ ଶେଷ ହେଉନି ଦଲାଲରାଜ, ରାଉରକେଲାରୁ ୫ ଗିରଫ

ରାଉରକେଲା: ରାଜ୍ୟ ସରକାର ଆରଟିଓକୁ ଦଲାଲ ମୁକ୍ତ କରିବାକୁ ଘୋଷଣା କରିବା ପରେ ପରିବହନ ବିଭାଗ ଏବଂ ପୁଲିସ ପକ୍ଷରୁ ଚଢଉ କରାଯାଇ ବିଭିନ୍ନ ଆରଟିଓରୁ ଦଲାଲ ମାନଙ୍କୁ ହଟାଯାଇଥିଲା। ଏହା ପରେ ପୁଲିସ ଆରଟିଓ ମଧ୍ୟରୁ ବହୁ ଦଲାଲ୍ ମାନଙ୍କୁ ମଧ୍ୟ ଗିରଫ କରିଥିଲା। କିନ୍ତୁ ବର୍ତ୍ତମାନ ଯାଏଁ ଦଲାଲ୍ ମାନଙ୍କ କବଳରୁ ମୁକୁଳି ପାରିଲା ନାହିଁ ଆରଟିଓ। ଯାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଶିଳ୍ପନଗରୀ ରାଉରକେଲା ଆରଟିଓ ପରିସରରେ। ଶୁକ୍ରବାର ୧୨.୩୦ ସମୟରେ ରାଉରକେଲା ଆରଟିଓ ପରିସରରେ ଦଲାଲ ମାନେ ସକ୍ରିୟ ଥିବା ଖବର ପାଇ ପୁଲିସର ସ୍ପେଶାଲ ଟିମ୍ ଓ ଉଦିତନଗର ପୁଲିସ ଚଢଉ କରି ୫ ଜଣ ଦଲାଲଙ୍କୁ ଗିରଫ କରିଛି । ଏହି ଦଲାଲ ମାନେ ଆରଟିଓ ପରିସରରେ ସାଧାରଣ ଲୋକମାନଙ୍କୁ ଆରଟିଓ କର୍ମଚାରୀ କହି ବିଭିନ୍ନ କାଗଜପତ୍ର ବାବଦରେ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିବା ଜଣାପଡିଛି। ଏହି ୫ ଜଣ ଦଲାଲ ମାନଙ୍କ ପାଖରୁ ପୁଲିସ ଏକ ମାରୁତି କାର, ଗୋଟିଏ ବାଇକ ଓ ସ୍କୁଟି,ଗୋଟିଏ ଲାପଟପ ଏବଂ ପ୍ରିଣ୍ଟର, ୬ଟି ମୋବାଇଲ ଓ ଆରଟିଓ ଅଫିସରେ ଦରକାର ପଡୁଥିବା ବିଭିନ୍ନ କାଗଜପତ୍ର ସହ ୨୨ ହଜାର ୭୦୦ ଟଙ୍କା ଜବଦ କରିଥିବା ଉଦିତନଗର ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

Related Articles

Popular Categories