www.samajalive.in
Friday, December 12, 2025
26.1 C
Bhubaneswar

ସିଏଚ୍ଏସ୍‌ଇ ଯୁକ୍ତ ଦୁଇ ପରୀକ୍ଷା ପରିଚାଳନା ବୈଠକରେ ବିଭ୍ରାଟ

ଭୁବନେଶ୍ବର :ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ଯୁକ୍ତଦୁଇ ପରୀକ୍ଷା ପରିଚାଳନାରେ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ କରିଛନ୍ତି ପରୀକ୍ଷା ପରିଚାଳନା କମିଟିର ସଦସ୍ୟ ତଥା ରାଜ୍ୟର ଦୁଇ ବିଧାୟକ। ପରିଷଦର କାର୍ଯ୍ୟକୁ ନେଇ ଦୁଇ ସଭ୍ୟ ଅସନ୍ତୋଷବ୍ୟକ୍ତ କରିବା ସହ ବୈଠକରୁ ଉଠି ପଳାଇଛନ୍ତି। ଏଥିସହ ପରିଷଦ ଏଥିରୁ ନିବୃତ୍ତ ନରହିଲେ ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇବାକୁ ଚେତାବନୀ ଦେଇଛନ୍ତି।

କମିଟି ସଭ୍ୟ ତଥା ବିଧାୟକ ସନ୍ତୋଷ ସିଂହ ସାଲୁଜା ବୈଠକରୁ ଉଠିଯିବା ପରେ କହିଛନ୍ତି ଯେ, ଜାନୁଆରୀରେ ପରୀକ୍ଷା କେନ୍ଦ୍ର ମନୋନୟନ ପାଇଁ ପରୀକ୍ଷା ପରିଚାଳନା କମିଟି ବୈଠକ କରାଯାଇଥିଲା। ଯେଉଁ କେନ୍ଦ୍ରରେ ଶାନ୍ତିଶୃଙ୍ଖଳାର ସହ ପରୀକ୍ଷା ହୋଇଛି ପୁନର୍ବାର ସେଠାରେ ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଥିଲା। ତେବେ ଏହାକୁ ଅମାନ୍ୟ କରି ପରିଷଦର ଅସାଧୁ କର୍ମଚାରୀ ଟଙ୍କା ନେଇ ପରୀକ୍ଷା କେନ୍ଦ୍ର ବଦଳାଇ ଦେଇଛନ୍ତି। ଆଜି ପରୀକ୍ଷା ପରିଚାଳନା କମିଟିର ବୈଠକ ବସିବାକୁ ଥିବାବେଳେ ତା’ ପୂର୍ବରୁ ତରବରିଆ ଭାବେ ପରିଷଦ ପରୀକ୍ଷା କେନ୍ଦ୍ର ତାଲିକା ଜାରି କରିଛି । ପରିଷଦ ଦୁର୍ନୀତିକୁ ନିଜର ନୀତି କରିସାରିଥିବାବେଳେ ଅସାଧୁ କର୍ମଚାରୀ ଓ କଲେଜ ମଧ୍ୟରେ ଅର୍ଥ କାରବାର କରାଯାଇ ପରୀକ୍ଷା କେନ୍ଦ୍ର ଫିକ୍ସିଂ କରାଯାଇଛି । ପରିଷଦର ଏଭଳି ମନମୁଖି କାର୍ଯ୍ୟକୁ ବିଧାନସଭାରେ ଉଠାଯିବ ବୋଲି ଶ୍ରୀ ସାଲୁଜା ପ୍ରକାଶ କରିଛନ୍ତି।

- Advertisement -

ସେହିପରି ଏହି ପ୍ରସଙ୍ଗକୁ ନେଇ ଅନ୍ୟତମ ପରୀକ୍ଷା ପରିଚାଳନା କମିଟି ସଦସ୍ୟ ତଥା ବିଧାୟକ କିଶୋର ମହାନ୍ତି କହିଛନ୍ତି ପୂର୍ବରୁ କମିଟି ଦେଇଥିବା ପରୀକ୍ଷା କେନ୍ଦ୍ର ତାଲିକା ବଦଳରେ ଅନ୍ୟ ଏକ ପରୀକ୍ଷା କେନ୍ଦ୍ର ତାଲିକା ପ୍ରକାଶ ପାଇଛି। ଯେଉଁ କଲେଜରେ ପୂର୍ବ ବର୍ଷ କୌଣସି କପି ହୋଇନାହିଁ କି ପରୀକ୍ଷା କେନ୍ଦ୍ର ବାତିଲ ହୋଇନାହିଁ ସେଠାରେ ପରୀକ୍ଷା କେନ୍ଦ୍ର କରିବା ପାଇଁ କମିଟି ପ୍ରସ୍ତାବ ଦେଇଥିଲା । କମିଟି ପ୍ରସ୍ତାବକୁ ଉପେକ୍ଷା କରି ତାକୁ ବଦଳାଇ ଦିଆଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଅଲଗା ତାଲିକା ପ୍ରକାଶ ପାଇଛି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି।
ଏଭଳି ଅଭିଯୋଗ ଆଣିବା ସହ ଦୁଇ ବିଧାୟକଙ୍କ ସମେତ ଅନ୍ୟ କିଛି ସଦସ୍ୟ ବୈୖଠକକୁ ପ୍ରତ୍ୟାଖାନ କରିବା ସହ ଅଧାରୁ ଉଠି ଚାଲି ଯାଇଥିଲେ। ତେବେ ପରିଷଦ ବିରୋଧରେ ଏଭି ସଙ୍ଗିନ ଅଭିଯୋଗ ଆସିଥି​‌ଲେ ମଧ୍ୟ କୌଣସି ଅଧିକାରୀ ଓ କର୍ମଚାରୀ ଏହି ପ୍ରସଙ୍ଗରେ ମୁହଁ ଖୋଲି ନଥିବାବେଳେ ଏହା ଆଭ୍ୟନ୍ତରୀଣ ବୈଠକ ବୋଲି କହି କଥାକୁ ଏଡ଼ାଇ ଯାଇଛନ୍ତି।

ପରିଷଦ ପକ୍ଷରୁ ଗତବର୍ଷ ମୋଟ ୧୦୯୧ଟି ପରୀକ୍ଷା କେନ୍ଦ୍ର କରାଯାଇଥିବାବେଳେ ଚଳିତ ବର୍ଷ ଏହାକୁ ୧୧୪୨ କରାଯାଇଛି। ପରୀକ୍ଷା ପରିଚାଳନା କମିଟି ବୈଠକରେ ବିଭ୍ରାଟ ଦେଖାଦେବାରୁ ଶୁକ୍ରବାର ପରୀକ୍ଷା ହବ୍‌ ଓ ମୂଲ୍ୟାୟନ କେନ୍ଦ୍ର ସମ୍ପର୍କରେ ନିଷ୍ପତ୍ତି ହୋଇପାରିନି। ପୂର୍ବବର୍ଷ ରାଜ୍ୟରେ ୨୦୨ଟି ହବ୍‌, ୫୮ଟି ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ଓ ୩୩ଟି ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର କରାଯାଇଥିଲା। ଚଳିତ ବର୍ଷ ୩ ଲକ୍ଷ ୪୯ ହଜାର ୧୧୪ ଛାତ୍ରଛାତ୍ରୀ ଫର୍ମପୂରଣ କରିଥିବାବେଳେ ଆସନ୍ତା ମାର୍ଚ୍ଚ ୩ରୁ ପରୀକ୍ଷ‌ା ଆରମ୍ଭ ହେବ।
ପରୀକ୍ଷା ପରିଚାଳନା କମିଟି ବିଭ୍ରାଟକୁ ନେଇ ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ପଚାରିବାରୁ ସେ କହିଛନ୍ତି ପରୀକ୍ଷା ପରିଚାଳନା କମିଟି ବୈଠକରେ କୌଣସି ପ୍ରସଙ୍ଗକୁ ନେଇ ମତପାର୍ଥକ୍ୟ ହେଲେ ସରକାର ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାର ନିୟମ ରହିଛି। ପରିଷଦର ସୁପାରିସ ଅନୁସାରେ ବିଭାଗ ପକ୍ଷରୁ ପରୀକ୍ଷା କେନ୍ଦ୍ର ସମ୍ପର୍କରେ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories