www.samajalive.in
Wednesday, December 10, 2025
23.1 C
Bhubaneswar

ବିକଶିତ ହେବ ତାଳସାରୀ ଓ ଭିତରକନିକା

ଭୁବନେଶ୍ବର : ମନ୍ଦିରମାଳିନୀ, ପ୍ରସିଦ୍ଧ ଐତିହ୍ୟସ୍ଥଳୀ, ବେଳାଭୂମି ଆଦି ପର୍ଯ୍ୟଟନ କ୍ଷେତ୍ରକୁ ବିକଶିତ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଅଭିଯାନ ଜାରି ରହିଛି। ଏହି କ୍ରମରେ ସୋମବାର ସକାଳେ ୫-ଟି ସଚିବ ଭି.କେ.ପାଣ୍ଡିଆନ ବାଲେଶ୍ବର ଜିଲାର ତାଳସାରୀ ଓ ଉଦୟପୁର ବେଳାଭୂମି ଗସ୍ତ କରିଥିଲେ। ଏସବୁ ପର୍ଯ୍ୟଟନ କ୍ଷେତ୍ରର ସ୍ଥିତି ଅନୁଧ୍ୟାନ କରିବା ସହିତ ଏଠିକାର ବିକାଶ ନିମନ୍ତେ ଥିବା ସମ୍ଭାବନା ଉପରେ ସ୍ଥାନୀୟ ପ୍ରଶାସନ ସହିତ ବିଶଦ ଆଲୋଚନା କରିଥିଲେ। ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ପୂର୍ତ୍ତ ସଚିବ କିଷନ କୁମାରଙ୍କ ସହ ଶ୍ରୀ ପାଣ୍ଡିଆନ ଦୀର୍ଘ ସମୟ ଧରି ତାଳସାରୀ ବେଳାଭୂମି ଅଞ୍ଚଳ ବୁଲି ଦେଖିଥିଲେ। ଏଠାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏହାକୁ କିପରି ଅଧିକ ଆକର୍ଷଣୀୟ କରାଯାଇପାରିବ ସେ ଦିଗରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଉତ୍ତର ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ଏହାକୁ ସ୍ବତନ୍ତ୍ର ସ୍ଥାନ ଦେବା ଏବଂ ଏଠାରେ ପର୍ଯ୍ୟଟନ ଶିଳ୍ପର ବିକାଶ ନିମନ୍ତେ ଥିବା ସୁଯୋଗର ବିନିଯୋଗ କରାଯିବାକୁ ସ୍ଥିର ହୋଇଛି। ଶ୍ରୀ ପାଣ୍ଡିଆନ ଆଜି ଭିତରକନିକା ଗସ୍ତରେ ଯାଇ ସେଠିକାର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଭିତରକନିକା ପରିବେଶ ପର୍ଯ୍ୟଟନ ଓ ଭିତ୍ତିଭୂମିକୁ ବିକଶିତ କରିବା ପାଇଁ ଲକ୍ଷ୍ୟ ରହିଛି।

ଭିତରକନିକା ଜାତୀୟ ପ୍ରାଣୀ ଉଦ୍ୟାନ ବିଶ୍ବ ଐତିହ୍ୟ ତାଲିକାରେ ସ୍ଥାନିତ ହୋଇପାରି ନଥିବାରୁ ଏହାକୁ ଅଧିକ ବିକଶିତ କରାଯିବା ଲକ୍ଷ୍ୟରେ ପ୍ରାଣୀ ଉଦ୍ୟାନର ଭିତ୍ତିଭୂମି ନିର୍ମାଣକୁ ଅଧିକ ଗୁରୁତ୍ବ ଦିଆଯିବା ନିମନ୍ତେ ମାଷ୍ଟରପ୍ଲାନର ପ୍ରସ୍ତୁତି ଚାଲିଛି। ତାଳସାରୀ ଓ ଭିତରକନିକା ପାଇଁ ଖୁବ୍ ଶୀଘ୍ର ନୂଆ ପ୍ୟାକେଜ ଘୋଷଣା ହେବ ବୋଲି ସୂଚନା ମିଳିଛି। ଉଭୟ ସ୍ଥାନ ଗସ୍ତ ସମୟରେ ମୁଖ୍ୟ ଶାସନ ସଚିବ, ପୂର୍ତ୍ତ ସଚିବ, ୫-ଟି ସଚିବ ଏବଂ ଅନ୍ୟ ଅଧିକାରୀମାନେ ସ୍ଥାନୀୟ ଲୋକପ୍ରତିନିଧିଙ୍କ ସମେତ ଜଙ୍ଗଲ, ରାଜସ୍ବ ଓ ପର୍ଯ୍ୟଟନ ଅଧିକାରୀଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ। ପୁରୀ ଶ୍ରୀଜଗନ୍ନାଥ ମନ୍ଦିର, ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିର, କୋଣାର୍କ ମନ୍ଦିର, ସମ୍ବଲପୁରର ସମଲେଶ୍ବରୀ ଏବଂ ବ୍ରହ୍ମପୁରର ତାରାତାରିଣୀ ମନ୍ଦିରର ବିକାଶ ପାଇଁ ସ୍ବତନ୍ତ୍ର ପ୍ୟାକେଜ କାର୍ଯ୍ୟକାରୀ କରିବା ନିମନ୍ତେ ଖସଡ଼ା ପ୍ରସ୍ତୁତି ପରେ ଏବେ ବାଲେଶ୍ବରର ପର୍ଯ୍ୟଟନ ସ୍ଥଳୀ ତାଳସାରୀ ବେଳାଭୂମି ସହିତ ଓ କେନ୍ଦ୍ରାପଡ଼ା ଜିଲା ଭିତରକନିକାର ଭିତ୍ତିଭୂମି ବିକାଶ କାର୍ଯ୍ୟ ହାତକୁ ନେବା ପାଇଁ ନକ୍ସା ପ୍ରସ୍ତୁତ ହୋଇଛି। ଆଗକୁ ଭିତରକନିକା ମହୋତ୍ସବର ପ୍ରସ୍ତାବ ଥିବାବେଳେ ଏହା ପୂର୍ବରୁ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories