www.samajalive.in
Friday, December 12, 2025
27.1 C
Bhubaneswar

ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ଆଉ ୮ ଦିନ; କ୍ରୀଡ଼ାବିତ୍‌ଙ୍କୁ ପ୍ରତିଭା ପ୍ରଦର୍ଶନ ପାଇଁ ଉପଯୁକ୍ତ ମଞ୍ଚ: ରାଣୀ ରାମପାଲ

ଭୁବନେଶ୍ବର : ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ ପ୍ରଥମ ସଂସ୍କରଣରେ ଥିବା ଦଳଗତ କ୍ରୀଡ଼ାଗୁଡିକ ମଧ୍ୟରୁ ହକି ହେଉଛି ଅନ୍ୟତମ। ଏଥିରେ ପୁରୁଷ ଓ ମହିଳା ବିଭାଗରେ ୮ଟି ଲେଖାଏଁ ଦଳ ଅଂଶଗ୍ରହଣ କରିବେ। କେବଳ ହକିରେ ୨୮୫ ଜଣ ଖେଳାଳି ଅଂଶଗ୍ରହଣ କରିବେ। ଉକ୍ତ ପ୍ରତିଯୋଗିତା ଭାରତରେ କ୍ରୀଡ଼ାର ସ୍ତରକୁ ଆହୁରି ଉପରକୁ ଉଠାଇବା ସହ ଦେଶବ୍ୟାପୀ ବିଭିନ୍ନ ବିଶ୍ବବିଦ୍ୟାଳୟର ନୂଆ ପ୍ରତିଭାଙ୍କୁ ଏଠାରେ ନିଜ ପ୍ରତିଭାର ପ୍ରଦର୍ଶନ କରିବା ପାଇଁ ଉପଯୁକ୍ତ ମଞ୍ଚ ମିଳିବ ବୋଲି ନିକଟରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିବା ଭାରତୀୟ ମହିଳା ହକି ଦଳର ଅଧିନାୟିକା ରାଣୀ ରାମପାଲ କହିଛନ୍ତି।
କେନ୍ଦ୍ର କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ହେଉଛି ଏକ ମହାନ ଅଭିଯାନ। ପ୍ରଥମେ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପରେ ଏବେ ବିଶ୍ବବିଦ୍ୟାଳୟ କ୍ରୀଡ଼ା ଆୟୋଜନ କରୁଛି। ଅନ୍ତର୍ଜାତୀୟ ପରିପ୍ରେକ୍ଷୀରେ ଏହା ଖୁବ୍ ଚମତ୍କାର। ଅନ୍ୟ ଦେଶର ଅଧିକାଂଶ ଖେଳାଳି ବିଶ୍ବବିଦ୍ୟାଳୟ ସ୍ତରରେ କିଛି ପ୍ରତିଯୋଗିତା ଖେଳିବା ପ​‌େ​‌ର ଅନ୍ତର୍ଜାତୀୟସ୍ତରରେ ଖେଳି ପାରିଥାନ୍ତି। ଭାରତରେ ମଧ୍ୟ ଏହି ନୀତି କାର୍ୟ୍ୟକାରୀ ହେବାକୁ ଯାଉଛି; ଏହା ଦ୍ବାରା ଅଧିକରୁ ଅଧିକ ପ୍ରତିଭାବାନ୍‌ ଖେଳାଳିଙ୍କୁ ଅନ୍ବେଷଣ କରା ଯାଇପାରିବ ବୋଲି ରାଣୀ କହିଛନ୍ତି। ପଞ୍ଜାବ ବିଶ୍ବବିଦ୍ୟାଳୟ ପତିଆଲାରେ ଇଂରାଜୀରେ ଏମ୍‌ଏ କରୁଥିବା ରାଣୀ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ନିଜ ବିଶ୍ବବିଦ୍ୟାଳୟକୁ ସ୍ବର୍ଣ୍ଣ ପଦକ ଜିତାଇବା ପାଇଁ ସମର୍ଥନ କରିବେ ବୋଲି କହିଛନ୍ତି। ପତିଆଲା ପଞ୍ଜାବ ବିଶ୍ବବିଦ୍ୟାଳୟ ମହିଳା ହକି ଦଳ ଅଂଶଗ୍ରହଣ କରିବ। ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ଭଳି ବିଶ୍ବବିଦ୍ୟାଳୟ କ୍ରୀଡ଼ାକୁ ବିପୁଳ ସମର୍ଥନ ମିଳିବ ବୋଲି ବିଶ୍ବ କ୍ରୀଡ଼ା ଆଥ୍‌ଲେଟ୍‌ ଅଫ୍‌ ଦି ଇୟର ପୁରସ୍କାର ପାଇଥିବା ରାଣୀ କହିଛନ୍ତି।

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

Related Articles

Popular Categories