ମନ୍ଦିର ପରିସରରୁ ଯୁବକଙ୍କ ମୃତଦେହ ଉଦ୍ଧାର

0

ଭୁବନେଶ୍ୱର: ଭୁବନେଶ୍ୱରର କାନନବିହାର କପିଳେଶ୍ୱର ମନ୍ଦିର ପରିସରରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ନାମ ଦିଲ୍ଲୀପ ପରିଚ୍ଛା ଓ ଘର ଭଦ୍ରକରେ ବୋଲି ଜଣା ପଡ଼ିଛି। ତାଙ୍କ ନିକଟରୁ ଏକ ସୁଇସାଇଡ଼ ନୋଟ ଜବତ ହୋଇଛି। ଆଜି ସକାଳେ କିଛି ଲୋକ ମନ୍ଦିରକୁ ଯାଇଥିବା ସମୟରେ ମୃତଦେହ ଦେଖି ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କ ପରିଚୟ ପାଇ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲା। ପରିବାର ଲୋକେ ସେଠାରେ ପହଞ୍ଚି ଦିଲ୍ଲିପଙ୍କୁ ହତ୍ୟା କରାଯାଇଥିବାର ଅଭିଯୋଗ କରିଥିଲେ। ଦିଲ୍ଲିପ ସୁରକ୍ଷାକର୍ମୀ ରୂପେ ଚାକିରୀ କରୁଥିଲେ ବୋଲି ପ୍ରାଥମିକ ସୂତ୍ରରୁ ଜଣାପଡ଼ିଛି। ପୁଲିସ ତଦନ୍ତ ଜାରି ରଖିଛି।

Leave A Reply