www.samajalive.in
Monday, December 8, 2025
24.1 C
Bhubaneswar

ଚଳିତ ବର୍ଷର ପ୍ରଥମ ସ୍ୱାଇନ୍‍ ଫ୍ଲୁ ରୋଗୀ କଟକ ଏସ.ସି.ବି.ରେ ଚିହ୍ନଟ

କଟକ: କଟକ ଏସ.ସି.ବି. ମେଡିକାଲ୍‍ କଲେଜରେ ଚଳିତ ବର୍ଷର ପ୍ରଥମ ସ୍ୱାଇନ୍‍ ଫ୍ଲୁ ରୋଗୀ ଚିହ୍ନଟ ହୋଇଛନ୍ତି। ରୋଗୀ ଜଣକ ଢେଙ୍କାନାଳ ଅଞ୍ଚଳର ହୋଇଥିବା ବେଳେ ସ୍ୱତନ୍ତ୍ର ୱାର୍ଡ଼ରେ ରଖି ତାଙ୍କର ଚିକିତ୍ସା କରାଯାଉଛି। ସୂଚନା ଅନୁଯାୟୀ, କିଛିଦିନ ପୂର୍ବରୁ ଏସ୍‍.ସି.ବି. ମେଡିକାଲରେ ସ୍ୱାଇନ୍‍ ଫ୍ଲୁ ହେବା ଆଶଙ୍କାରେ ୩ ଜଣଙ୍କୁ ଭର୍ତ୍ତି କରାଯାଇଥିଲା। ସେମାନଙ୍କୁ ସ୍ୱତନ୍ତ୍ର ୱାର୍ଡ଼ରେ ରଖି ଚିକିତ୍ସା କରାଯିବା ସହ ସେମାନଙ୍କ ରକ୍ତ ଓ ସ୍ୱାବ୍‍ ପରୀକ୍ଷା ପାଇଁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଗବେଷଣା ତଥା ପରୀକ୍ଷା କେନ୍ଦ୍ରକୁ ପଠାଯାଇଥିଲା। ତେବେ ୩ଟି ନମୁନା ମଧ୍ୟରୁ ୨ଟି ନେଗେଟିଭ୍‍ ବାହାରିଥିବାବେଳେ ଗୋଟିଏ ନମୁନାରେ ସ୍ୱାଇନ୍‍ ଫ୍ଲୁ ପଜିଟିଭ୍‍ ରହିଛି।

ଅନ୍ୟପକ୍ଷରେ ଏସ୍‍.ସି.ବି. ପକ୍ଷରୁ କୁହାଯାଇଛି, ବର୍ତ୍ତମାନ ସ୍ଥିତିରେ ସ୍ୱାଇନ୍‍ ଫ୍ଲୁକୁ ନେଇ ଆତଙ୍କିତ ହେବାର କାରଣ ନାହିଁ। ଜଣେ ସ୍ୱାଇନ୍‍ ଫ୍ଲୁ ରୋଗୀ ଚିହ୍ନଟ ହୋଇଥିଲେ ମଧ୍ୟ ଆବଶ୍ୟକ ଚିକିତ୍ସା ମାଧ୍ୟମରେ ସେ ସୁସ୍ଥ ହୋଇପାରିବେ। ତେବେ ଏଥିପାଇଁ ସତର୍କତା ଏବଂ ସଚେତନତା ଜରୁରୀ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories