www.samajalive.in
Sunday, December 7, 2025
23.1 C
Bhubaneswar

ମଧ୍ୟାହ୍ନଭୋଜନ ହଣ୍ଡାରେ ପଡ଼ିଗଲା ୩ବର୍ଷୀୟା ଶିଶୁ, ଛଟପଟ ହୋଇ ଚାଲିଗଲା ଜୀବନ

ଲକ୍ଷ୍ନୌ: ସ୍କୁଲରେ ମଧ୍ୟାହ୍ନଭୋଜନ ପାଇଁ ଖାଦ୍ୟ ରନ୍ଧାଯାଇଥିବା ହଣ୍ଡାରେ ଏକ ୩ବର୍ଷୀୟ ଶିଶୁ ପଡ଼ିଯିବା ଫଳରେ ତା’ର ମୃତ୍ୟୁ ଘଟିଛି। ଉତ୍ତରପ୍ରଦେଶର ମିର୍ଜାପୁର ଜିଲା ଲାଲଗଞ୍ଜ ଥାନା ଅନ୍ତର୍ଗତ ରାମପୁର ପ୍ରାଥମିକ ବିଦ୍ୟାଳୟ ପରିସରସ୍ଥ ଅଙ୍ଗନୱାଡ଼ି କେନ୍ଦ୍ରରେ ଏହି ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁସାରେ, ନିଜ ଭାଇ ସହିତ ପିଲାଟି ବିଦ୍ୟାଳୟକୁ ଯାଇଥିଲା। ସୋମବାର ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ମଧ୍ୟାହ୍ନଭୋଜନ ଖାଦ୍ୟ ରନ୍ଧା ହୋଇଥିଲା। ଖାଦ୍ୟ ପରସିବା ଲାଗି ତାହାକୁ ବାହାରକୁ ଅଣଯାଇଥିଲା। ରୋଷେୟା ଖାଦ୍ୟକୁ ବାହାରେ ରଖି ରୋଷଶାଳ ଭିତରକୁ ଯାଇଥିଲେ। ଏହି ସମୟରେ କିଛି ପିଲାଙ୍କ ମଧ୍ୟରେ ଠେଲାପେଲା ହେବାରୁ ୩ବର୍ଷୀୟ ପିଲାଟି ଗରମ ଖାଦ୍ୟ ଥିବା ହଣ୍ଡାରେ ପଡ଼ିଯାଇଥିଲା। ଏହି ଘଟଣା ପରେ ସେଠାରେ ଉପସ୍ଥିତ ରୋଷେୟା ଭୟରେ ଦୌଡ଼ି ପଳାଇଥିଲେ। କିନ୍ତୁ ଜଣେ ଶିକ୍ଷକ ପିଲାଟିକୁ ବାହାର କରି ତୁରନ୍ତ ହସ୍ପିଟାଲ ନେଇଥିଲେ। ପରେ ପିଲାଟିର ମୃତ୍ୟୁ ଘଟିଥିଲା। ପିଲାଟି ଶରୀରର ୮୦% ସିଝି ଯାଇଥିଲା। ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ନିର୍ଦେଶ ଦିଆଯାଇଛି।

Hot this week

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories