www.samajalive.in
Saturday, December 13, 2025
26.1 C
Bhubaneswar

କଂଗ୍ରେସ ଉପରେ ହାର୍ଦ୍ଦିକ ପଟେଲ ଖପ୍ପା

ଅହମଦାବାଦ : ଗୁଜରାଟ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ଖୋଲାଖୋଲି ସମର୍ଥନ ଦେଇଥିବା ପାଟିଦାର ଆନ୍ଦୋଳନ ନେତା ହାର୍ଦ୍ଦିକ ପଟେଲ ଏବେ କଂଗ୍ରେସ ଉପରେ ଖପ୍ପା ଥିବା ଜାଣିବାକୁ ମିଳିଛି । କୁହାଯାଉଛି ଯେ ପାଟିଦାର ପାଇଁ ସଂରକ୍ଷଣକୁ ନିର୍ବାଚନ ସମୟରେ ସମର୍ଥନ ଦେଉଥିବା କଂଗ୍ରେସ ଏବେ ଏହା ଉପରେ କିଛି କହୁନାହିଁ । ପାଟିଦାର ସଂରକ୍ଷଣକୁ ନେଇ କଂଗ୍ରେସ ମୁହଁ ଖୋଲୁନଥିବାରୁ ହାର୍ଦ୍ଦିକ ପଟେଲ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଗୁଜରାଟ ନିର୍ବାଚନରେ ହାର୍ଦ୍ଦିକ ପଟେଲଙ୍କ ସମର୍ଥନରୁ କଂଗ୍ରେସ ଆଶାଠାରୁ ଅଧିକ ଆସନ ଜିତିବାରେ ସଫଳ ହୋଇଥିଲା । ମାତ୍ର ନିର୍ବାଚନ ପରେ ହାର୍ଦ୍ଦିକ ପଟେଲଙ୍କୁ କଂଗ୍ରେସ ସମ୍ପୂର୍ଣ୍ଣ ଭୁଲି ଯାଇଥିବା ଅଭିଯୋଗ ହେଉଛି । ପାଟିଦାର ଆନ୍ଦୋଳନ ବେଳେ ମୃତ ଯୁବକଙ୍କ ବିରୋଧରେ ଦେଶଦ୍ରୋହ ମୋକଦ୍ଦମା ଚାଲିବା ପ୍ରସଙ୍ଗକୁ ବିଧାନସଭାରେ ଉଠାଇବାକୁ ନେଇ କଂଗ୍ରେସ ନେତା ଓ ହାର୍ଦ୍ଦିକ ପଟେଲଙ୍କ ମୁହାଁମୁହିଁ ହୋଇଥିଲେ । ଏ ପ୍ରସଙ୍ଗରେ କଂଗ୍ରେସ କାହିଁକି ଚୁପ୍‌ ରହୁଛି ବୋଲି ହାର୍ଦ୍ଦିକ ପ୍ରଶ୍ନ କରିଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories