www.samajalive.in
Saturday, December 13, 2025
26.1 C
Bhubaneswar

ଭାଲେଣ୍ଟାଇନ୍ସ ସପ୍ତାହ : ରାଶି ଅନୁଯାୟୀ ନିଜ ସାଥିଙ୍କୁ ଦିଅନ୍ତୁ ଏହି ରଙ୍ଗର ଗୋଲାପ

ପ୍ରେମ ବାସ୍ତବରେ ଏକ ଭିନ୍ନ ଅନୁଭବ ବୋଲି କୁହାଯାଏ। ଭାଲେଣ୍ଟାଇନ୍ସ ଡ଼େ (ପ୍ରେମ ପାଇଁ ଦିନ ଟିଏ), ପ୍ରତ୍ୟେକ ପ୍ରେମୀ ଯୁଗଳଙ୍କ ପାଇଁ ଏହି ଦିନ ଗୁଡ଼ିକ ଖୁବ ମହତ୍ତ୍ୱପୂର୍ଣ୍ଣ। ଆଜି ରୋଜ୍‍ ଡ଼େ ଠାରୁ ଭାଲେଣ୍ଟାଇନ୍ସ ସପ୍ତାହ ଆରମ୍ଭ ହୋଇଛି। ଏହି ଦିନ ରାଶି ଅନୁଯାୟୀ ନିଜ ସାଥିଙ୍କୁ ଉପଯୁକ୍ତ ରଙ୍ଗର ଗୋଲାପ ଦେବା ଦ୍ୱାରା ପରସ୍ପର ମଧ୍ୟରେ ଭଲ ପାଇବା ବୃଦ୍ଧି ସହ ସମ୍ପର୍କ ଅତୁଟ ହୋଇ ରହିଥାଏ। ହୋଲିରେ ରଙ୍ଗ, ଦୀପାବଳୀରେ ଦୀପର ଯେପରି ବିଶେଷ ମହତ୍ତ୍ୱ ରହିଛି, ସେହିପରି ଭାଲେଣ୍ଟାଇନ୍ସ ଡ଼େ ଓ ରୋଜ ଡ଼େରେ ଗୋଲାପ ଫୁଲର ମଧ୍ୟ ଖୁବ ମହତ୍ତ୍ୱ ରହିଛି। ଏହି କାରଣରୁ ହିଁ ପ୍ରତ୍ୟେକ ପ୍ରେମୀ ନିଜ ସାଥିଙ୍କୁ ନିଶ୍ଚୟ ଗୋଲାପ ଫୁଲ ଦେଇଥାଆନ୍ତି। ପ୍ରତ୍ୟେକ ରଙ୍ଗର ଗୋଲାପର ଭିନ୍ନ ମହତ୍ତ୍ୱ ଓ ଅର୍ଥ ରହିଛି, ଜାଣନ୍ତୁ ନିଜ ସାଥିଙ୍କୁ ଭାଲେଣ୍ଟାଇନ୍ସ ଡ଼େ ଓ ରୋଜ ଡ଼େରେ କେଉଁ ରଙ୍ଗର ଗୋଲାପ ଦେବେ ……..

ମେଷ ଓ ବିଛା ରାଶି – ଲାଲ ଗୋଲାପ ପ୍ରେମର ପ୍ରତୀକ। ଏହା ମଙ୍ଗଳଙ୍କ ରାଶି ମେଷ ଓ ବିଛା ରାଶି ବ୍ୟକ୍ତି ଓ ମହିଳାଙ୍କୁ ଖୁବ ପସନ୍ଦ ଆସିଥାଏ।

- Advertisement -

ତୁଳା ଓ ବୃଷ – ବାଇଗଣୀ ରଙ୍ଗର ଗୋଲାପ ତୁଳା ଓ ବୃଷ ରାଶି ବ୍ୟକ୍ତି ବା ମହିଳାଙ୍କୁ ଖୁବ ପସନ୍ଦ ଆସିଥାଏ। ଏହାସହ ଧଳା ରଙ୍ଗର ଗୋଲାପ ମଧ୍ୟ ଏହି ରାଶିର ଲୋକଙ୍କୁ ଖୁବ ପସନ୍ଦ।

କନ୍ୟା ଓ ମିଥୁନ ରାଶି – ସବୁଜ ରଙ୍ଗର ଗୋଲାପ ନୂତନତା, ଖୁସି, ପ୍ରସନ୍ନତା ଆଦିର ପ୍ରତୀକ। ଏହା ମିଥୁନ ଓ ବୃଷ ରାଶି ବ୍ୟକ୍ତି ଓ ମହିଳାଙ୍କୁ ବେଶ ଆକର୍ଷିତ କରିଥାଏ।

କର୍କଟ ରାଶି – ଧଳା ଗୋଲାପ ଶାଶ୍ୱତ ପ୍ରେମ ଓ ସତ୍ୟତାର ପ୍ରତୀକ। ଯାହା କର୍କଟ ରାଶିର ବ୍ୟକ୍ତି ଓ ମହିଳାଙ୍କୁ ମନ କିଣି ନେଇଥାଏ।

ସିଂହ ରାଶି – ହାଲକା ବାଇଗଣୀ ଓ ଲାଲ ରଙ୍ଗର ଗୋଲାପ ଗଭୀର ଭଲ ପାଇବାର ପ୍ରତୀକ। ଯାହା ସିଂହ ରାଶି ବ୍ୟକ୍ତି ଓ ମହିଳାଙ୍କୁ ଖୁବ ପସନ୍ଦ ଆସିଥାଏ।

ମକର ଓ କୁମ୍ଭ ରାଶି – ପରସ୍ପର ମଧ୍ୟରେ ସର୍ବଦା ଭଲ ପାଇବା ରହିବା ପାଇଁ ନିଜ ସାଥିଙ୍କୁ ଲାଲ ରଙ୍ଗର ଗୋଲାପ ଦିଅନ୍ତୁ।

ଧନୁ ଓ ମୀନ ରାଶି – ହଳଦିଆ ରଙ୍ଗର ଗୋଲାପ ବନ୍ଧୁତ୍ୱର ପ୍ରତୀକ ବୋଲି କୁହାଯାଏ। ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ହଳଦିଆ ରଙ୍ଗର ହଳଦିଆ ରଙ୍ଗର ଗୋଲାପ ଖୁବ ପସନ୍ଦ ହୋଇଥାଏ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories