www.samajalive.in
Saturday, December 13, 2025
26.1 C
Bhubaneswar

କରୋନା ଅପଡେଟ :ଚୀନ୍‌ରେ ୬୩୬ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ବେଜିଂ : ଚୀନ୍‌ରେ କରୋନା ଭୂତାଣୁଜନିତ ମୃତ୍ୟୁ ସଂଖ୍ୟା ଶୁକ୍ରବାର ୬୩୬ରେ ପହଞ୍ଚିଛି। ଏଥିସହିତ ସଂକ୍ରମିତଙ୍କ ସଂଖ୍ୟା ୩୧ହଜାର ୧୬୧କୁ ବୃଦ୍ଧିପାଇଛି। ଚୀନ୍‌ ବାହାରେ ୨୦୦ରୁ ଅଧିକ ସଂକ୍ରମଣ ଖବର ମିଳିଛି। ଗୁରୁବାର ଚୀନ୍‌ର ବହୁଳ ପ୍ରସାରିତ ‌େ​‌ୱବ୍‌ସାଇଟ୍‌ ‘ଟିସେଣ୍ଟ’ ବାସ୍ତବ ମୃତ୍ୟୁ ସଂଖ୍ୟା ୨୪ହଜାର ୫୮୯ ଓ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୫୪ହଜାରରୁ ଅଧିକ ଏବଂ ଚୀନ୍‌ ସରକାର ବାସ୍ତବ ସ୍ଥିତି ଲୁଚାଉଥିବା ନେଇ ଯେଉଁ ତଥ୍ୟ ସମ୍ବଳିତ ଖବର ପ୍ରକାଶ କରିଥିଲା ତାହାକୁ ଚୀନ୍‌ ସରକାର ଖଣ୍ଡନ କରିଛନ୍ତି। ତାଇୱାନ୍‌ର ଖବର କାଗଜଗୁଡ଼ିକ ଏହି ଖବର ପ୍ରକାଶ କରିଥିବାରୁ ଚୀନ୍‌ ସରକାର ଉତ୍‌କ୍ଷିପ୍ତ ହୋଇଛନ୍ତି। ଅପରପକ୍ଷରେ ଜାପାନୀ ଜାହାଜର ଯାତ୍ରୀଙ୍କ ମଧ୍ୟରେ କରୋନା ସଂକ୍ରମଣ ବୃଦ୍ଧିପାଇଛି। ଜାହାଜ​‌େ​‌ର ନୂଆ ୪୦ ଯାତ୍ରୀ ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ଏହି ସଂଖ୍ୟା ୬୧କୁ ବୃଦ୍ଧିପାଇଛି। ଚୀନ୍‌ରୁ ନିଜ ଦେଶର ୩୭୦୦ ନାଗରିକଙ୍କୁ ଫେରାଇ ନେଉଥିବା ଜାହାଜରେ ଆଗକୁ ଏହି ସଂଖ୍ୟା ବଢ଼ିବା ଆଶଙ୍କା ରହିଛି। ହଂକଂରେ ଜଣଙ୍କ ମୃତ୍ୟୁ ସହିତ ସଂକ୍ରମିତଙ୍କ ସଂଖ୍ୟା ୨୨ରେ ପହଞ୍ଚିଥିବାବେଳେ ଜାପାନରେ ମୋଟ ୮୬ଜଣ ସଂକ୍ରମିତ ହେଲେଣି। ସିଙ୍ଗାପୁରରେ ୩୦, ଥାଇଲାଣ୍ଡରେ ୨୫, ମାକାଉରେ ୧୦, ଦକ୍ଷିଣ କୋରିଆରେ ୨୪, ଅଷ୍ଟ୍ରେଲିଆରେ ୧୪, ଭିଏତନାମରେ ୧୨, ଫ୍ରାନ୍ସରେ ୬, ୟୁନାଇଟେଡ ଆରବ ଏମିରେଟ୍ସରେ ୫, ଜର୍ମାନୀରେ ୧୩, ମାଲେସିୟାରେ ୧୩, କାନାଡ଼ାରେ ୬ ଓ ଫିଲିପାଇନ୍ସରେ ୩ ସଂକ୍ରମିତ ହୋଇଥିବା ଖବର ମିଳିଛି। ମୋଟ ୨୭ଟି ରାଷ୍ଟ୍ରକୁ ଏହା ବ୍ୟାପିଥିବା ପ୍ରକାଶ।

ନେପାଳ ଦେଲା ଲକ୍ଷେ ମୁଖା

ଚୀନ୍‌ରେ କରୋନା ଭୂତାଣୁଜନିତ ସଂକ୍ରମଣର ପ୍ରତିଷେଧକ ସ୍ବରୂପ ବ୍ୟବହାର ହେଉଥିବା ମୁଖା (ମାସ୍କ)ର ଘୋର ଅଭାବ ଲକ୍ଷ୍ୟ କରାଯାଉଛି। ବିଶେଷକରି ହୁବେଇ ପ୍ରଦେଶରେ ମୁଖା ଅଭାବ ବଡ଼ ସମସ୍ୟା ସୃଷ୍ଟିକରିଛି। ଏହାର ପ୍ରତିକାର ପାଇଁ ଶୁକ୍ରବାର ନେପାଳ ବୈଦେଶିକ ମନ୍ତ୍ରୀ ପ୍ରଦୀପ କୁମାର ଗ୍ୟାୱାଲି ଓ ସ୍ବାସ୍ଥ୍ୟମନ୍ତ୍ରୀ ଭାନୁଭକ୍ତ ଢ଼ାଗଲ ଏକ ଲକ୍ଷ ମୁଖା କାଠମାଣ୍ଡୁରେ ଅବସ୍ଥାପିତ ଚୀନ୍‌ ରାଷ୍ଟ୍ରଦୂତ ହୋଉ ୟାନ୍‌କିଙ୍କୁ ଅର୍ପଣ କରିଛନ୍ତି।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories