ବିଜେନ୍ଦ୍ର ସରସ୍ୱତୀ କାଞ୍ଚିପୀଠର ନୂଆ ଶଙ୍କରାଚାର୍ଯ୍ୟ
କାଞ୍ଚିପୁରମ : ଶ୍ରୀ ବିଜେନ୍ଦ୍ର ସରସ୍ୱତୀଙ୍କୁ କାଞ୍ଚିପୀଠର ନୂତନ ଶଙ୍କରାଚାର୍ଯ୍ୟ ନିଯୁକ୍ତ କରାଯାଇଛି। ଏହି ପଦ ଅଳଙ୍କୃତ କରିବାରେ ୪୮ ବର୍ଷୀୟ ବିଜେନ୍ଦ୍ର ସରସ୍ୱତୀ ହେଉଛନ୍ତି କାଞ୍ଚିପୀଠର ୭୦ତମ ଶଙ୍କରାଚାର୍ଯ୍ୟ। ଫେବୃଆରୀ ୨୮ରେ କାଞ୍ଚିପୀଠର ଶଙ୍କରାଚାର୍ଯ୍ୟ ଜୟେନ୍ଦ୍ର ସରସ୍ୱତୀଙ୍କ ୮୨ ବର୍ଷ ବୟସରେ ମହାପ୍ରୟାଣ ଘଟିିବା ପରେ ଏହି ପଦ ଖାଲିପଡିଥିଲା। ବିଜେନ୍ଦ୍ର ସରସ୍ୱତୀଙ୍କ ନୂତନ ନିଯୁକ୍ତି ସମ୍ପର୍କରେ କାଞ୍ଚିପୀଠ ତରଫରୁ ତାମିଲନାଡୁ ସରକାରଙ୍କ ଦେବୋତ୍ତର ବିଭାଗକୁ ସୂଚିତ କରାଯାଇଛି।