www.samajalive.in
Monday, December 8, 2025
13.1 C
Bhubaneswar

ଠାକୁରମୁଣ୍ଡାରେ ପାଗଳା କୁକୁର ଆତଙ୍କ : ୨୦ ଆହତ

ଠାକୁରମୁଣ୍ଡା : ମୟୁରଭଞ୍ଜ ଜିଲା ଠାକୁରମୁଣ୍ଡା ବଜାର ନିକଟବର୍ତ୍ତି ଅଞ୍ଚଳରେ ଏକ ପାଗଳା କୁକୁର କାମୁଡ଼ାରେ ଗତକାଲି ଠାରୁ ଗୁରୁବାର ପର୍ଯ୍ୟନ୍ତ ପ୍ରାୟ ୨୦ଜଣ ଆହତ ହୋଇ ଥିବା ଜଣାପଡ଼ିଛି। ପାଗଳା କୁକୁର କାମୁଡ଼ାରେ ଆକ୍ରାନ୍ତ ମାନେ ଠାକୁରମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆସୁଥିବା ବେଳେ ସ୍ୱାସ୍ଥ୍ୟ କେନ୍ଦ୍ରରେ କୁକୁର କାମୁଡ଼ା ଇଞ୍ଜେକସନ ଉପଲବ୍ଧ ନ ଥିବାରୁ ଆହତ ମାନଙ୍କୁ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ପାଗଳା କୁକୁର କାମୁଡୁ ଥିଲେ ମଧ୍ୟ କୁକୁରକୁ ଆୟତ୍ତ କରାଯାଇ ପାରିନାହିଁ। ପାଗଳା କୁକୁର ଆକ୍ରମଣ ଯୋଗୁଁ ସ୍ଥାନୀୟ ଲୋକମାନେ ଆତଙ୍କିତ ହୋଇଯାଇଛନ୍ତି। ତେବେ ଭାରାପ୍ରାପ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ପଚାରିବାରୁ ଏଠାରେ ୩ ମାସ ହେଲାଣି ଇଞ୍ଜେକସନ ନ ଥିବା ପ୍ରକାଶ କରିଥିଲେ।

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories