www.samajalive.in
Sunday, December 7, 2025
18.1 C
Bhubaneswar

ଦିଲ୍ଲୀ ବିଧାନସଭା ନିର୍ବାଚନ – କାଲି ଭୋଟ ଗ୍ରହଣ, ୧୧ରେ ଗଣତି

ସମାଜ ପୋର୍ଟାଲ ଡେସ୍କ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିମନ୍ତେ ଆସନ୍ତାକାଲି ଭୋଟ୍‍ ଗ୍ରହଣ କରାଯିବ। ୧୧ ତାରିଖ ମଙ୍ଗଳବାର ଦିନ ଭୋଟ୍‍ ଗଣତି ହେବ। ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ନିମନ୍ତେ ବ୍ୟାପକ ପୁଲିସ୍‍ ବାହିନୀ ସହ କେନ୍ଦ୍ରୀୟ ସଶସ୍ତ୍ର ବାହିନୀକୁ ମଧ୍ୟ ନିୟୋଜିତ କରାଯାଇଛି। ବରିଷ୍ଠ ନାଗରିକମାନଙ୍କୁ ଆଣିବା ଓ ଛାଡ଼ିବା ସହ ସ୍ୱତନ୍ତ୍ର ପୋଷ୍ଟାଲ୍‍ ବାଲାଟ ଭଳି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି ନିର୍ବାଚନ କମିଶନଙ୍କ ସୂତ୍ରରୁ ଜଣାପଡ଼ିଛି।

ନିର୍ବାଚନ ପାଇଁ ଗତକାଲି ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ଭୋଟରମାନଙ୍କୁ ଆକୃଷ୍ଟ କରିବା ନିମନ୍ତେ ବିଜେପି, କଂଗ୍ରେସ ଏବଂ ଆମ୍‍ ଆଦ୍‍ମୀ ଦଳ ପକ୍ଷରୁ ସମସ୍ତ ଉଦ୍ୟମ କରାଯାଇଛି। ନିର୍ବାଚନ ପ୍ରଚାର ବେଳେ ବିଶେଷକରି ନାଗରିକତ୍ୱ ସଂଶୋଧନ ଆଇନ, ତୁଷ୍ଟିକରଣ ରାଜନୀତି, ବେରୋଜଗାରୀ, ପ୍ରଦୂଷଣ ଏବଂ ବିଶୁଦ୍ଧ ପାନୀୟ ଜଳ ଭଳି ପ୍ରମୁଖ ପ୍ରସଙ୍ଗ ରହିଥିଲା। ଭୋଟ୍‍ଦାନ ପ୍ରକ୍ରିୟାରେ ଭାଗ ନେବାକୁ ଥିବା ସମସ୍ତ କର୍ମଚାରୀମାନେ ଠିକ୍‍ ସମୟରେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ନିମନ୍ତେ ଦିଲ୍ଲୀ ମେଟ୍ରୋସେବା ଆସନ୍ତାକାଲି ସକାଳ ୪ଟାରୁ ଆରମ୍ଭ ହେବ।

Hot this week

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

Related Articles

Popular Categories