www.samajalive.in
Friday, December 12, 2025
23.1 C
Bhubaneswar

ଧାମରାଇ ମହାବିଦ୍ୟାଳୟରେ ବାଳିକା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର

ଧାମରା : ଭଦ୍ରକ ଜିଲା ଧାମରା ଠାରେ ଥିବା ଧାମରାଇ ମହାବିଦ୍ୟାଳୟରେ ଗୁରୁବାର ବାଳିକା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ଧାମରାଇ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଭାତ କୁମାର ଦାସ ପ୍ରଦ୍ୱୀପ ପ୍ରଜ୍ଜଳନ ପୂର୍ବକ ଉଦଘାଟନ କରିଥିଲେ। ଦିନକୁ ଦିନ ବାଳିକା ତଥା ନାରୀ ମାନଙ୍କ ଉପରେ ବଢି ଚାଲିଥିବା ଅତ୍ୟାଚାର ତଥା ନିଜକୁ ସୁରକ୍ଷିତ ରଖିବା ପାଇଁ ଆତ୍ମସୁରକ୍ଷା ଅତ୍ୟନ୍ତ ଜରୁରୀ ହୋଇ ପଡିଛି ଫଳରେ ଏହି ଆତ୍ମ ସୁରକ୍ଷା ବଳରେ ନିଜକୁ ନିଜେ ସୁରକ୍ଷିତ ରଖିବା ସହଜ ହୋଇ ଥାଏ ବୋଲି ଅଧ୍ୟକ୍ଷ ମତ ରଖିଥିଲେ। ଆଜିର ଏହି ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିରରେ ମହାବିଦ୍ୟାଳୟର ସମସ୍ତ ଛାତ୍ରୀ ଯୋଗ ଦେଇଥିଲେ।ସେମାନଙ୍କୁ ଏହି ଆତ୍ମ ସୁରକ୍ଷାର ସମସ୍ତ କୌଶଳ ଏବଂ ପ୍ରଶିକ୍ଷଣ ମହାବିଦ୍ୟାଳୟର ପ୍ରୋଗ୍ରାମ କୋ ଅର୍ଡିନେଟର ଲକ୍ଷ୍ମୀଧର ବେହେରା ଦେଖାଇଥିଲେ। ଆଜିର ଏହି ଶିବିର ଉଦଘାଟନ ହୋଇଥିବା ବେଳେ ଏହି ଶିବିର ଆସନ୍ତା କାଲି ଉଦଯାପିତ ହେବ ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ନିକଟରୁ ପ୍ରକାଶ। ଆଜିର ଏହି ବାଳିକା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ ମହାବିଦ୍ୟାଳୟରେ ଇଂରାଜୀ ବିଭାଗର ରାଜେନ୍ଦ୍ର ନାରାୟଣ ରାଉତ,ରାଜନୀତି ବିଞାନର ଜଗନ୍ନାଥ ଦାଶ, ଦର୍ଶନ ବିଭାଗର ବିଜୟ କୁମାର ସାହୁ, ଇତିହାସ ବିଭାଗର ବିଜୟ କୁମାର ରାଉତ,ପ୍ରୋଗ୍ରାମ କୋ ଅର୍ଡିନେଟର ଲକ୍ଷ୍ମୀଧର ବେହେରା ଏବଂ ସହକାରୀ ଲାଇବ୍ରେରିଆନ ମନୋରଞନ ମଲିକ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories