www.samajalive.in
Friday, December 12, 2025
14.1 C
Bhubaneswar

ହିଙ୍ଗୁଳା ମେଳାରେ ଉନ୍ମତ୍ତ କାଣ୍ଡ ଭିଆଇଥିବା ଯବାନ ଗିରଫ ଚାକିରୀରୁ ମଧ୍ୟ ନିଲମ୍ବିତ

ବଡ଼ସାହି : କାର୍ଯ୍ୟରେ ନିୟୋଜିତ ଥିବା ଜଣେ ଓଏପିଏଫ ଯବାନ ଉନ୍ମତ୍ତ କାଣ୍ଡ ଭିଆଇବା ଦୃଶ୍ୟ ଶୁକ୍ରବାର ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ତାଙ୍କୁ ଗିରଫ ପୂର୍ବକ କୋର୍ଟ ଚାଲାଣ କରାଯିବା ସହିତ କାର୍ୟ୍ୟରୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି। ଯବାନ ଜଣଙ୍କ ହେଲେ ରରୁଆଁ ଥାନା ଅଧୀନ ଦେଉଳି ଗ୍ରାମର ଗଗନ ବିହାରୀ ନାଏକ। ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ବିରୋଧରେ ବଡ଼ସାହି ଥାନାଧିକାରୀ ଜୟନ୍ତ କୁମାର ବେହେରା ୨୧/୨୦ରେ ମାମଲା ରୁଜୁ ପୂର୍ବକ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଏସ୍ପିଙ୍କ ଚିଠି ନଂ ୧୭/୧୪.୦୨.୨୦୨୦ରେ ଯବାନଙ୍କୁ ଚାକିରୀରୁ ମଧ୍ୟ ନିଲମ୍ବିତ କରାଯାଇଛି ଘଟଣାଟି ବଡ଼ସାହି ନିକଟ ସୁହାଗପୁର-କଉଡ଼ିଖଣି ମା’ ହିଙ୍ଗୁଳାଙ୍କ ବାର୍ଷିକ ମେଳାରେ ଘଟିଥିବା ଜଣାପଡ଼ିଛି। ଭାଇରାଲ ଭିଡ଼ିଓରେ ଶାଳଜଙ୍ଗଲରେ ଡ୍ୟୁଟିରେ ଥିବା ବେଳେ ଜଣଙ୍କ ନିଶାସକ୍ତ ଅବସ୍ଥାରେ ଭକ୍ତଙ୍କୁ ଅଶ୍ଳୀଳ ଗାଳିଗୁଲଜ କରିବା ସାଙ୍ଗକୁ ନିଜର ଖାକି ପୋଷାକ ଦେହରୁ ଖୋଲି ପିଙ୍ଗୁଥିବା ଦେଖିବାକୁ ମିଳିଛି। ତାଙ୍କୁ ଉକ୍ତ କାର୍ୟ୍ୟରୁ ବାରଣ ପାଇଁ ସହକର୍ମୀ ମଧ୍ୟ ଚେଷ୍ଟା କରି ବିଫଳ ହୋଇଥିବା ଦୃଶ୍ୟ ରହିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories