www.samajalive.in
Saturday, December 13, 2025
26.1 C
Bhubaneswar

ଭାଲେଣ୍ଟାଇନ୍ସ ସପ୍ତାହ : ନିଜ ସାଥିଙ୍କୁ ଦିଅନ୍ତୁ ନାହିଁ ଏହି ଉପହାର

ଆଜି ହେଉଛି ଫେବୃଆରୀ ୭, ରୋଜ ଡ଼େ ( ଗୋଲାପ ଦିବସ)। ଆଜି ଠାରୁ ହିଁ ଭାଲେଣ୍ଟାଇନ୍ସ ସପ୍ତାହ ଆରମ୍ଭ। ଭାଲେଣ୍ଟାଇନ୍ସ ଡ଼େ (ପ୍ରେମ ପାଇଁ ଦିନ ଟିଏ), ପ୍ରତ୍ୟେକ ପ୍ରେମୀ ଯୁଗଳ ଏହି ଦିନ କାମନା କରିଥାଆନ୍ତି ଯେ, ସେମାନଙ୍କ ସମ୍ପର୍କ ସବୁଦିନ ପାଇଁ ଅତୁଟ ଓ ମଜଭୂତ ହୋଇ ରହୁ। ଭାଲେଣ୍ଟାଇନ୍ସ ଡ଼େ କିଛି ଦିନ ପୂର୍ବରୁ ପ୍ରତ୍ୟେକ ପ୍ରେମୀ ଯୁଗଳ ନିଜ ସାଥିଙ୍କୁ କି କି ଉପହାର ଦେବେ ଏଥିପାଇଁ ଯୋଜନା କରିଥାଆନ୍ତି। ଏହି ଦିନ ପ୍ରତ୍ୟେକ ପ୍ରେମୀ ଇଚ୍ଛା କରିଥାଆନ୍ତି ସେମାନେ ଯେଉଁ ଉପହାର ନିଜ ସାଥିଙ୍କୁ ଦେଉଛନ୍ତି, ତାହା ତାଙ୍କ ସାଥିର ହୃଦୟସ୍ପର୍ଶୀ ହେଉ। ମାତ୍ର ଏପରି କେତେକ ଉପହାର ରହିଛି, ଯାହାକୁ ନିଜ ସାଥିଙ୍କୁ ଦେବା ଦ୍ୱାରା ସେମାନଙ୍କ ସମ୍ପର୍କ ଉପରେ କୁପ୍ରଭାବ ପଡ଼ିଥାଏ। ଜାଣନ୍ତୁ ଏହା ବିଷୟରେ ……..
ବୁଡ଼ି ଯାଉଥିବା ଜାହାଜର ଫଟୋ –
ବାସ୍ତୁ ଶାସ୍ତ୍ର ଅନୁଯାୟୀ, କେବେ ମଧ୍ୟ ନିଜ ପ୍ରିୟଜନଙ୍କୁ ବୁଡ଼ି ଯାଉଥିବା ଜାହାଜର ଚିତ୍ର ଦିଅନ୍ତୁ ନାହିଁ। ଏହି ଉପହାର ସାଥିଙ୍କୁ ଦେବା ଦ୍ୱାରା ତାଙ୍କ ଆର୍ଥିକ ସ୍ଥିତି ଉପରେ କୁପ୍ରଭାବ ପଡ଼ିଥାଏ। ଜୀବନରେ କେତେକ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ।
କଳା ପୋଷାକ –
କେବେ ମଧ୍ୟ ନିଜ ସାଥିଙ୍କୁ ଉପହାରରେ କଳାରଙ୍ଗର ପୋଷାକ ଦିଅନ୍ତୁ ନାହିଁ। ଏପରି କରିବା ଦ୍ୱାରା ଆପଣଙ୍କ ସାଥି ଜୀବନରେ ଦୁଃଖ, କଷ୍ଟ ଆସିଥାଏ ବୋଲି କୁହାଯାଏ।
ଜୋତା –
ନିଜ ସାଥିଙ୍କୁ ଭୁଲରେ ମଧ୍ୟ ଜୋତା ଉପହାରରେ ଦିଅନ୍ତୁ ନାହିଁ। ଏପରି କରିବା ଦ୍ୱାରା ସାଥି ଦୂରେଇ ଯିବାସହ ଆପଣଙ୍କ ସମ୍ପର୍କ ଭାଙ୍ଗିଯିବାର ସମ୍ଭାବନା ଥାଏ।
ରୁମାଲ –
ଅଧିକାଂଶ ଲୋକେ ଜାଣି ଥାଆନ୍ତି ଯେ, କାହାକୁ ମଧ୍ୟ ରୁମାଲ ଉପହାରରେ ଦେବା ଉଚିତ ନୁହେଁ। ରୁମାଲ ଉପହାରରେ ଦେବା ଦ୍ୱାରା ଏହା ଆପଣଙ୍କ ସାଥିଙ୍କ ଜୀବନରେ ଦୁଃଖ ଆଣି ଦେଇଥାଏ। ଉଭୟଙ୍କ ମଧ୍ୟରେ କଳହ ମଧ୍ୟ ହୋଇଥାଏ।
ଘଣ୍ଟା –
ଅଧିକାଂଶ ଲୋକେ ଉପହାରରେ ନିଜ ସାଥିଙ୍କୁ ଘଣ୍ଟା ଦେଇଥାଆନ୍ତି। ମାତ୍ର ଘଣ୍ଟା ଉପହାରେ ଦେବା ଦ୍ୱାରା ସମ୍ପର୍କ ଉପରେ କୁପ୍ରଭାବ ପଡ଼ିଥାଏ ବୋଲି କୁହାଯାଏ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories