www.samajalive.in
Saturday, December 13, 2025
26.1 C
Bhubaneswar

ବିମାନ ଯାତ୍ରା ପୂର୍ବରୁ ଖାଆନ୍ତୁ ନାହିଁ ଏହି ଖାଦ୍ୟ, ହୋଇଥାଏ ମୁଣ୍ଡ ବ୍ୟଥାର କାରଣ

ଲୋକେ ବିମାନରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। କିନ୍ତୁ ବେଳେବେଳେ ଅଧୀରତା କାରଣରୁ ବାନ୍ତି ବା ମୁଣ୍ଡ ବୁଲାଇବା ଭଳି ସମସ୍ୟା ଦେଖା ଦେଇଥାଏ। ଏସବୁ ସମସ୍ୟା ନିଜ ଖାଦ୍ୟପାନୀୟ ଉପରେ ନିର୍ଭର କରେ। ତେଣୁ ବିମାନ ଯାତ୍ରା ପୂର୍ବରୁ ଖାଦ୍ୟ ପାନୀୟ ପ୍ରତି ଯତ୍ନବାନ ହେବା ଉଚିତ୍। ଏହା ଦ୍ବାରା ଯାତ୍ରା ସଫଳ ହୋଇଥାଏ।

ତେବେ ଆସନ୍ତୁ ଜାଣିବା ବିମାନ ଯାତ୍ରା ବେଳେ କେଉଁ ଖାଦ୍ୟ ଖାଇବା ଅନୁଚିତ।

- Advertisement -

ତେଲଯୁକ୍ତ ଖାଦ୍ୟ: କିଛି ଲୋକ ବିମାନରେ ଯାତ୍ରା କରିବା ପୂର୍ବରୁ ଚିପ୍ସ ବା ସ୍ନାକ୍ସ ଖାଦ୍ୟ ଖାଇଥାନ୍ତି। ଯାହା ଦ୍ବାରା ଏସିଡିଟି ଭଳି ସମସ୍ୟା ସୃଷ୍ଟି ହୋଇଥାଏ।

କଫି: ବିମାନ ଯାତ୍ରା ପୂର୍ବରୁ କଫି ପିଅନ୍ତୁ ନାହିଁ। ମୁଣ୍ଡ ବିନ୍ଧା ହେବା ଭଳି ସମସ୍ୟା ଦେଖା ଦେଇଥାଏ।

ଆଲକହଲ: ବିମାନ ଯାତ୍ରା ପୂର୍ବରୁ ଆଲକହଲ ସେବନ କରିବା ହାନିକାରକ ହୋଇପାରେ।

ରାଜମା, ଚଣା: ଏହା ସହଜରେ ହଜମ ହୋଇ ନ ଥାଏ। ତେଣୁ ପେଟରେ ଗ୍ୟାସ ଜନିତ ସମସ୍ୟା ହେବାର ଯଥେଷ୍ଟ ଆଶଙ୍କା ଥାଏ।

ସେଓ: ଏମିତିରେ ସେଓ ଖାଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ। କିନ୍ତୁ ବିମାନ ଯାତ୍ରା ବେଳେ ସେଓ ନ ଖାଇବା ଭଲ।

ଆମିଷ ଜାତୀୟ ଖାଦ୍ୟ: ବିମାନ ଯାତ୍ରା ପୂର୍ବରୁ ଲୋକେ ଆମିଷ ଖାଇଥାନ୍ତି। ଯାହା ହଜମ ହୋଇନଥାଏ। ଶରୀର ଖରାପ ହେବାର ମୁଖ୍ୟ କାରଣ ହୋଇଥାଏ।

ବ୍ରୋକୋଲୀ: ବିମାନ ଯାତ୍ରା ପୂର୍ବରୁ ଫୁଲକୋବି, ପତ୍ରକୋବି ଏବଂ ବ୍ରୋକୋଲୀ ଆଦି ନ ଖାଇବା ଭଲ।

କୋଲ୍ଡ ଡ୍ରିଙ୍କ୍ସ: ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ବିମାନ ଯାତ୍ରା ବେଳେ ଏହାକୁ ସେବନ କରିବା ଦ୍ବାରା ଗ୍ୟାସ ଏବଂ ଛାତି ଜଳା ପୋଡା ହେବା ଭଳି ସମସ୍ୟା ଦେଖା ଦେଇଥାଏ।

ସ୍ପାଇସି ଫୁଡ୍: ଅଧିକ ମସଲା ଯୁକ୍ତ ଖାଦ୍ୟ ବିଭିନ୍ନ ରୋଗର କାରଣ ହୋଇଥାଏ। ତେଣୁ ବିମାନ ଯାତ୍ରା ପୂର୍ବରୁ ଏହି ଖାଦ୍ୟଠାରୁ ଦୂରରେ ରହିବା ଭଲ।

ଚୁଇଙ୍ଗମ୍: ଟାଇମ ପାସ ବା ମାଉଥ୍ ଫ୍ରେସ୍ କରିବାକୁ ଲୋକେ ଚୁଇଙ୍ଗମ୍ ଖାଇଥାନ୍ତି। କିନ୍ତୁ ଅଧିକ ମାତ୍ରାରେ ଚୁଇଙ୍ଗମ୍ ଚୋବାଇବା ଦ୍ବାରା ମୁଣ୍ଡ ବିନ୍ଧା ଓ ପେଟ ସହ ଜଡିତ କିଛି ସମସ୍ୟା ସୃଷ୍ଟି ହୋଇପାରେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories