www.samajalive.in
Saturday, December 13, 2025
21.1 C
Bhubaneswar

କୁରସୀ କେ ପ୍ୟାରେ, ବିହାର କେ ହତ୍ୟାରେ 

ପାଟଣା: ବିହାରରେ ବିଧାନସଭା ନିର୍ବାଚନ ପୂର୍ବରୁ ଶାସକ ଜନତା ଦଳ-ବିଜେପି ମେଣ୍ଟ ବିରୋଧରେ ରାଷ୍ଟ୍ରୀୟ ଜନତା ଦଳର ପୋଷ୍ଟର ଯୁଦ୍ଧ ରୋଚକ ସ୍ତିତିରେ ପହଂଚିଛି। ରାଜ୍ୟ ସରକାର ବିରୋଧରେ ଆରଜେଡିର ଏକ ପୋଷ୍ଟର ଏବେ ସବୁଆଡେ ଲଗାଯାଇଥିବା ଦେଖିବାକୁ ମିଳିଛି। ସେହି ପୋଷ୍ଟରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀଙ୍କ କାର୍ଟୁନ ଚିତ୍ର ରହିଥିବା ବେଳେ ନୀତିଶ କୁମାର ଏକ ଚେୟାରରେ ବସିଛନ୍ତି ଓ ତାଙ୍କୁ ଦଉଡ଼ିରେ ବନ୍ଧା ଯାଇଛି। ଦଉଡ଼ିର ଗୋଟିଏ ପାର୍ଶ୍ୱକୁ ସୁଶୀଲ ମୋଦୀ ଧରିଥିବା ଚିତ୍ର ସେହି ପୋଷ୍ଟରରେ ପ୍ରଦର୍ଶିତ ହେଉଛି।

ଖାଲି ସେତିକି ନୁହେଁ, ପୋଷ୍ଟରରେ ଏକ ଛୋଟ କବିତା ଲେଖା ଅଛି,’କୁରସୀ କେ ପ୍ୟାରେ, ବିହାର କେ ହତ୍ୟାରେ’ ଅର୍ଥାତ ‘କେବଳ କ୍ଷମତା ଲୋଭି ବିହାରର ହତ୍ୟାକାରୀ’। ପୋଷ୍ଟରରେ ମଧ୍ୟ ଅଭିଯୋଗ କରାଯାଇଛି ଯେ, ବିହାରକୁ ତଳିତଳାନ୍ତ କରିବାକୁ ସରକାର କ୍ଷମତାରେ ରହିବାକୁ ଚାହୁଁଛନ୍ତି। ତେବେ ଚଳିତ ବର୍ଷ ଅକ୍ଟୋବର କିମ୍ବା ନଭେମ୍ବରରେ ବିହାର ବିଧାନସଭା ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ଏବେ ଠାରୁ ଲଢେଇ ଜୋରଦାର ସ୍ତିତିରେ ପହଂଚିଲାଣି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories