www.samajalive.in
Saturday, December 13, 2025
26.1 C
Bhubaneswar

ଗିରିରାଜଙ୍କୁ ଅଶ୍ରୁଳ ବିଦାୟ: ଶେଷ ଦର୍ଶନ ପାଇଁ ଜନତାଙ୍କ ଭିଡ଼

କାନପୁର: ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଦେଶର ପ୍ରଖ୍ୟାତ ସାହିତ୍ୟିକ, ଗାନ୍ଧୀବାଦୀ ତଥା ଆଇଆଇଟି କାନପୁରର ପୂର୍ବତନ ରେଜିଷ୍ଟ୍ରାର ଗିରିରାଜ କିଶୋରଙ୍କ ଅନ୍ତିମ ଦର୍ଶନ ପାଇଁ ସୋମବାର ଅଶ୍ରୁଳ ବିଦାୟ ଦିଆଯାଇଛି। ଏହି ଅବସରରେ ତାଙ୍କ ଶେଷ ଦର୍ଶ ପାଇଁ ନେତା ଓ ସାହିତ୍ୟିକଙ୍କ ବ୍ୟତୀତ ଶହ ଶହ ସଂଖ୍ୟକ ସାଧାରଣ ଜନତା ସମାଗମ ହୋଇଥିଲା। ସୁଟରଗଞ୍ଜରୁ ତାଙ୍କ ଅନ୍ତିମ ଯାତ୍ରା ଆରମ୍ଭ ହେବା କ୍ଷଣି ଲୋକଙ୍କ ଆଖି ଲୁହ ଛଳଛଳ ହୋଇଯାଇଥିଲା।

- Advertisement -

ଗିରିରାଜ ତାଙ୍କ ଶରୀର ଜିଏସ୍‌ଭିଏମ୍ ମେଡିକାଲ କଲେଜକୁ ଦାନ କରିଦେଇଥିଲେ। ତେଣୁ ସୋମବାର ପୂର୍ବାହ୍ନ ୧୦ଟା ସମୟରେ ନିବାସ ସ୍ଥାନରୁ ତାଙ୍କ ଅନ୍ତିମ ଯାତ୍ରା ଜିଏସ୍‌ଭିଏମ୍ ମେଡିକାଲ କଲେଜ ଅଭିମୁଖେ ବାହାରିଥିଲା। ଏହା ପୂର୍ବରୁ ତାଙ୍କ ବାସଭବନରେ ପହଞ୍ଚିଥିବା ବିଭିନ୍ନ ରାଜନୈତିକ ଦଳର ନେତା ଓ ପ୍ରଶାସନିକ ଅଧିକାରୀମାନେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ତାଙ୍କ ଅନ୍ତିମ ଦର୍ଶନ ପାଇଁ ବହୁ ସଂଖ୍ୟକ ଲୋକ ଏକତ୍ର ହୋଇଥିଲେ। ଗିରିରାଜଙ୍କ ପୁଅ ଅନୀଶଙ୍କ ଉପସ୍ଥିତିରେ ପାର୍ଥିବ ଶରୀରକୁ ଜିଏସ୍‌ଭିଏମ୍ ମେଡିକାଲ କଲେଜ ପରିଚାଳନା କମିଟିକୁ ହସ୍ତାନ୍ତର କରାଯାଇଛି।

ସୂଚନାଯୋଗ୍ୟ, ଗିରିରାଜ କିଶୋରଙ୍କ ରବିବାର ସକାଳେ ପରଲୋକ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। ଗିରିରାଜ ଲୋକସେବକ ମଣ୍ଡଳର ଟ୍ରଷ୍ଟି ଥିଲେ। ଏହି ଖବର ମିଳିବା ପରେ ଲୋକସେବକ ମଣ୍ଡଳ ସଭାପତି ଓ ‘ସମାଜ’ ପରିଚାଳନା ମଣ୍ଡଳୀ ଅଧ୍ୟକ୍ଷ ଦୀପକ ମାଲବ୍ୟ ଗଭୀର ଶୋକ ପ୍ରକାଶ କରିଥିଲେ। ଶ୍ରୀ ମାଲବ୍ୟ ଗିରିରାଜଙ୍କ ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ଗିରିରାଜଙ୍କ ଦେହାନ୍ତ ଖବର ପ୍ରଚାରିତ ହେବା ପରେ ସମଗ୍ର ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି। ଗିରିରାଜଙ୍କର ପତ୍ନୀ ମୀରା ଗିରିରାଜ କିଶୋରଙ୍କ ସହିତ ୩ ସନ୍ତାନ ଅଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories