ମୁମ୍ବଇ: ମହାରାଷ୍ଟ୍ର ମୁମ୍ବାଇରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ମୁମ୍ବଇ ଉପନଗର ଅନ୍ଧେରୀର ମରୋଲ ଅଞ୍ଚଳରେ ଥିବା ଏକ ତିନି ମହଲା ବିଶିଷ୍ଟ ବାଣିଜ୍ୟିକ ଅଟ୍ଟାଳିକାରେ ଗୁରୁବାର ଅପରାହ୍ନରେ ନିଆଁ ଲାଗିଛି। ଏଥିରେ କେହି ମୃତାହତ ହୋଇ ନାହାନ୍ତି ବୋଲି ପୌରସଂସ୍ଥାର ଅଧିକାରୀ ସୂଚନା ଦେଇଛନ୍ତି। ଏହା ସହ ଅଗ୍ନିକାଣ୍ଡରେ କେହି ଫସି ରହିଥିବା ସୂଚନା ମିଳିନାହିଁ। ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ନିଆଁକୁ ଆୟତ୍ତ କରିବା ପାଇଁ ୧୨ଟି ଦମକଳ ଗାଡି ନିୟୋଜିତ ହୋଇଛନ୍ତି।
Popular Categories



