www.samajalive.in
Saturday, December 13, 2025
26.1 C
Bhubaneswar

ରାଜ୍ୟଗୁଡ଼ିକୁ ପାଣ୍ଠି ଯୋଗାଣ ହ୍ରାସ ହେବନି – ସୀତାରମଣ

ଚେନାଇ: ରାଜ୍ୟଗୁଡ଼ିକୁ ଦିଆଯାଉଥିବା ପାଣ୍ଠି କମ କରିବାର କେନ୍ଦ୍ର ସରକାରଙ୍କ କୌଣସି ଯୋଜନା ନାହିଁ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଚେନାଇଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୀତାରମଣ କହିଛନ୍ତି, ଚତୁର୍ଦଶ ଅର୍ଥ କମିଶନଙ୍କ ଅନୁମୋଦନ ଅନୁଯାୟୀ ରାଜ୍ୟଗୁଡ଼ିକୁ ପାଣ୍ଠି ଯୋଗାଇ ଦିଆଯାଉଛି ଓ ଏବେ ପଂଚଦଶ ଅର୍ଥ କମିଶନଙ୍କ ସୁପାରିଶ ଅନୁଯାୟୀ ପାଣ୍ଠି ଦିଆଯିବ ଓ ସେଥିରେ କୌଣସି କାଟ କରିବା ଯୋଜନା ନାହିଁ। ଅନ୍ୟ ପକ୍ଷରେ ତାମିଲନାଡୁର ଜିଏସଟି ଭାଗ ଦୁଇ ଥରରେ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ଅର୍ଥ ମନ୍ତ୍ରୀ ଓ ଅର୍ଥ ମନ୍ତ୍ରାଳୟର ଅଧିକାରୀମାନେ ଦେଶର ବିଭିନ୍ନ ସ୍ଥାନରେ ଶିଳ୍ପପତି ଓ ଅନ୍ୟମାନଙ୍କ ସହ ବଜେଟ ସମ୍ପର୍କରେ ମତାମତ ସଂଗ୍ରହ ପାଇଁ ଆଲୋଚନା ପରିପ୍ରେକ୍ଷୀରେ ତାମିଲନାଡୁରେ ଆଜି ସାମ୍ବାଦିକ ସମ୍ମିଳନୀରେ ଅର୍ଥ ବିଭାଗ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି।

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗଗୁଡିକୁ ଯୋଗାଇ ଦିଆଯାଉଥିବା ପାଣ୍ଠି ସମ୍ପର୍କରେ ସୀତାରମଣ କହିଛନ୍ତି ଯେ ଗତ ବର୍ଷ ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବରରେ ସମସ୍ତ ବକେୟା ଦେବା ପାଇଁ ଚେଷ୍ଟା କରାଯାଇଥିଲା ଓ ଏବେ ସୁଦ୍ଧା ୬୦ ପ୍ରତିଶତ ଅର୍ଥ ଦିଆଯାଇଛି। ଏହି ସମ୍ମିଳନୀରେ ଉପସ୍ଥିତ ଥିବା ଅର୍ଥ ସଚିବ ରାଜୀବ କୁମାର କହିଛନ୍ତି, କୃଷି କ୍ଷେତ୍ରର ବିକାଶକୁ ଚଳିତ ବଜେଟରେ ଫୋକସ କରାଯାଇଛି। ସେ କହିଛନ୍ତି ଯେ କୃଷି କ୍ଷେତ୍ରକୁ ଏହି ବଜେଟରେ ୨ ଲକ୍ଷ ୮୩ ହଜାର କୋଟି ଟଙ୍କା ଵ୍ୟଵସ୍ଥା କରାଯାଇଛି। ଏଥିରେ ଜଳ ଅଭାବ ଜିଲା ସମେତ ଅନ୍ୟାନ୍ୟ କୃଷି କାର୍ଯ୍ୟ ପାଇଁ ପଛୁଆ ଜିଲ୍ଲାଗୁଡିକରେ ପାଣ୍ଠି ଖର୍ଚ୍ଚ କରାଯିବ। ସେ କହିଛନ୍ତି, ପୂର୍ବରୁ ୧୨ ଲକ୍ଷ କୋଟିକୁ ବୃଦ୍ଧି କରାଯାଇ ଏଥର ଋଣ ପରିମାଣ ୧୫ ଲକ୍ଷ କୋଟି ଟଙ୍କା କରାଯାଇଛି। ଆସନ୍ତା ରବିବାର କୋଲକାତାରେ ଏଭଳି ଆଲୋଚନା କରାଯିବ ବୋଲି ସୂଚନା ମିଳିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories