www.samajalive.in
Thursday, December 11, 2025
13.1 C
Bhubaneswar

ଜାଗରଯାତ୍ରାକୁ ୮ଦିନ ବାକି : ମରାମତି ହୋଇନାହିଁ ଭଦ୍ରକ-ଆଖଣ୍ଡଳମଣିଙ୍କ ରାଜ୍ୟରାଜପଥ

ଆରଡି : ଆସନ୍ତା ୨୧ରେ ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଜାଗରଯାତ୍ରା। ଏହି ଅବସରରେ ରାଜ୍ୟ ଓ ରାଜ୍ୟ ବାହରୁ ଲକ୍ଷାଧିକ ଶ୍ରଦ୍ଧାଳୁଭକ୍ତଙ୍କ ପୀଠରେ ସମାଗମ ହେବ । ଏଥିପାଇଁ ଯାତ୍ରାର ଏକମାସ ପୁର୍ବରୁ ଭଦ୍ରକ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସମନ୍ୱୟ ବୈଠକ ବସିବା ସହିତ ଯାତ୍ରାର ୭ଦିନ ପୂର୍ବରୁ ସମସ୍ତ ପ୍ରସ୍ତୁତି ପେରି ସମ୍ପନ୍ନ ହେବ ସେଥିପାଇଁ ସମସ୍ତ ବିଭ।ଗର ଅଧିକାରୀମାନଙ୍କୁ ଜିଲାପାଳ ପରାମର୍ଶ ଦେଇଥାନ୍ତି। ଇତିମଧ୍ୟରେ ପ୍ରସିଦ୍ଧ ଜାଗରଯାତ୍ରା ଆଉମାତ୍ର ୮ଦିନ ବାକି ରହିଥିଲେ ମଧ୍ୟ ଭଦ୍ରକ-ଆଖଣ୍ଡଳମଣି ରାଜ୍ୟ ରାଜପଥ ପୂର୍ବ ପରି ଖାଲଖମା ହୋଇ ପଡି ରହିଛି। ସରହିପରି କେତକସ୍ଥାନରେ ଅତ୍ୟଧିକ ହମ୍ପସ ଯୋଗୁଁ ପଥଚାରୀମାନେ ନାନା ଅସୁବିଧାରେ ସମ୍ମୁଖିନ ହେଉଥିବା ବେଳେ ଧୁଷୁରୀ ଠାରୁ ବେତାଳିଗାଁ ଓ ମଠଡିହ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ରାସ୍ତାରୁ ପିଚୁ ଉଠି ଯାଇଥିବାରୁ ବଡବଡ ଖାଲ ସୃଷ୍ଟି ହୋଇଛି। ଯାହାପଳରେ ଦୈନଦିନ ଛୋଟବଡ ଦୁର୍ଘଟଣା ଘଟି ଚାଲିଛି।

ନିକଟରେ ପାୟାସାହି ନିକଟରେ ଏକ ବଡ ଦୁର୍ଘଟଣା ଘଟିବା ସହିତ ୨ ବାଇକ ଆରୋହି ଗୁରୁତ୍ୱ ଭାବେ ଆହାତ ହୋଇ ଏବେବି କଟକ ବଡ ମେଡିକାଲରେ ଚିକିତ୍ସାଧିନ ହେଉଛନ୍ତି। ସେହିପରି ପୀଠର ପୁଷ୍କରିଣୀ ଚତୁଃପାର୍ଶ୍ବ ରାସ୍ତା, ଗୁଡିଆସାହି ରାସ୍ତା, ବାଇପାସ ରାସ୍ତା ଆଦି ଅତ୍ୟନ୍ତ ଶୋଚନୀୟ ହୋଇ ପଡିଥିଲେ ମଧ୍ୟ ମରାମତି ପାଇଁ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ପଡୁନଥୁବା ସ୍ଥାନୀୟ ଅଞ୍ଚଳର ଲୋକମାନେ ଅଭିଯୋଗ କରିଛନ୍ତି

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories