www.samajalive.in
Thursday, December 11, 2025
18.1 C
Bhubaneswar

କୃମି ଔଷଧ ଖାଇ ୫୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ

ବନ୍ତଳା : ଅନୁଗୁଳ ଜିଲା ବନ୍ତଳା ଥାନା ଅନ୍ତର୍ଗତ ବଡକନ୍ତକୁଳ ପଞ୍ଚାୟତ ନୂଆଖେତା ଗ୍ରାମରେ ଥିବା ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଆଲବେଣ୍ଡାଇଜଲ କୃମି ଔଷଧ ଖାଇ ୫୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଗୁରୁତର ହୋଇଥିବା ସୂଚନା ମିଳୁଛି।

ପ୍ରାପ୍ତ ସୂଚନା ମୁତାବକ, ନୂଆଖେତା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏମଡିଏ କାର୍ଯ୍ୟକ୍ରମରେ ସମସ୍ତ ପିଲାମାନଙ୍କୁ ଫାଇଲେରିଆ ଓ ଆଲବେଣ୍ଡାଇଜଲ କୃମି ଔଷଧ ଖାଇବାକୁ ଦିଆଯାଇଥିଲା। ମଧ୍ୟାହ୍ନ ଭୋଜନ ପୂର୍ବରୁ ଏହି ବଟିକା ପିଲାମାନଙ୍କୁ ଖାଇବାକୁ ଦିଆଯାଇଥିବା ବେଳେ ଅପରାହ୍ଣ ୩.୩୦ବେଳକୁ କିଛିପିଲା ନିଜକୁ ଅସୁସ୍ଥ ମଣିବା ସହ ବାନ୍ତି କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷେ କେତେକ ପିଲା ମୁଣ୍ଡ ବୁଆଲଉଥିବା ନେଇ ଶ୍ରେଣୀ ଶିକ୍ଷକଙ୍କୁ ଜଣାଇଥିଲେ। ବିଦ୍ୟାଳୟର ଶିକ୍ଷକ ଅସୁସ୍ଥ ହୋଇପଡିଥିବା ସମସ୍ତ ପିଲାମାନଙ୍କ ଅବିଭାବକମାନଙ୍କୁ ଖବର ଦେବା ସହ ବନ୍ତଳା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଜଣାଇଥିଲେ। ପରେ ଛାତ୍ରଛାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଗାଁ ଲୋକେ ଏକ ଟାଟା ମ୍ୟାଜିକ ଭଡା କରି ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଛାତ୍ରଛାତ୍ରୀ ଚିକିତ୍ସିତ ହେଉଥିବା ଜଣାପଡିଛି।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories