www.samajalive.in
Friday, December 12, 2025
27.1 C
Bhubaneswar

ଦେବଦୂତ ସାଜିଲେ ଦୁଇ ନାବାଳକ, କେନାଲରେ ଭାସିଯାଉଥିବା ବ୍ୟକ୍ତିଙ୍କୁ ଉଦ୍ଧାର କଲେ

ଜୟପୁର : କଥାରେ ଅଛି ଭଗବାନ କେବେ କେଉଁ ରୂପରେ ଆସନ୍ତି। ଶୁକ୍ରବାର ଜଣେ ବ୍ୟକ୍ତି କେନାଲରେ ଭସିଯାଉଥିବାବେଳେ ଦେବଦୂତ ସାଜି ନିଜ ଜୀବନର ବାଜି ଲଗାଇ ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିଛନ୍ତି ଜୟପୁର ସହରର ଦୁଇ ନାବାଳକ।
ସୂଚନା ଅନୁଯାୟୀ ଜୟପୁର ମୁଖ୍ୟ କେନାଲ ପାର୍ଶ୍ବ ରାସ୍ତାରେ ରଜାନହର ନିକଟର ବାଲାଜୀ ସାହୁ ସକାଳ ଭ୍ରମଣରେ ବାହାରିଥିଲେ। ହଠାତ୍‍ ତାଙ୍କ ମୁଣ୍ଡ ଘୂରେଇବାରୁ ସେ କେନାଲ ପାର୍ଶ୍ବରେ ଥିବା ପିଣ୍ଡାରେ କିଛି କ୍ଷଣ ବସିପଡ଼ିଥିଲେ। ପରେ ସେ ଭାରସାମ୍ୟ ହରାଇ କିପରି କେନାଲରେ ପଡ଼ିଯାଇଥିଲେ। ଠିକ୍‍ ସେହି ସମୟରେ ଡଙ୍ଗାଗୁଡା ଅଞ୍ଚଳର ଦୁଇ ନାବାଳକ ସଞ୍ଜୟ ପୂଜାରୀ ଓ କିଷାନ ମାଝି ଉକ୍ତ ରାସ୍ତା ଦେଇ ଯାଉଥିଲେ। ସେମାନେ ଶ୍ରୀ ସାହୁଙ୍କୁ କେନାଲରେ ଭାସୁଥିବା ଦେଖି କିଛି ନ ଭାବି ପୂଜାରୀ ଓ ମାଝି ନିଜ ପିନ୍ଧିଥିବା ବସ୍ତ୍ର କାଢ଼ି କେନାଲେ ଡେଇଁ ପଡିଥିଲେ। କିଛି ସମୟରେ ସେମାନେ କେନାଲର ପ୍ରଖର ପାଣିରୁ ଶ୍ରୀ ସାହୁଙ୍କୁ କେନାଲ ଉପରକୁ ଟାଣି ଆଣିଥିଲେ। ଏହାପରେ ଶ୍ରୀ ସାହୁଙ୍କ ପେଟ ଚିପି ପାଣି ବାହାର କରି ତାଙ୍କ ଜୀବନ ବଞ୍ଚାଇଥିଲେ।

ପରେ ଉକ୍ତ ଅଞ୍ଚଳରେ ସ୍ଥାନୀୟ କିଛି ଲୋକ ଜମା ହୋଇ ସହାୟତାର ହାତ ବଢାଇଥିବା ବେଳେ ଜୟପୁର ଟାଉନ ପୁଲିସ୍‍କୁ ଖବର ଦେଇଥିଲେ। ପୁଲିସ୍‍ ଘଟଣାସ୍ଥଳରେ ପହଞ୍ଚି ଶ୍ରୀ ସାହୁଙ୍କୁ ଜୟପୁର ସ୍ଥିତ ଜିଲା ଚିକିତ୍ସାଳୟକୁ ନେଇ ଚିକିତ୍ସା କରି ତାଙ୍କ ଘରକୁ ପହଞ୍ଚାଇଦେଇଥିଲେ। ତେବେ ଏହି ସାହାସୀ ଦୁଇ ବାଳକଙ୍କୁ ତାଙ୍କ ସାହାସିକତା ପାଇଁ ଜୟପୁର ଟାଉନ ଥାନା ପକ୍ଷରୁ ସମ୍ମାନିତ କରାଯାଇଛି। ଏଭଳି ସାହାସିକତା ଦେଖାଇ ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇ ସେମାନେ ଇତିହାସ ରଚିଥିବା ଟାଉନ ଥାନା ଅଧିକାରୀ ବାଲେଶ୍ୱର ଗିଧି ଜଣାଇଛନ୍ତି।
ଏହା ଘଟଣା ପରେ ଏହି ଦୁଇ ନାବାଳକ ସଞ୍ଜୟ ପୂଜାରୀ ଓ କୀଷାନ ମାଝି ଏବେ ଜୟପୁରର ହିରୋ ପାଲଟିଥିବାବେଳେ ତାଙ୍କୁ ପ୍ରଶଂସାର ସୁଅ ଛୁଟିଛି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories